ETV Bharat / entertainment

ଶ୍ବେତାଙ୍କୁ କେହି ହଟ୍‌ କହିଲେ ଚିଡି ଯାଉଛନ୍ତି ଝିଅ ପଲକ, କଲେ ଖୁଲାସା

author img

By

Published : Apr 20, 2022, 1:54 PM IST

ଶ୍ବେତାଙ୍କୁ କେହି ହଟ୍‌ କହିଲେ ଅଜବ ଲାଗେ ଝିଅ ପଲକଙ୍କୁ । ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି ଝିଅ ପଲକ ତିୱାରୀ । ଅଧିକ ପଢନ୍ତୁ

ଶ୍ବେତାଙ୍କୁ କେହି ହଟ୍‌ କହିଲେ ଭଡକିଯାଆନ୍ତି ଝିଅ ପଲକ

ହାଇଦ୍ରାବାଦ: ଶ୍ୱେତା ତିୱାରୀ ଟିଭି ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ । ଅଭିନେତ୍ରୀ ତାଙ୍କ କ୍ୟାରିଅର ଆରମ୍ଭରେ ଅନେକ ହିଟ ସିରିଏଲରେ ଅଭିନୟ କରିଛନ୍ତି । ବର୍ତ୍ତମାନ ଶ୍ୱେତା ତିୱାରୀ ସୋସିଆଲ ମିଡିଆ ରାଣୀ ପାଲଟିଛନ୍ତି । ସେ ପ୍ରାୟତଃ ପ୍ରଶଂସକଙ୍କ ସହିତ ତାଙ୍କର ହଟ ଫଟୋ ଏବଂ ଭିଡିଓ ସେୟାର କରନ୍ତି । କେବଳ ଶ୍ବେତା ନିହେଁ, ତାଙ୍କ ଝିଅ ପଲକ ତିୱାରୀ ମଧ୍ୟ ଏହି ପ୍ରସଙ୍ଗରେ କିଛି କମ୍ ନୁହଁନ୍ତି । ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ପୂର୍ବରୁ ହିଁ ସୋସିଆଲ ମିଡିଆ ଷ୍ଟାର ପାଲଟି ଯାଇଛନ୍ତି ପଲକ ତିୱାରୀ । ଯେତେବେଳେ ବି ସେ ସୋସିଆଲ ମିଡିଆରେ କିଛି ପୋଷ୍ଟ କରନ୍ତି, ଏହା ତୁରନ୍ତ ଭାଇରାଲ ହୋଇଯାଏ ।

ବିବେକ ଓବରାଇ ଏବଂ ଅରବାଜ ଖାନଙ୍କ ବିପକ୍ଷରେ ପଲକ ତିୱାରୀ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି, କିନ୍ତୁ ଏହାପୂର୍ବରୁ ସେ ତାଙ୍କ ମ୍ୟୁଜିକ୍ ଭିଡିଓ ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିସାରିଛି । ତେବେ ଏତେସବୁ ଚର୍ଚ୍ଚାରେ ଥାଇ ମଧ୍ୟ ପଲକଙ୍କୁ ତାଙ୍କ ମାଆ ଶ୍ୱେତା ତିୱାରୀଙ୍କ ସହ ତୁଳନା କରାଯାଏ । ଯେତେବେଳେ ବି ପଲକ ତାଙ୍କ ମାଆଙ୍କ ସହ ଫଟୋ ପୋଷ୍ଟ କରନ୍ତି, ଲୋକମାନେ ତାଙ୍କୁ ତାଙ୍କ ବଡ଼ ଭଉଣୀ ବୋଲି କୁହନ୍ତି ।

ଏକ ବିଶେଷ ବାର୍ତ୍ତାଳାପ ସମୟରେ ପଲକ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ସେ ସ୍କୁଲରେ ପଢୁଥିଲେ, ସେତେବେଳେ ତାଙ୍କର ପୁଅ ସାଙ୍ଗମାନେ ତାଙ୍କ ମା’ଙ୍କ ପ୍ରଶଂସା କରୁଥିଲେ । ଏମିତିକି ତାଙ୍କ ସାଙ୍ଗମାନେ ଶ୍ବେତାଙ୍କୁ 'ହଟ୍‌' ବୋଲି କହୁଥିଲେ।

ଏହା ବି ପଢନ୍ତୁ: Gorgeous stock Photos: ହଟ୍‌ ଲୁକ୍‌ରେ ମାଆ ଶ୍ବେତାଙ୍କୁ ପଛରେ ପକାଇଲେ ଝିଅ ପଲକ

ନିକଟରେ ଏକ ରେଡିଓ ସାକ୍ଷାତକାରରେ ପଲକ ତାଙ୍କ ଏବଂ ମା’ ଶ୍ବେତାଙ୍କ ଫଟୋ ସମ୍ବନ୍ଧରେ ହୋଇଥିବା ତୁଳନାତ୍ମକ ପ୍ରତିକ୍ରିୟାର ଖୁଲାସା କରିଥିଲେ । ଏଥିପାଇଁ ସେ ଅନେକ ବନ୍ଧୁଙ୍କୁ ଗାଳି କରିଥିବା ମଧ୍ୟ କହିଛନ୍ତି । ମୋତେ କେହି କେବେ ଏହା କହି ନାହାଁନ୍ତି ଯେ, ସେମାନଙ୍କୁ ମୋ ମା’ଙ୍କ ଉପରେ କ୍ରସ ଅଛି, କିନ୍ତୁ ଅନେକ ବନ୍ଧୁ କହିଛନ୍ତି ଯେ ତୁମ ମାଆ ବହୁତ ହଟ୍‌ ଦେଖାଯାଆନ୍ତି । ଏହା ସହିତ ପଲକ ଏହା ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ମାଆ ଶ୍ୱେତାଙ୍କ ସହ ଏକ ଖାସ ବଣ୍ଡିଂ ସେୟାର କରନ୍ତି, ଏପରିକି ସେ ତାଙ୍କ କ୍ରସ୍ ବିଷୟରେ ମଧ୍ୟ ପରସ୍ପର ସହିତ ସେୟାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.