ETV Bharat / entertainment

ସହରୀ ବାଘକୁ ଝୁରୁଛି ଓଲିଉଡ, ସ୍ମୃତିରେ ସତେଜ ଅଭିନୟ - bijay mohanty

ବିଜୟ ମହାନ୍ତି, କେବଳ ନାମ ହିଁ ଯଥେଷ୍ଟ । ଯାହାଙ୍କୁ କେବେ ଭୁଲି ହେବନି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସେହି ମହାନ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ବିଜୟ ମହାନ୍ତିଙ୍କର ଆଜି 72ତମ ଜନ୍ମ ଜୟନ୍ତୀ । ଅଧିକ ପଢନ୍ତୁ

ସହରୀ ବାଘକୁ ଝୁରୁଛି ଓଲିଉଡ, ସ୍ମୃତିରେ ସତେଜ ଅଭିନୟ

author img

By

Published : Apr 8, 2022, 10:17 AM IST

Updated : Apr 8, 2022, 11:32 AM IST

ହାଇଦ୍ରାବାଦ: ବିଜୟ ମହାନ୍ତି, କେବଳ ନାମ ହିଁ ଯଥେଷ୍ଟ । ଯାହାଙ୍କୁ କେବେ ଭୁଲି ହେବନି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ବିଜୟ ମହାନ୍ତି ଘରେ ଘରେ ଥିଲେ ପରିଚିତ । ଅଭିନେତା ଠାରୁ ଆରମ୍ଭ କରି ହାସ୍ୟ ଅଭିନେତା, ଖଳନାୟକ, ନାୟକ ଆଦି ବିଭିନ୍ନ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ଜିଣିଥିଲେ ସେ । ଏଥିଲାଗି ସେ ଏକାଧିକବାର ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ଆଜି ଏହି ମହାନ ତଥା ଶ୍ରେଷ୍ଠ ଅଭିନେତାଙ୍କ 72ତମ ଜନ୍ମ ଜୟନ୍ତୀ ।

ପିଲାଦିନ ଓ ପାଠପଢା:

ବିଜୟ ୧୯୫୦ ମସିହା ଅପ୍ରେଲ ୮ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଣ୍ଡିରି ଗ୍ରାମରେ ଜନ୍ମ ନେଇଥିଲେ । କିନ୍ତୁ ସେ ମୟୂରଭଞ୍ଜ ବାରିପଦାରେ ରହୁଥିଲେ। ତାଙ୍କ ପିତାଙ୍କ ନାମ ଆଦିକନ୍ଦ ମହାନ୍ତି ଓ ମାତାଙ୍କ ନାମ ଶାନ୍ତିଲତା ମହାନ୍ତି । ସେମାନେ ୨ ଭାଇ ଓ ୩ ଭଉଣୀ ଥିଲେ । ଭାଇ-ଉଣଣୀଙ୍କ ମଧ୍ୟରେ ବଡ଼ ଥିଲେ ବିଜୟ । ପିତା ଆଦିକନ୍ଦ ବାରିପଦାରେ ସରକାରୀ ବସରେ କଣ୍ଡକ୍ଟର ଚାକିରି କରୁଥିଲେ । ବିଜୟଙ୍କ ଶିକ୍ଷାରମ୍ଭ ସେହିଠାରେ ହୋଇଥିଲା । ମହାରାଜା କୃଷ୍ଣଚନ୍ଦ୍ର ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢିଲା ବେଳକୁ, ସ୍କୁଲ ବାର୍ଷିକ ଉତ୍ସବରେ ସେ ପ୍ରଥମ ଥର ଅଭିନୟ କରିଥିଲେ । ସ୍କୁଲ ପଢା ସାରିବା ପରେ ଗ୍ରାଜୁଏସନ କରିବା ସମୟରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଯୋଗ ଦେଇଥିଲେ । ପରେ ସେ ରାଜ୍ୟ ପରିବହନ ବିଭାଗରେ ଚାକିରି କରିଥିଲେ ।

ଚାକିରି ସହିତ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ପାଠ ମଧ୍ୟ ପଢୁଥିଲେ । କଲେଜର ପ୍ରଥମ ବର୍ଷରେ କଲେଜ ନାଟକରେ ଅଭିନୟ କରି, ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଭ କରିଥିଲେ । ପରେ ସାଙ୍ଗମାନଙ୍କୁ ନେଇ ଯୁଗେଚ୍ଛା ନାଟ୍ୟ ସଂସ୍ଥା ନାମକ ଅନୁଷ୍ଠାନ ଗଢି ଅଧିକ ନାଟକ ମଞ୍ଚସ୍ଥ କରିଥିଲେ । ଅଭିନୟ କ୍ଷେତ୍ର ଆଗକୁ ବଢିବା ନିମନ୍ତେ, ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ଦିଲ୍ଲୀରେ ନାମ ଲେଖାଇଥିଲେ । ସେଠାରେ ସେ ଜାତୀୟ ମେଧା ବୃତ୍ତି ଲାଭ କରିଥିଲେ । ଯାହା ପରେ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟ ଯାତ୍ରା ।

