ETV Bharat / entertainment

୩୮ ବର୍ଷରେ ଦୀପିକା ପାଦୁକୋନ, ଏପରି ଶୁଭେଚ୍ଛା ଜଣାଇଲେ 'କଲ୍କି ୨୮୯୮AD' ଟିମ୍

author img

By ETV Bharat Odisha Team

Published : Jan 5, 2024, 10:55 PM IST

Kalki 2898 AD Deepika Poster Out: ଆଜି ଦୀପିକା ପାଦୁକୋନଙ୍କ ୩୮ତମ ଜନ୍ମଦିନ ଅବସରରେ 'କଲ୍କି ୨୮୯୮AD' ଟିମ୍ ଅଭିନେତ୍ରୀଙ୍କୁ ବିଶେଷ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସେ ଫିଲ୍ମରୁ ଏକ ନୂଆ ପୋଷ୍ଟର ସେୟାର କରି ଦୀପିକାଙ୍କ ପ୍ରଥମ ଝଲକ ଦେଖାଇଛନ୍ତି ।

୩୮ ବର୍ଷରେ ଦୀପିକା ପାଦୁକୋନ, ଏପରି ଶୁଭେଚ୍ଛା ଜଣାଇଲେ 'କଲ୍କି ୨୮୯୮AD' ଟିମ୍
୩୮ ବର୍ଷରେ ଦୀପିକା ପାଦୁକୋନ, ଏପରି ଶୁଭେଚ୍ଛା ଜଣାଇଲେ 'କଲ୍କି ୨୮୯୮AD' ଟିମ୍

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି ତାଙ୍କ ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତ୍ରୀଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅଭିନେତ୍ରୀ ଚଳିତ ବର୍ଷ 'ଫାଇଟର' ଏବଂ 'କଲ୍କି ୨୮୯୮AD' ସହ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି । ତେବେ ତାଙ୍କ ଜନ୍ମଦିନରେ ଉଭୟ ଫିଲ୍ମର ନିର୍ମାତା ତାଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ତାଙ୍କ ଆଗାମୀ ଫିଲ୍ମ ଫାଇଟର ନିର୍ମାତା ତାଙ୍କର BTS ଭିଡିଓ ସେୟାର କରି ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ବେଳେ ବର୍ତ୍ତମାନ 'କଲ୍କି ୨୮୯୮AD'ରୁ ଫିଲ୍ମରୁ ଏକ ନୂଆ ପୋଷ୍ଟର ସେୟାର କରି ଦୀପିକାଙ୍କ ପ୍ରଥମ ଝଲକ ଦେଖାଇଛନ୍ତି ।

ନିର୍ମାତା ବୈଜୟନ୍ତ ମୁଭିସ ଏବଂ 'କଲ୍କି ୨୮୯୮AD' ନିଜ ଇନଷ୍ଟାଗ୍ରାମରେ ଦୀପିକାଙ୍କ ଆକର୍ଷଣୀୟ ପୋଷ୍ଟର ରିଲିଜ କରିଛନ୍ତି । ଏହି ଫଟୋରେ ଦୀପିକା ପ୍ରଥମ ଝଲକ ଦେଖିବାକୁ ମିଳିଛି । ଫଟୋ ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, ଆମର ସୁନ୍ଦର ଦୀପିକା ପାଦୁକୋନଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା । ସେ ଆହୁରି ଲେଖିଛନ୍ତି, ଅପେକ୍ଷା ଅଧିକ ସମୟ ହୋଇପାରେ, କିନ୍ତୁ ଆଲୋକ ସାଇନିଂ କରିବ । 'କଲ୍କି ୨୮୯୮AD' । ଏହା ପୂର୍ବରୁ 'କଲ୍କି ୨୮୯୮AD'ସହ ତାରକା ପ୍ରଭାସ ଦୀପିକାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୀପିକାଙ୍କ ଏକ ଫଟୋ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ଦୀପିକା ପାଦୁକୋନଙ୍କୁ ଜନ୍ମଦିନର ଶୁଭେଚ୍ଛା । ଆପଣଙ୍କ ବର୍ଷ ଆପଣଙ୍କ ଭଳି ସର୍ବଦା ଚମତ୍କାର ହେଉ ।'

ଦୀପିକାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପ୍ରଭାସ

ଏହା ମଧ୍ୟ ପଢନ୍ତୁ: ଦୀପିକାଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ନିର୍ମାତା ସେୟାର କଲେ 'ଫାଇଟର'ର BTS ଭିଡିଓ

'କଲ୍କି ୨୮୯୮AD' ଫିଲ୍ମରେ ଅନେକ ମଲ୍ଟି ଷ୍ଟାରଙ୍କୁ ଦେଖିବାକୁ ମିଳିବ । ହାଇ ବଜେଟରେ ନିର୍ମିତ ଏହି ଫିଲ୍ମରେ ଦୀପିକାଙ୍କ ବ୍ୟତୀତ ସାଉଥ ଅଭିନେତା ପ୍ରଭାସ, କମଲ ହାସନ, ଦିଶା ପାଟାନୀ ଏବଂ ପଶୁପତିଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ବର୍ଷ ଜାନୁଆରୀ 12ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ ୫୦୦କୋଟିରୁ ଅଧିକ ବୋଲି କୁହାଯାଉଛି । ଏହି ଚଳଚ୍ଚିତ୍ରଟି ଭାରତରେ ଏବଂ ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ରିଲିଜ କରିବ । ଏହା ବ୍ୟତୀତ ଦୀପିକାଙ୍କୁ ହ୍ରିତିକ ରୋଶନଙ୍କ ସହ ଫିଲ୍ମ 'ଫାଇଟର' ରେ ଦେଖିବାକୁ ମିଳିବ । ତେବେ ହ୍ରିତିକ ଏବଂ ପ୍ରଭାସଙ୍କ ସହ ଦୀପିକା ପ୍ରଥମ ଥର ପାଇଁ ଏହି ଫିଲ୍ମ ସ୍କ୍ରିନ ସେୟାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.