ETV Bharat / entertainment

ଲୋକଙ୍କ ପାଖରେ ପହଞ୍ଚିବ ଓଡିଆ ସିନେମା, 90 ଦଶକ ଧାରାକୁ ଆପଣାଇବ ଓଡ଼ିଆ ସିନେ ଜଗତ

author img

By

Published : Mar 28, 2023, 2:10 PM IST

ଓଡିଆ ସିନେମାର ଆଦୃତକୁ ନେଇ ଜୟଦେବ ଭବନ ଠାରେ ଆୟୋଜିତ ହୋଇଛି ଗୋଟିଏ ସନ୍ଧ୍ୟା ଆମ ସିନେମା ପାଇଁ । ଅଧିକ ପଢନ୍ତୁ

odia Film revolution
odia Film revolution
odia Film revolution

ଭୁବନେଶ୍ବର: ଏଣିକି ଲୋକଙ୍କ ପାଖରେ ପହଞ୍ଚିବ ଓଡିଆ ସିନେମା । ଓଡିଆ ସିନେମା ପ୍ରତି ଲୋକଙ୍କ ଆଦୃତ ବଢାଇବା ଲାଗି ପୁରୁଣା ଧାରାକୁ ଆପଣାଇବ ଓଡ଼ିଆ ସିନେ ଜଗତ । ୫୦ ଦଶକରେ ଲୋକଙ୍କ ମନୋରଞ୍ଜନ କରିବାକୁ ଗାଁ ଗାଁରେ ସିନେମା ପହଞ୍ଚୁଥିଲା ଓ ଏହି ଧାରାରେ ୯୦ ଦଶକରେ ଲୋକମାନେ ପରଦାରେ ଓ ଟିଭି ମାଧ୍ୟମରେ ଗୋଟିଏ ସ୍ଥାନରେ ବସି ସିନେମା ଦେଖୁଥିଲେ । ଏହି ଧାରା ଏବେ ପୁଣି ଥରେ ଆରମ୍ଭ ହେବ । ସୋମବାର ଜୟଦେବ ଭବନ ଠାରେ ଆୟୋଜିତ ହୋଇଥିବା ଗୋଟିଏ ସନ୍ଧ୍ୟା ଆମ ସିନେମା ପାଇଁ କାର୍ଯ୍ୟକ୍ରମରେ ଏପରି ଆଲୋଚନା ହୋଇଛି । ଏହି ସନ୍ଧ୍ୟାରେ ବିଷୟବସ୍ତୁ ଥିଲା ଲୋକଙ୍କ ପାଖରେ ଓଡ଼ିଆ ସିନେମା ଅର୍ଥାତ ଲୋକମାନଙ୍କ ପାଖକୁ ପ୍ରଯୋଜକ ତାଙ୍କ ସିନେମା ନେଇ ଦେଖାଇବେ ।

ଆସନ୍ତା ଏପ୍ରିଲ ୨୮ରେ ସିନେମା ଦିବସ ଆସୁଥିବାରୁ ସେହିଦିନ ଏକ ଚଳଚ୍ଚିତ୍ରର ଆଦୃତକୁ ନେଇ ଓଁକାର ଏଣ୍ଟରଟେନମେଣ୍ଟ ପରିବାର ତରଫରୁ ଏହି ପ୍ରୟାସ କରାଯାଇଛି । ତେଣୁ ଏଣ୍ଟରଟେନମେଣ୍ଟ ସୋମବାର ସନ୍ଧ୍ୟାରେ ଲୋକଙ୍କ ପାଖରେ ଓଡ଼ିଆ ସିନେମାର ଶୀର୍ଷକକୁ ନେଇ ଉପସ୍ଥିତ ଦର୍ଶକଙ୍କୁ ସିନେମା ଦେଖାଯାଇଥିଲା। ଓଁକାର ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଦୁଇ ସିନେମା ଗୋଟେ ସନ୍ଧ୍ୟା ଆମ ସିନେମା ପାଇଁ ପ୍ରାରମ୍ଭରେ ବାପା ସୁପରମ୍ୟାନ ଓ ମୁଖାଗ୍ନି ଦେଖିଥିଲେ କଳାକାର, ନିର୍ଦ୍ଦେଶକ ପ୍ରଯୋଜକ ଓ ଦର୍ଶକ ।

ଅନ୍ୟପଟେ ଏହି ସନ୍ଧ୍ୟାରେ ଲୋକଙ୍କ ପାଖରେ ଓଡ଼ିଆ ସିନେମାର ଶୀର୍ଷକକୁ ନେଇ ଏକ ଆଲୋଚନା ଚକ୍ର ମଧ୍ୟ ହୋଇଯାଇଥିଲା। ଯେଉଁଥିରେ ଉପସ୍ଥିତ ଥିଲେ ବରିଷ୍ଠ ସିନେ ସମୀକ୍ଷକ ସୂର୍ଯ୍ୟଦେଓ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ଓଁକାର ଏଣ୍ଟରଟେନମେଣ୍ଟ ପ୍ରଯୋଜିକା ରଶ୍ମିପ୍ରଭା ପାଣି ଓ ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର । ଯେଉଁଠି ଓଡ଼ିଆ ସିନେମାର ଅତୀତର ସ୍ମୃତି ବର୍ତ୍ତମାନର ସ୍ଥିତି ଭବିଷ୍ୟତର ଆହ୍ୱାନକୁ ନେଇ ଆଲୋଚନା କରାଯାଇଥିଲା ।

