ETV Bharat / entertainment

ପରିଣୀତିଙ୍କୁ ଇଣ୍ଡିଆ ୟୁକେ ଆଚିଭର୍ସ ସମ୍ମାନ

ବଲିଉଡ ବିୟୁଟି ବବଲି ଗାର୍ଲ ପରିଣୀତି ଚୋପ୍ରାଙ୍କୁ ଇଣ୍ଡିଆ ୟୁକେ ଆଚିଭର୍ସ ସମ୍ମାନରେ ସମ୍ମାନିତ କରାଯିବ । ବ୍ରିଟେନ ସଂସଦରେ ଏକ ଉତ୍ସବରେ ଏହି ସମ୍ମାନ ଗ୍ରହଣ କରିବେ ପରିଣୀତି ଚୋପ୍ରା । ଅଧିକ ପଢନ୍ତୁ

india uk achievers award to parineeti chopra
ପରିଣୀତିଙ୍କୁ ଇଣ୍ଡିଆ ୟୁକେ ଆଚିଭର୍ସ ସମ୍ମାନ
author img

By

Published : Jan 18, 2023, 9:06 AM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ଇଣ୍ଡିଆ ୟୁକେ ଆଚିଭର୍ସ ସମ୍ମାନ ମିଳିବ । ଚଳିତ ମାସ ଶେଷ ସୁଦ୍ଧା ବ୍ରିଟେନ ସଂସଦରେ ଆୟୋଜିତ ଏକ ଉତ୍ସବରେ ପରିଣୀତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଭାରତର 75 ବର୍ଷ ସ୍ବାଧୀନତା ଦିବସ ପାଳନ ଅବସରରେ ବ୍ରିଟେନରେ ଅଧ୍ୟୟନ କରିଥିବା ଭାରତୀୟ ବିଦ୍ୟାର୍ଥୀଙ୍କ ଶୈକ୍ଷିକ ଓ ବୃତ୍ତିଗତ କୃତିତ୍ବକୁ ସମ୍ମାନ ଜଣାଇବା ପାଇଁ ଇଣ୍ଡିଆ ୟୁକେ ଆଚିଭର୍ସ ସମ୍ମାନ ପ୍ରଦାନ କରାଯିବ ।

ଅଭିନେତ୍ରୀ ପରିଣୀତି ଚୋପ୍ରା ବ୍ରିଟେନରେ ଅଧ୍ୟୟନ କରିଛନ୍ତି । ଅଧିକାଂଶ ସମୟ ସେ ବ୍ରିଟେନରେ ବିତାଇଛନ୍ତି । କଳା, ମନୋରଞ୍ଜନ ଓ ସଂସ୍କୃତି ବିଭାଗରେ ଉଲ୍ଲେଖନୀୟ ସଫଳତାର ଅଧିକାରୀ ରୂପେ ତାଙ୍କୁ ଏହି ସମ୍ମାନ ପ୍ରଦାନ ପାଇଁ ଚୟନ କରାଯାଇଛି । 2009ରେ ପରିଣୀତି ଭାରତ ଫେରିବା ପୂର୍ବରୁ ତାଙ୍କୁ 17 ବର୍ଷ ହୋଇଥିଲା । ମଞ୍ଚେଷ୍ଟର ବିଜନେସ ସ୍କୁଲରୁ ସେ ବିଜନେସ, ଫାଇନାନ୍ସ ଓ ଇକୋନୋମିକ୍ସରେ 3ଟି ସ୍ନାତର ଡିଗ୍ରୀ ହାସଲ କରିଛନ୍ତି । ଆଉଟଷ୍ଟାଡିଙ୍ଗ ଆଚିଭର ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହେବା ତାଙ୍କ ପାଇଁ ଆଉ ଏକ ସଫଳତା ସହ ସ୍ବତନ୍ତ୍ର ଅନୁଭବ । ବ୍ରିଟେନ ମଞ୍ଚରେ ସେ ଭାରତକୁ ପ୍ରତିନିଧିତ୍ବ କରିବେ ।

ଏହା ବି ପଢନ୍ତୁ...ଟ୍ୟାକ୍ସ ନଦେବାରୁ ଐଶ୍ୱର୍ଯ୍ୟାଙ୍କୁ କୋର୍ଟ ନୋଟିସ

2011ରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ ପରିଣୀତି । ତାଙ୍କର ପ୍ରଥମ ଫିଲ୍ମ ଥିଲା ଲେଡିଜ ଭରସେସ ରିକି ଭଲ । ଏହା ପରେ ଆଉ ପଛକୁ ଫେରି ନଥିଲେ । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ କରି ଚାଲିଥିଲେ ପରି । ଇସ୍କବାଜ, ହସେ ତୋ ଫସେ, ସାଇନା, ସନ୍ଦୀପ ଅର ପିଙ୍କି ଫରାର, ଦ ଗାର୍ସ ଅନ ଦ ଟ୍ରେନ, ତ୍ରିରଙ୍ଗା, ଅନଚାଇ, ଗୋଲମାଲ ଏଗେନ, କେଶରୀ, ଦାୱେତେ ଇସ୍କ, ନମସ୍ତେ ଇଂଲଣ୍ଡ, ମେରି ପ୍ୟାର ବିନ୍ଦୁ, ଜବରିଆ ଯୋଡି ଭଳି ହିଟ ଫିଲ୍ମରେ ତାଙ୍କର ଦରଦାର ଅଭିନୟ ଦେଖିବାକୁ ମିଳିଛି । ବିଶେଷ କରି ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ଜୀବନିକୁ ନେଇ ଆଧାରିକ ଫିଲ୍ମ ସାଇନା ଚଳଚ୍ଚିତ୍ରକୁ ଦର୍ଶକ ବେଶି ପ୍ରଶଂସା କରିଥିଲେ ।

ଏହା ବି ପଢନ୍ତୁ...କ୍ୟାନ୍ସର ପରେ ଆଉ ଏକ ବିରଳ ରୋଗରେ ପୀଡିତ ଅଭିନେତ୍ରୀ ମମତା, ଉଡିଯାଉଛି ଚେହେରାର ରଙ୍ଗ

2009ରେ ସେ ଭାରତ ଫେରିଥିଲେ । ୟଶ ରାଜ ଫିଲ୍ମର (ୱାଇଆରଏଫ) ଆକାଉଣ୍ଟ ବିଭାଗରେ ଚାକିରି ପାଇଁ ଆବେଦନ କରିଥିଲେ । ମାତ୍ର ୱାଇଆରଏଫର ଆକାଉଣ୍ଟରେ କୌଣସି ଖାଲି ନଥିଲେ । ସେମାନେ ତାଙ୍କୁ ମାର୍କେଟିଙ୍କ ଓ ପିଆଇ ଡିପାର୍ଟମେଣ୍ଟରେ ଇଣ୍ଟର୍ନସିପ ପାଇଁ କହିଥିଲେ । ପରିଣୀତି ସେଠି ଇଣ୍ଟର୍ନସିପ କରିଥିଲେ । ଏହାପରେ ସେ ନିର୍ଦ୍ଦେଶକ ମନୀଷ ଶର୍ମାଙ୍କୁ ଭେଟିଥିଲେ । ଏହା ପରେ ସେ ଲେଡିଜ ଭରସେସ ରିକିଭାଲ ଫିଲ୍ମରେ ତାଙ୍କୁ ପ୍ରଥମ ବ୍ରେକ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.