ଅଭିନୟ ଯାତ୍ରା:

୧୯୭୭ ମସିହାରେ ବିଜୟ ମହାନ୍ତି ‘ଚିଲିକା ତୀରେ’ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟିକୁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଆଉ ନିଜ ପ୍ରଥମ ଫିଲ୍ମରୁ ସେ ନିଜ ଅଭିନୟର ଯାଦୁ ଦେଖାଇବାରେ ସଫଳ ହୋଇଥିଲେ । ‘ଚିଲିକା ତୀରେ’ ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ହୋଇଥିଲେ ମଧ୍ୟ, ‘ନାଗଫାସ’ ପ୍ରଥମେ ମୁକ୍ତିଲାଭ କରିଥିଲା । ନାଗଫାସର ଖଳନାୟକ ଚରିତ୍ର ଦେଖି ତାଙ୍କୁ ଅଧିକରୁ ଅଧିକ କାମ ମିଳିବାକୁ ଲାଗିଲା । ୧୯୮୩ ମସିହାର ‘କାବେରୀ’ ଚଳଚ୍ଚିତ୍ରରେ ତାଙ୍କୁ ସକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଲା ।

ନାୟକ ହେଉ ଅବା ଖଳନାୟକ ସବୁ ଚରିତ୍ରରେ ନିଜକୁ ଫିଟ କରି ପାରୁଥିଲେ ବିଜୟ ମହାନ୍ତି । ତାପରେ ଫିଲ୍ମ ଆରତୀ (୧୯୮୧), ମମତା ମାଗେ ମୂଲ (୧୯୮୫), ଏଇ ଆମ ସଂସାର (୧୯୮୬), ଆମ ଘର ଆମ ସଂସାର (୧୯୯୧), କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା ( ୧୯୯୩), ଭାଇ ହେଲା ଭଗାରୀ (୧୯୯୪), ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ ଆଦି ଫିଲ୍ମରେ ଅଭିନୟ କରିସାରିଛନ୍ତି। ଦୂରଦର୍ଶନରେ ବହୁ ନାଟକରେ ମଧ୍ୟ ସେ ଅଭିନୟ କରିଥିଲେ ।

ରାଜନୈତିକ ଜୀବନ:

ବିଜୟ ମହାନ୍ତି ୨୦୧୪ରେ କଂଗ୍ରେସରେ ଯୋଗ ଦେଇଥିଲେ । ଏହାଛଡା ଭୁବନେଶ୍ୱର ଲୋକସଭା ସିଟ୍‌ ପାଇଁ ମଧ୍ୟ ନିର୍ବାଚନ ଲଢିଥିଲେ କିନ୍ତୁ ହାରି ଯାଇଥିଲେ । ତା’ ପରେ ସେ କଂଗ୍ରେସ ଦଳ ଛାଡି ଦେଇଥିଲେ ।

ପୁରସ୍କାର:

ବିଜୟ ମହାନ୍ତି ୨୦୧୪ରେ ଜୟଦେବ ଆଓ୍ଵାର୍ଡ ପାଇଥିବା ବେଳେ କଳା ଏବଂ ସାହିତ୍ୟ ପାଇଁ ନ୍ୟାସନାଲ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଥିଲା। ଏହାଛଡା ବିଜୟ ମହାନ୍ତି ଓଡିଶା ତରଫରୁ ୬ ଥର ରାଜ୍ୟ ଚଳଚ୍ଚିତ୍ର ଆଓ୍ଵାର୍ଡ ଜିତିଛନ୍ତି । ୧୯୮୭ରେ ଓଡିଶା ସିନେ କ୍ରିଟିକ୍ସ ଆଓ୍ଵାର୍ଡ ମଧ୍ୟ ବିଜୟ ମହାନ୍ତି ଜିତିଥିଲେ ।

ଉଲ୍ଲେଖ ଥାଉକି ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ 2020 ଜୁଲାଇ 20 ତାରିଖରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଥିଲା । ସେ କେବଳ ଜଣେ ସିନେ କଳାକାର ନୁହେଁ ବରଂ ଓଡ଼ିଶାରେ ମଞ୍ଚ ନାଟକର ଜଣେ ବିନ୍ଧାଣି ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 8, 2022, 11:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.