ETV Bharat / entertainment

Kartik Aaryan: ପ୍ରଥମ ଥର ଅଷ୍ଟେଲିଆ ଗଲେ କାର୍ତ୍ତିକ, ଭିଡିଓ ସେୟାର କରି ଜଣାଇଲେ କାରଣ

author img

By

Published : Aug 9, 2023, 9:04 AM IST

ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଯାଇଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଯିବାର କାରଣ ଦର୍ଶାଇଛନ୍ତି । ଅଧିକ ପଢନ୍ତୁ

ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଗସ୍ତରେ କାର୍ତ୍ତିକ, ଭିଡିଓ ସେୟାର କରି ଜଣାଇଲେ କାରଣ

ହାଇଦ୍ରାବାଦ: 'ସତ୍ୟପ୍ରେମ କି କଥା'ର ବିପୁଳ ସଫଳତା ପରେ ବେଶ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ନିକଟରେ ଅଭିନେତା ତାଙ୍କର ଆଗାମୀ କ୍ରୀଡା ଡ୍ରାମା ଚଳଚ୍ଚିତ୍ର 'ଚନ୍ଦୁ ଚାମ୍ପିଅନ୍'ରୁ ତାଙ୍କର ପ୍ରଥମ ଲୁକ୍ ସେୟାର କରିଥିଲେ । ଲଣ୍ଡନରେ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'ର ପ୍ରଥମ କାର୍ଯ୍ୟସୂଚୀ ଶେଷ କରିବା ପରେ କାର୍ତ୍ତିକ ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ସେୟାର କରିଥିଲେ । ଏହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଯାଉଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏହାର କାରଣ କହିଛନ୍ତି ।

ଗତକାଲି କାର୍ତ୍ତିକ ଆର୍ଯ୍ୟନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଅଭିନେତା ବ୍ଲାକ ପ୍ୟାଣ୍ଟ ଏବଂ ବ୍ଲୁ ରଙ୍ଗର ସାର୍ଟରେ ଖୁବ ସୁନ୍ଦର ଦେଖାଯାଉଥିଲେ । କାର୍ତ୍ତିକ ଆର୍ଯ୍ୟନ ବେଶ ଖୁସି ଥିବା ନଜର ଆସିଛନ୍ତି । ଏଥିସହ କାର୍ତ୍ତିକ ଆର୍ଯ୍ୟନ ନିଜ ଇନଷ୍ଟାଗ୍ରାମରେ ମଧ୍ୟ ଏକ ଭିଡିଓ ସେୟାର କରି ନିଜ ପ୍ରଶଂସକଙ୍କୁ କହିଛନ୍ତି ଯେ ସେ କାହିଁକି ଖୁସି ଏବଂ ସେ କେଉଁଆଡେ ଯାଉଛନ୍ତି । ଭିଡିଓରେ କାର୍ତ୍ତିକ କହିଛନ୍ତି ଯେ, ସମସ୍ତଙ୍କୁ ପ୍ରଣାମ, ମୁଁ ମେଲବୋର୍ଣ୍ଣର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବକୁ ଯାଉଛି ଏବଂ ଏହା ମୋର ପ୍ରଥମ ଥର ଯେ ମୁଁ ଅଷ୍ଟ୍ରେଲିଆ ଯାଉଛି ଏବଂ ସତ୍ୟପ୍ରେମର କାହାଣୀକୁ ଏତେ ଭଲପାଇବା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ବନ୍ଧୁମାନେ ଆପଣଙ୍କୁ ମେଲବୋର୍ଣ୍ଣରେ ମିଶିବା ।'

ସୂଚନା ଥାଉ କି, ମେଲବୋର୍ଣ୍ଣରେ 14 ତମ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ ଅଗଷ୍ଟ 11ରେ ଆରମ୍ଭ ହେବାକୁ ଯାଉଛି, ଯାହା ଅଗଷ୍ଟ 20 ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ କାର୍ତ୍ତିକ ଆର୍ଯ୍ୟନଙ୍କ ବଲିଉଡ ଯାତ୍ରା ପ୍ରଥମ ଥର ପାଇଁ ପ୍ରଦର୍ଶିତ ହେବ । ଏଥର 82 ବର୍ଷୀୟ ଓସ୍କାର ବିଜେତା ଅଷ୍ଟ୍ରେଲୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ବ୍ରୁସ ବେରସଫୋର୍ଡଙ୍କୁ USP ଜୁରି ଭାବରେ ସମାରୋହରେ ସାମିଲ କରାଯାଇଛି । ଏଥି ସହିତ ରାଣୀ ମୁଖାର୍ଜୀଙ୍କୁ ମଧ୍ୟ ଏହି ସମାରୋହରେ ନିମନ୍ତ୍ରଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରଥମ ଲୁକ୍ ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମ

ସେପଟେ ଚନ୍ଦୁ ଚମ୍ପିଆନ୍ ଫିଲ୍ମରେ ନଜର ଆସିବେ କାର୍ତ୍ତିକ । ଏହି ଫିଲ୍ମ ଏକ କ୍ରୀଡା ଡ୍ରାମା ଜଣେ କ୍ରୀଡ଼ାବିତଙ୍କ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ । ଯିଏ କେବେ ବି ତାଙ୍କ ଜୀବନରେ ହାର ମାନିନାହାନ୍ତି । ଏହି ଚଳଚ୍ଚିତ୍ରଟି ଭାରତର ପ୍ରଥମ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମୁର୍ଲିକାନ୍ତ ପେଟକରଙ୍କ ବାୟୋପିକ୍ ବୋଲି କୁହାଯାଉଛି । ଏହି ଫିଲ୍ମ 14 ଜୁନ୍ 2024 ରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.