ଏହି ଆଲୋଚନାରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର, ଓଡ଼ିଆ ସିନେମାର ଚାହିଦା ଓ ଗୁଣବତ୍ତା ଆଉ ନଥିବାରୁ ତାହା ଲୋକଙ୍କୁ ଭଲ ଲାଗୁନଥିବା କହିଥିଲେ । ତେଣୁ ଓଡ଼ିଆ ସିନେମାର ବିକାଶ ଓ ଲୋକାଦୃତ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ବା ନିଜସ୍ୱ ବ୍ୟବସ୍ଥା ହେବ ଦରକାର ବୋଲି ମତ ରଖିଥିଲେ । କାରଣ ତାଙ୍କ ଭାଷାରେ କପି କଲଚର ଓ ଗୁଣବତ୍ତା ନଥିବା ସିନେମା ପାଇଁ ଆଜି ଲୋକେ ସିନେମା ମୁହାଁ ହେଉନାହାନ୍ତି ଓ ଚଳଚ୍ଚିତ୍ର ଦେଖୁନାହାନ୍ତି । ତେଣୁ ଏସବୁ ଦିଗକୁ ନେଇ ଯଦି ଓଡ଼ିଆ ସିନେମାର ଏକ ସ୍ୱତନ୍ତ୍ର ବ୍ୟବସ୍ଥା ବା ଧାରା ରୁହନ୍ତା ତେବେ ପୁଣି ଓଡ଼ିଆ ଲୋକେ ଓଡ଼ିଆ ସିନେମା ଦେଖନ୍ତେ ବୋଲି କହିଥିଲେ ।

ସେହିପରି ସିନେ ସମୀକ୍ଷକ ସୂର୍ଯ୍ୟଦେଓ କହିଥିଲେ, '' ସିନେମା ହଲ ସଂଖ୍ୟା କମୁଛି କହିବାକୁ ଗଲେ ଜିଲ୍ଲାମାନଙ୍କରେ ପୁରା ଲୋପ ପାଇଗଲାଣି । ତେଣୁ ଯେତିକି ରହୁଛି ସେଥିରେ ହିନ୍ଦୀ ତାମିଲ ତେଲୁଗୁ ପଡୁଛି । ଆଉ କମ ସଂଖ୍ୟା ପାଇଁ ଓଡ଼ିଆ ସିନେମା ପକେଇବାକୁ ହଲ ମାଲିକ ରାଜି ହେଉନାହାନ୍ତି । ତେଣୁ ଓଡ଼ିଆ ସିନେମା ଦେଖିବାକୁ ଆଗ୍ରହ ଥିବା ଲୋକମାନଙ୍କୁ ସୁଯୋଗ ମିଳିଲାନି । ଯେଉଁଥିପାଇଁ ସିନେମା ପ୍ରତି ଲୋକଙ୍କ ଆଗ୍ରହ କମିଲା । ଆଜିକାଲି ଲୋକେ ମୋବାଇଲ ସିନେମା ଦେଖୁଛନ୍ତି ତ ସେହି ଧାରାରେ ଲୋକଙ୍କ ପାଖରେ କାହିଁକି ସିନେମା ପହଁଞ୍ଚିବନି । ତେଣୁ ଆମେ ଅର୍ଥାତ ପ୍ରଯୋଜକ ଓ ନିର୍ଦ୍ଦେଶକ ବଡ ମନ ରଖି ଓଡ଼ିଆ ଚଳଚ୍ଚିତ୍ରର ବର୍ତ୍ତମାନ ସ୍ଥିତିକୁ ଦେଖୁ । ଭଲ ସିନେମା ସହ ଲୋକଙ୍କ ପାଖରେ ପହଞ୍ଚନ୍ତୁ ପୁଣି ହସିବା ଆମ ଭାଷାର ଚଳଚ୍ଚିତ୍ର ।

ଅଭିନେତା ସିଦ୍ଧାନ୍ତ ମହାପାତ୍ର ସମସ୍ତଙ୍କ ପ୍ରଶ୍ନର ଉତ୍ତର ରଖି ଜଣେ ଭଲ କଳାକାର ଭାବେ ଭଲ ଅଭିନୟକୁ ବା ଭଲ ସିନେମା ନିର୍ମାଣକୁ ପ୍ରାଧାନ୍ୟ ଦେଇଥିଲେ । ତେଣୁ ଅତୀତର ସେହି ଧାରାକୁ ନେଇ ଯଦି ଆମେ ଆମ ଦର୍ଶକଙ୍କ ପାଖରେ ପହଁଞ୍ଚିବା ତେବେ ତାକୁ କାହିଁକି ସ୍ୱାଗତ ନକରିବା । ତେଣୁ ଏହି ଅଭିନବ ପ୍ରୟାସକୁ ସ୍ୱାଗତ କରିବା ସହ ଅତୀତର ସେହି ଧାରାରେ ଆଉ ଏକ ନୂଆ ଯୁଗର ଆରମ୍ଭ ଓଡ଼ିଆ ଚଳଚିତ୍ରର ଲୋକାଦୃତ ପାଇଁ ହେଉଛି ତାହାକୁ ନେଇ ମୁଁ ଖୁସି । କାରଣ ସିନେମାର ଅଭାବକୁ ହିଁ କମ ଦାମରେ ଏହି ଅଭିଯାନ ପୂରଣ କରିପାରିବ । ତେଣୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ଧରାବରାହ ସହ ମୌଳିକ କାହାଣୀକୁ ନେଇ ଆମେ ଭଲ ସିନେମା ତିଆରି କରି ଲୋକମାନଙ୍କୁ ଭେଟି ଦେବୁ। ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.