ETV Bharat / entertainment

Rishi Kapoor Birth Anniversary: ଝୁରୁଛନ୍ତି ପରିବାର, ସେୟାର କଲେ ଅଭୁଲା ସ୍ମୃତି - ନୀତୁ କପୁର ଋଷି କପୁର

ସ୍ୱର୍ଗତ ଅଭିନେତା ଋଷି କପୁରଙ୍କର ଆଜି 71 ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଅଭିନେତାଙ୍କ ପତ୍ନୀ ନୀତୁ କପୁର ଏବଂ ତାଙ୍କ ଝିଅ ରିଦ୍ଧିମା କପୁର ତାଙ୍କୁ ମନେ ପକାଇ ଫଟୋ ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

ଋଷି କପୁର ଜନ୍ମ ବାର୍ଷିକୀ
ଋଷି କପୁର ଜନ୍ମ ବାର୍ଷିକୀ
author img

By ETV Bharat Odisha Team

Published : Sep 4, 2023, 1:07 PM IST

ହାଇଦ୍ରାବାଦ: ହିନ୍ଦୀ ସିନେମାର ଦିଗ୍ଗଜ ଅଭିନେତା ଋଷି କପୁରଙ୍କ ଆଜି (4 ସେପ୍ଟେମ୍ବର 2023) ଜନ୍ମ ବାର୍ଷିକୀ । ଏହି ଅଭିନେତା 4 ସେପ୍ଟେମ୍ବର 1952 ରେ ଜନ୍ମଗ୍ରହଣ କରିଥିଲେ ଏବଂ 2020 ମସିହାରେ 68 ବର୍ଷ ବୟସରେ ଆଖି ବୁଜିଲେ । ଅସୁସ୍ଥତା ହେତୁ ଋଷି କପୁରଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ପୂର୍ବରୁ ଋଷି କପୁର ଆମେରିକାରେ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇଥିଲେ, ଯେଉଁଠାରେ ତାଙ୍କ ପରିବାର ପ୍ରତି ମୁହୂର୍ତ୍ତରେ ତାଙ୍କ ସହ ଥିଲେ ଏବଂ ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଥିଲେ । କେବଳ ଏତିକି ନୁହେଁ, ଅନେକ ବଲିଉଡ ତାରକା ମଧ୍ୟ ଆମେରିକାର ଯାଇ ଅଭିନେତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝୁଥିଲେ । ସେ ସମୟରେ କୋରୋନା ଅବଧି ଥିଲା ଏବଂ ସମଗ୍ର ବିଶ୍ୱରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥି ସହିତ, ଯଦି ଋଷି କପୁର ଆଜି ଆମ ଗହଣରେ ଥାଆନ୍ତେ, ତେବେ ସେ ତାଙ୍କର 71 ତମ ଜନ୍ମଦିନ ପାଳନ କରିଥାନ୍ତେ ।

ଋଷି କପୁରଙ୍କ 71 ତମ ଜନ୍ମ ବାର୍ଷିକୀ
ଋଷି କପୁରଙ୍କ 71 ତମ ଜନ୍ମ ବାର୍ଷିକୀ

ଏହି ଅବସରରେ କପୁର ପରିବାର ଋଷି କପୁରଙ୍କୁ ମନେ ପକାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ଋଷି କପୁରଙ୍କ ତାରକା ପତ୍ନୀ ନୀତୁ କପୁର ଏବଂ ତାଙ୍କ ଝିଅ ରିଦ୍ଧିମା କପୁର ପୋଷ୍ଟ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଅଭୁଲା ସ୍ମୃତିକୁ ମନେ ପକାଉଛନ୍ତି ।

ଋଷି କପୁରଙ୍କ 71 ତମ ଜନ୍ମ ବାର୍ଷିକୀ
ଋଷି କପୁରଙ୍କ 71 ତମ ଜନ୍ମ ବାର୍ଷିକୀ

ଏହା ମଧ୍ୟ ପଢନ୍ତୁ: Rishi Kapoor Birth Anniversary: ପ୍ରେମିକା ପାଇଁ ଚିଠି ଲେଖୁ ଲେଖୁ ନିଜେ ହୋଇଗଲେ ଋଷିଙ୍କ ଜୀବନସାଥୀ

ନିତୁ କପୁର ଏବଂ ରିଦ୍ଧିମା କପୁର ତାଙ୍କ ସହ ସ୍ମରଣୀୟ ତଥା ପୁରୁଣା ଫଟୋ ସେୟାର କରି ଋଷି କପୁରଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଫଟୋ ଗୁଡ଼ିକରେ ତାଙ୍କ ସନ୍ତାନ ରଣବୀର କପୁର ଏବଂ ରିଦ୍ଧିମା କପୁର ଋଷିଙ୍କ ସହ ନଜର ଆସିଛନ୍ତି । ପରବର୍ତ୍ତୀ ଫଟୋ ଗୁଡ଼ିକରେ ଋଷି କପୁର ତାଙ୍କ ପତ୍ନୀ ଏବଂ ଝିଅଙ୍କ ସହ ନଜର ଆସିଛନ୍ତି ।

ଋଷି କପୁରଙ୍କ କ୍ୟାରିଅର୍

ଋଷି କପୁର ତାଙ୍କ ଷ୍ଟାର ପିତା ରାଜ କପୁରଙ୍କ ଚଳଚ୍ଚିତ୍ର ଶ୍ରୀ 420ରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ଏବଂ 1970 ମସିହାରେ ରାଜ କପୁର ପୁଣି ଥରେ ମେରା ନାମ ଜୋକର ଫିଲ୍ମରେ ଋଷି କପୁରଙ୍କୁ ଏକ୍ସଫ୍ଲୋର କରିଥିଲେ । ଏଥି ସହିତ, ତିନି ବର୍ଷ ପରେ, 1973ରେ, ରାଜ କପୁର ଋଷି କପୁରଙ୍କୁ ବବି ଚଳଚ୍ଚିତ୍ରର ଅଭିନେତା ଭାବରେ ବଡ ପରଦାରେ ଆଣିଥିଲେ ଏବଂ ପ୍ରଥମ ଚଳଚ୍ଚିତ୍ରରୁ ଋଷି କପୁର ରାତାରାତି ଷ୍ଟାର ହୋଇଥିଲେ । 6 ଦଶନ୍ଧି ଧରି ହିନ୍ଦୀ ସିନେମାରେ ଋଷି କପୁର ଚମତ୍କାର ପ୍ରଦର୍ଶନ କରିଥିଲେ । ତାଙ୍କ ମୃତ୍ୟୁ ପରେ ମୁକ୍ତିଲାଭ କରିଥିବା ଶର୍ମା ଜୀ ନମକୀନ୍ (2022) ଚଳଚ୍ଚିତ୍ରରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.