ETV Bharat / entertainment

ପ୍ରଥମ ଦିନରେ 100 କୋଟି ପାର କଲା ଆଦିପୁରୁଷ, ଫଟୋ ସେୟାର କଲେ କ୍ରିତି ସାନନ

author img

By

Published : Jun 18, 2023, 7:55 AM IST

ପଠାନକୁ ଟପିଲା ଆଦିପୁରୁଷ। ପ୍ରଥମ ଦିନରେ 100 କୋଟି କଲା ପାର। ସୋସିଆଲ ମିଡିଆରେ ଫଟୋ ସେୟାର କଲେ କ୍ରିତି ସାନନ। ଅଧିକ ପଢନ୍ତୁ

Adipurush worldwide collection
Adipurush worldwide collection

ହାଇଦ୍ରାବାଦ: ବିବାଦ ମଧ୍ୟରେ ପ୍ରଥମ ଦିନରେ ବକ୍ସ ଅଫିସରେ ଧମାଲ କଲା ନିର୍ଦ୍ଦେଶକ ଓମ ରାଉତଙ୍କ ଫିଲ୍ମ 'ଆଦିପୁରୁଷ' ରିଲିଜ ହେବା ପୂର୍ବରୁ ମଧ୍ୟ ବକ୍ସ ଅଫିସରେ ବହୁତ ରୋଜଗାର କରିଛି । ନିକଟରେ ଫିଲ୍ମର ମୁଖ୍ୟ ଅଭିନେତ୍ରୀ କ୍ରିତି ସାନନ୍ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ବିଶ୍ୱବ୍ୟାପୀ ସଂଗ୍ରହ ବା ବକ୍ସ ଅଫିସ କଲେକ୍ସନ ସେୟାର କରିଛନ୍ତି । ଆଶା କରାଯାଉଥିବା ଫିଲ୍ମ ପ୍ରଥମ ଦିନରେ 100 କୋଟି ଅତିକ୍ରମ କରିଛି ।

ପ୍ରଥମ ଦିନରେ 100 କୋଟି ପାର କଲା ଫିଲ୍ମ: ଆଦିପୁରୁଷରେ ସୀତା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ କ୍ରିତି ସାନନ୍ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ତାଙ୍କ ଚଳଚ୍ଚିତ୍ରର ବିଶ୍ୱବ୍ୟାପୀ ସଂଗ୍ରହ ସେୟାର କରିଛନ୍ତି । ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରେ 140 କୋଟି ଟଙ୍କା ରୋଜଗାର କରିଛି । ଏହି ପୋଷ୍ଟକୁ ସେୟାର କରି କ୍ରିତି କ୍ୟାପସନ ଦେଇଛନ୍ତି, 'ଜୟ ଶ୍ରୀ ରାମ' । ଓମ ରାଉତଙ୍କ ନିର୍ଦ୍ଦେଶିତ ଆଦିପୁରୁଷରେ ପ୍ରଭାସଙ୍କୁ ରାମ, ସନି ସିଂ ଲକ୍ଷ୍ମଣ ଏବଂ କ୍ରିତି ସାନନଙ୍କୁ ଜାନକୀ ଭୂମିକାରେ ଦେଖିବାକୁ ମିଳିଛି ।

ବିବାଦ ଭିତରେ ଜବରଦସ୍ତ ପ୍ରଦର୍ଶନ: ରିଲିଜ୍ ହେବା ପରଠାରୁ ଆଦିପୁରୁଷ ଏହାର ଖରାପ VFX ଏବଂ ସଂଳାପ ଯୋଗୁଁ ଅନେକ ବିରୋଧର ସମ୍ମୁଖୀନ ହୋଇଥିଲା। ଏହା ସହିତ, ଲୋକମାନେ ଚରିତ୍ର ବିଷୟରେ ମଧ୍ୟ ଅନେକ ଟ୍ରୋଲ୍ କରିଥିଲେ । କିନ୍ତୁ ରିଲିଜ୍ ପୂର୍ବରୁ ମଧ୍ୟ ଆ଼ଡଭାନ୍ସ ବୁକିଂରେ ଫିଲ୍ମ ରେକର୍ଡ ଭାଙ୍ଗିଥିଲା । ରିଲିଜର ପ୍ରଥମ ଦିନରେ ବହୁତ ଭଲ କଲେକ୍ସନ୍ କରିଥିଲା ​। 500 କୋଟିର ବିପୁଳ ବଜେଟ୍ ସହିତ ଆଦିପୁରଷ ପ୍ରସ୍ତୁତ କରାଯାଇଛି । ପ୍ରଭାସ, କ୍ରିତି ଏବଂ ସନ୍ନି ସିଂଙ୍କ ବ୍ୟତୀତ ଦେବଦତ୍ତ ନାଗେ ହନୁମାନ ଏବଂ ସୈଫ ଅଲ୍ଲୀ ଖାନ ରାମାୟଣ ଉପରେ ଆଧାରିତ ଆଦିପୁରୁଷ ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଅଭିନୟ କରିଛନ୍ତି ।

ପଠାନକୁ ଟପିଲା ଆଦିପୁରୁଷ: କୋରୋନା ପର ଠାରୁ ରିଲିଜ ହୋଇଥିବା ଫିଲ୍ମ ମଧ୍ୟରେ ସବୁଠାରୁ ଏଧିକ କଲେକ୍ସନ କରିଥିଲା ଶାହରୁଖ ଖାନଙ୍କ ଫିଲ୍ମ ପଠାନ । ହେଲେ ପ୍ରଭାସ ଏବଂ କ୍ରିତି ସାନନଙ୍କ ମଲ୍ଟି ଷ୍ଟାରର ପାନ ଇଣ୍ଡିଆ ଫିଲ୍ମ 'ଆଦିପୁରୁଷ' ପ୍ରଥମ ଦିନରେ ପଠାନକୁ କଲେକ୍ସନରେ ଅତିକ୍ରମ କରିଛି । ନଜର ପକାନ୍ତୁ ଏହି ଲିଷ୍ଟ ଉପରେ ରିଲିଜ ହେବାର ପ୍ରଥମ ଦିନରେ କେତେ କଲେକ୍ସନ ହେଇଥିଲା

ଆଦିପୁରୁଷ-140 କୋଟି

ପଠାନ: 106 କୋଟି

ବ୍ରହ୍ମାସ୍ତ୍ର- 75 କୋଟି

ଓ୍ବାର-53.35 କୋଟି

ରାମାୟଣର କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଶ୍ରୀରାମ ତଥା ରାଘବ ଚରିତ୍ରରେ ବାହୁବଳୀ ଷ୍ଟାର ପ୍ରଭାସ ନଜର ଆସିଥିବା ବେଳେ ମାତା ସୀତାଙ୍କ ଭୂମିକାରେ ନଜର ଆସିଛନ୍ତି କ୍ରିତି ସାନନ । ସେହିଭଳି ହନୁମାନ ଭୂମିକାରେ ଦେବଦତ୍ତ ନାଗରେ ଏବଂ ରାବଣ ତଥା ଲଙ୍କେଶ୍ ଚରିତ୍ରରେ ସେଫ ଅଲ୍ଲୀ ଖାନ ନଜର ଆସିଛନ୍ତି ବହୁ ପ୍ରତୀକ୍ଷିତ ତଥା ପୂର୍ବରୁ ବିବାଦୀୟ ହୋଇଥିବା ଏହି ଫିଲ୍ମ ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.