ହାଇଦ୍ରାବାଦ: ସେପ୍ଟେମ୍ବର ୨୪ରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢାଙ୍କ ବିବାହ ହୋଇଥିଲା । ଖୁବ ଧୁମଧାମରେ ପରିବାର, ସାଙ୍ଗସାଥୀଙ୍କ ଉପସ୍ଥିତିରେ ଏହି ଦମ୍ପତି ବିବାହ କରିଥିଲେ । ଯାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବିବାହ ପରେ ଉଭୟଙ୍କ ହନିମୁନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ ଅଭିନେତ୍ରୀ ମାଳଦ୍ବୀପରେ ଛୁଟି ଦିନ ବିତାଉଛନ୍ତି । ଯାହାର ସେ ଝଲକ ସୋସିଆଲ ମିଡିଆରେ ଦେଖାଇଛନ୍ତି ।
ପରିଣୀତି ଚୋପ୍ରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ଭ୍ୟାକେସନର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସମୁଦ୍ର ନିକଟରେ ସମୟ ଅତିବାହିତ କରୁଥିବା ନଜର ଆସିଛନ୍ତି । ପରିଣୀତି ଚୋପ୍ରା ସୋର କରିଥିବା ପ୍ରଥମ ଫଟୋରେ ମାଲଦ୍ବୀପ ସ୍ଥାନର ଫଟୋ ସେୟାର କରିଥିବା ବେଳେ ଅନ୍ୟଟିରେ ସେ ତାଙ୍କ ହାତରେ କଫି ଧରିଥିବା ନଜର ଆସିଛନ୍ତି । ଏହି ଫଟୋଗୁଡ଼ିକୁ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, 'ମୁଁ ମୋର ହନିମୁନ୍ରେ ନାହିଁ, ଏହା ଏକ ଗାର୍ଲ ଟ୍ରିପ୍ ।'
ପ୍ରକାଶିତ ରିପୋର୍ଟ ଅନୁସାରେ, ଉଦୟପୁରରେ ଧୁମଧାମରେ ପରିଣୀତି ରାଘବଙ୍କ ବିବାହ ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ରିସେପ୍ସନ୍ ହୋଇଥାନ୍ତା । ହେଲେ ରିସେପ୍ସନ ବାତିଲ କରାଯାଇଛି । ଏଥିସହ ଏହି ଦମ୍ପତିଙ୍କ ହନିମୁନ ଯୋଜନା ମଧ୍ୟ ବାତିଲ କରାଯାଇଛି । ଖବର ଅନୁଯାୟୀ, ଦମ୍ପତିଙ୍କ ହନିମୁନ୍ ବାତିଲ ହେବାର କାରଣ ହେଉଛି ସଂସଦର ଶୀତକାଳୀନ ଅଧିବେଶନ ହେତୁ ରାଘବ ଚଢା ବ୍ୟସ୍ତ ରହିବାକୁ ଯାଉଛନ୍ତି । ରାଘବ ଚଢା ତାଙ୍କ ରାଜନୈତିକ ଦଳ ଆମ୍ ଆଦମୀ ପାର୍ଟି ପାଇଁ ଆସନ୍ତା 2024 ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଣୁ ବର୍ତ୍ତମାନ ପରିଣୀତି ନିଜ ଗାର୍ଲ ଗ୍ୟାଙ୍ଗ ସହ ଭ୍ୟାକସନରେ ଯାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: O Piya Song: ବିବାହ ପରେ ରାଘବ ଚଢାଙ୍କୁ ଖାସ୍ ଉପହାର ଦେଲେ ପରିଣୀତି
ସୂଚନା ଥାଉ କି, ବିବାହ ପରେ ଅଭିନେତ୍ରୀଙ୍କୁ ଅନେକ ଥର ଏୟାରପୋର୍ଟରେ ସ୍ପଟ କରାଯାଇଥିଲା । ଏଥିସହ ନିକଟରେ ଲାକମୀ ପ୍ୟାସନ ୱିକ ୨୦୨୩ରେ ସାମିଲ ହୋଇଥିଲେ ପରିଣୀତି । ଏହି ସମୟରେ ଅଭିନେତ୍ରୀ ରାମ୍ପ ୱାର୍କରେ ପାରମ୍ପରିକ ଶାଝୀ ଲୁକରେ ନଜର ଆସିଥିଲେ । ବିବାହ ପରେ ପ୍ରଥମ ଥର ପାଇଁ ସେ ଫ୍ୟାଶନ ଶୋରେ ନଜର ଆସିଥିଲେ । ଶାଢୀ ସହ ପରିଣୀତି ମଥାରେ ସିନ୍ଦୂର ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ଏହି ଫଟୋକୁ ଅନେକ ପସନ୍ଦ କରିବା ସହ ଅଭିନେତ୍ରୀଙ୍କ ଏହି ଲୁକର ପ୍ରଶଂସା କରିଥିଲେ ।