ETV Bharat / entertainment

'ପରିବର୍ତ୍ତନ ହିଁ ଜୀବନର ନିୟମ'; ଅର୍ଜୁନଙ୍କ ସହ ବ୍ରେକଅପ୍ ଗୁଜବ, ମଲାଇକା ସେୟାର କଲେ କ୍ରିପ୍ଟିକ୍ ପୋଷ୍ଟ

author img

By ETV Bharat Odisha Team

Published : Aug 26, 2023, 10:31 PM IST

ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ବ୍ରେକଅପ୍ ଖବର ଏବେ ଚର୍ଚ୍ଚାରେ । ତେବେ ଏହି କପଲ୍‌ ଏପର୍ଯ୍ୟନ୍ତ କୌଣସି ପ୍ରତ୍ୟକ୍ଷ ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି। କିନ୍ତୁ ବ୍ରେକଅପ୍ ଖବର ମଧ୍ୟରେ ବର୍ତ୍ତମାନ ମଲାଇକା ନିଜ ଇନଷ୍ଟାଗ୍ରାମରେ ଏପରି ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି, ଯାହା ପ୍ରଶଂସକଙ୍କୁ ଚକିତ କରିଛି । ଅଧିକ ପଢନ୍ତୁ

ମଲାଇକା ଆରୋରା
ମଲାଇକା ଆରୋରା

ହାଇଦ୍ରାବାଦ: ଅର୍ଜୁନ କପୁର ଏବଂ ମଲାଇକା ଆରୋରା ସେମାନଙ୍କ ଲଭ୍‌ ଲାଇଫ୍‌ ପାଇଁ କ୍ରମାଗତ ଚର୍ଚ୍ଚାରେ ରହିଆସିଛନ୍ତି । ବର୍ତ୍ତମାନ ସେମାନଙ୍କ ବ୍ରେକଅପ୍ ଖବରକୁ ଜୋରସୋର ଚର୍ଚ୍ଚା ହେଉଛି । ଗତ କିଛି ଦିନ ହେବ ମଲାଇକା ଆରୋରା ଅଭିନେତା ଅର୍ଜୁନଙ୍କ ଫଟୋରେ ନା ମନ୍ତବ୍ୟ ଦେଉଛନ୍ତି ନା ତାଙ୍କର କୌଣସି ଫଟୋକୁ ଲାଇକ୍‌ କରୁଛନ୍ତି । ଏହି କାରଣରୁ ସୋସିଆଲ ମିଡିଆରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ, କପଲ୍‌ଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ ।

ମଲାଇକାଙ୍କ କ୍ରିପ୍ଟିକ୍ ପୋଷ୍ଟ
ମଲାଇକାଙ୍କ କ୍ରିପ୍ଟିକ୍ ପୋଷ୍ଟ

ବର୍ତ୍ତମାନ, ମଲାଇକା ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ 'ପରିବର୍ତ୍ତନ ହିଁ ଜୀବନର ନିୟମ' ଲେଖାଯାଇଛି । ଯାହାପରେ ସୋସିଆଲ ମିଡିଆ ୟୁଜର୍ସ ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ବ୍ରେକଅପ୍କୁ ନେଇ ଜୋରସୋର ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି । ଏହି ସମୟରେ ଆଉ ଏକ ଖବର ମଧ୍ୟ ଆସୁଛି ଯେ ମଲାଇକା ଆରୋରା ଅର୍ଜୁନ କପୁରଙ୍କ ପରିବାରକୁ ସୋସିଆଲ ମିଡିଆରେ ଅନ୍‌ଫଲୋ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ରେକର୍ଡ ଭାଙ୍ଗିବେ ଶାହାରୁଖ, ଦୁନିଆର ସବୁଠୁ ବଡ ଥିଏଟରରେ ରିଲିଜ ହେବ ଫିଲ୍ମ ଜବାନ

ଉଲ୍ଲେଖନୀୟ ଯେ, ଅର୍ଜୁନ କପୁରଙ୍କ ସହ ବ୍ରେକଅପ୍ ହେବାର ଗୁଜବ ମଧ୍ୟରେ ମଲାଇକା ଆରୋରା ବର୍ତ୍ତମାନ ଅଭିନେତାଙ୍କ ପରିବାର ସଦସ୍ୟଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିଛନ୍ତି। ମଲାଇକା ଅର୍ଜୁନଙ୍କ ଭଉଣୀ ଅନସୁଲା କପୁର, ଜାହ୍ନବୀ କପୁର ଏବଂ ଖୁସି କପୁରଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଛନ୍ତି। କେବଳ ଏତିକି ନୁହେଁ, ମଲାଇକା ଆଉ ଅର୍ଜୁନଙ୍କ ପିତା ବୋନି କପୁର ଏବଂ ତାଙ୍କ ଭାଇ ଅନିଲ କପୁରଙ୍କୁ ଫଲୋ କରୁନାହାଁନ୍ତି। ତେବେ ଏଠାରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ମଲାଇକା ଇନଷ୍ଟାଗ୍ରାମରେ ଜଣେ ଭିଲେନ୍ ରିଟର୍ନ ଅଭିନେତାଙ୍କୁ ଫଲୋ କରୁଛନ୍ତି।

ଏହା ମଧ୍ୟ ପଢନ୍ତୁ: ଧର୍ମେନ୍ଦ୍ରଙ୍କ ପରେ ହେମା ମାଳିନୀ ବଡ ପରଦାରେ କରିବେ ଲିପଲକ୍ ! କହିଲେ ଏମିତି...

ଏହି ଖବର ଜାଣିବା ପରେ ସୋସିଆଲ ମିଡିଆରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି। ଲୋକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଦୁହେଁ କାହିଁକି ଅଲଗା ହୋଇଗଲେ । ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ ସେମାନେ ଦୀର୍ଘ ସମୟ ଧରି ପରସ୍ପରକୁ ପ୍ରକୃତରେ ଭଲ ପାଉଥିଲେ । ଅର୍ଜୁନ ଏତେ ବର୍ଷ ଧରି ତାଙ୍କ ପ୍ରତି ପ୍ରତିବଦ୍ଧ ଥିଲେ, ତେଣୁ ସେ ହଠାତ୍ ମଲାଇକାଙ୍କୁ ଧୋକା ଦେବା ଏହା ବିଶ୍ୱାସ କରିବା କଷ୍ଟକର । ଅନ୍ୟ କେତେକ ସମସ୍ୟା ହେତୁ ସେମାନେ ଅଲଗା ହୋଇଥାଇ ପାରନ୍ତି, ଅର୍ଜୁନ ଏପରି ଜଣେ ବ୍ୟକ୍ତି ପରି ମନେ ହେଉନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.