ମୁମ୍ବାଇ: ନୀନା ଗୁପ୍ତା ତାଙ୍କ ଦ୍ୱିତୀୟ ଇନିଂସରେ ପୂର୍ବ ଅପେକ୍ଷା ଅଧିକ ଲୋକପ୍ରିୟ ହୋଇଯାଇଛନ୍ତି । 'ବଧାଇ ହୋ' ଚଳଚ୍ଚିତ୍ରର ସଫଳତା ପରେ ସେ ନିଜ କ୍ୟାରିୟରର ପିକ୍ରେ ଅଛନ୍ତି । ତାଙ୍କ ପାଖରେ କାମର କୌଣସି ଅଭାବ ନାହିଁ । ସେ କ୍ରମାଗତ ଭାବରେ ଇଭେଣ୍ଟ ଏବଂ ପାର୍ଟିରେ ଯୋଗ ଦେଉଛନ୍ତି । କେବଳ ଏତିକି ନୁହେଁ, 64 ବର୍ଷ ବୟସରେ ମଧ୍ୟ ସେ ଗ୍ଲାମରସ୍ ଏବଂ ବୋଲ୍ଡ ପୋଷାକ ପିନ୍ଧି ବୁଲି ପାରୁଛନ୍ତି । କିଛି ସମୟ ପୂର୍ବରୁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ତାଙ୍କୁ କଳା ରଙ୍ଗର ମିନି ଡ୍ରେସରେ ଦେଖିବାକୁ ମିଳିଛି । ବୟସର ଏହି ପର୍ଯ୍ୟାୟରେ ତାଙ୍କର ଏହି ଲୁକ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ନୀନା ଗୁପ୍ତା ଏହି ଭିଡିଓ ମାଧ୍ୟମରେ ନିଜକୁ ନିଜେ ହିଁ ଟ୍ରୋଲ କରିଦେଇଛନ୍ତି । ଉଲ୍ଲେଖନୀୟ ଯେ, ନୀନା ଏକ କଳା ମିନି ଡ୍ରେସ ପିନ୍ଧି ଜେନେଲିଆ ଡି’ସୁଜା-ମାନବ କୌଲଙ୍କ ଅଭିନୀତ 'ଟ୍ରାଏଲ୍ ପିରିୟଡ୍'ର ସଫଳତା ପାର୍ଟିରେ ଯୋଗ ଦେଇଥିଲେ । ଏହି ବ୍ଲାକ ଡ୍ରେସ ବ୍ୟାକଲେସ୍ ଥିଲା । ବ୍ଲାକ ବ୍ୟାକଲେସ ଡ୍ରେସ ସହିତ ନୀନା ବ୍ରାଉନ୍ ରଙ୍ଗର ଗ୍ଲାସ୍ ଏବଂ ବ୍ଲାକ ରଙ୍ଗର ହ୍ୟାଣ୍ଡ ବ୍ୟାଗ୍ ଧରି ନିଜ ଲୁକ୍କୁ ପୂରା କରିଥିଲେ ।
ସବୁଠୁ ଖାସ୍ କଥା ହେଉଛି କି, ନିଜ ବୁଟ୍ ପାଇଁ ନୀନା ଗୁପ୍ତା ପୁରା ଲାଇମ୍ ଲାଇଟ୍କୁ ଚାଲିଆସିଛନ୍ତି ଏବଂ ଏହି କାରଣରୁ ସେ ନିଜକୁ ମଧ୍ୟ ଟ୍ରୋଲ କରିଥିଲେ । ଭିଡିଓରେ ନୀନା ବ୍ଲାକ ହାଇ ବୁଟ୍ ପିନ୍ଧିଥିବାର ନଜର ଆସିଥିଲେ । ଏତେ ଗରମରେ ବୁଟ ପିନ୍ଧିଥିବାରୁ ନୀନା ନିଜକୁ ଟ୍ରୋଲ କରିଥିଲେ । ଏହି ଲୁକରେ ପାପାରାଜୀଙ୍କ ପାଇଁ ମଧ୍ୟ ଫଟୋ ପୋଜ୍ ଦେଇଥିଲେ । ଏହି ଭିଡିଓ ସହିତ ନୀନା ଦେଇଥିବା କ୍ୟାପସନ୍ ଆହୁରି ଆଶ୍ଚର୍ଯ୍ୟଜନକ ଅଟେ । ସେ ଲେଖିଛନ୍ତି, ଗରମ ଅଛି ତ କ’ଣ ହେଲା ? ବୁଟ ପିନ୍ଧିବାର ସଉକ ତ ପୂରା ହୋଇଗଲା।
ଏହା ମଧ୍ୟ ପଢନ୍ତୁ: Mahesh Babu@48: ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଗୁଣ୍ଟୁର କାରମର ନୂଆ ପୋଷ୍ଟର ରିଲିଜ
ଏହି ପୋଷାକ ଏବଂ ବୁଟରେ ନୀନା ଗୁପ୍ତାଙ୍କୁ ଦେଖି ନେଟିଜେନ୍ସ ମଧ୍ୟ ମନ୍ତବ୍ୟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ନିନା ଜୀ ତୁମେ ଏହି ପୋଷାକରେ କମ୍ଫଟେବଲ ଦେଖାଯାଉ ନାହଁ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ବୁଢୀ ଘୋଡି ଲାଲ୍ ଲଗାମ । ଯଦିଓ ଅନେକ ଲୋକ ତାଙ୍କ ଲୁକକୁ ପ୍ରଶଂସା କରିଛନ୍ତି । ଅଧିକାଂଶ ଲୋକ ତାଙ୍କୁ 'ଗର୍ଜିଅସ୍' ବୋଲି କହିଥିଲେ । ଏହି ବୟସରେ ଏଭଳି ପୋଷାକ ପିନ୍ଧିଥିବାରୁ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିଥିଲେ ।