ETV Bharat / entertainment

ରଣବୀରଙ୍କ ଫିଲ୍ମ 'ଆନିମଲ' ପ୍ରଶଂସାରେ କରଣ ଜୋହର

author img

By ETV Bharat Odisha Team

Published : Jan 2, 2024, 12:27 PM IST

Karan Johar On Animal: କରଣ ଜୋହର ରଣବୀର କପୁରଙ୍କ ଫିଲ୍ମ 'ଆନିମଲ'ର ଖୁବ ପ୍ରଶଂସା କରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଏହି ଫିଲ୍ମକୁ ସେ ୨୦୨୩ର ଶ୍ରେଷ୍ଠ ଫିଲ୍ମ ବୋଲି କହିଛନ୍ତି । ଅଧିକ ପଢନ୍ତୁ,

ରଣବୀରଙ୍କ ଫିଲ୍ମ 'ଆନିମଲ' ପ୍ରଶଂସାରେ କରଣ ଜୋହର
ରଣବୀରଙ୍କ ଫିଲ୍ମ 'ଆନିମଲ' ପ୍ରଶଂସାରେ କରଣ ଜୋହର

ହାଇଦ୍ରାବାଦ: ସନ୍ଦୀପ ରେଡ୍ଡି ଭଙ୍ଗାଙ୍କ ନିର୍ଦ୍ଦେଶିତ ଏବଂ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ 'ଆନିମଲ' ରିଲିଜର ମାସେ ବିତିଗଲାଣି । ତଥାପି ଏହି ଫିଲ୍ମ ଦର୍ଶକଙ୍କ ମନ ଜିତିବା ସହ ବକ୍ସ ଅଫିସରେ ତାର ଜଲୱା ଜାରି ରଖିଛି । ଡିସେମ୍ବର ୧ରେ ରିଲିଜ ହୋଇଥିବା ଏହି ଫିଲ୍ମ ବର୍ତ୍ତମାନ ରିଲିଜର ୩୧ତମ ଦିନ ମଧ୍ୟରେ ଭାରତରେ ୫୪୪.୯୩ କୋଟି ଆୟ କରିଥିବା ବେଳେ ବିଶ୍ବରେ ୮୯୦.୨୫ କୋଟି ଆୟ କରି ସଫଳତା ହାସଲ କରିଛି । ତେବେ ଏହି ଫିଲ୍ମରେ ସମସ୍ତ ଚରିତ୍ରଙ୍କ ଅଭିନୟ ଏବଂ ଲୁକ, ଆକ୍ସନକୁ ଖୁବ ପ୍ରଶଂସା କରାଯାଉଛି । ଏହାରି ମଧ୍ୟରେ ବର୍ତ୍ତମାନ ବଲିଉଡ ଲୋକପ୍ରିୟ ଫିଲ୍ମ ନିର୍ମାତା କରଣ ଜୋହର 'ଆନିମଲ'ର ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଏହି ଫିଲ୍ମ ଦେଖି ମୋ ଆଖିରେ ଲୁହ ଆସିଯାଇଥିଲା ।

କରଣ ଜୋହର ସନ୍ଦୀପ ରେଡ୍ଡି ଭଙ୍ଗାଙ୍କ ସହ ଗାଲାଟା ପ୍ଲସ୍ 'ମେଗା ପାନ୍ ଇଣ୍ଡିଆ ରାଉଣ୍ଡ ଟେବୁଲ୍ 2023ରେ ସାମିଲ ହୋଇଥିଲେ । ଏହି ସମୟରେ ସେ 'ଆନିମଲ'ର ଖୁବ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ମୁଁ ଏହି ଫିଲ୍ମର ପ୍ରଶଂସା କରିଥିଲି ସେତେବେଳେ ଲୋକେ ମୋତେ କହିଥିଲେ ଯେ, ଆପଣ ରକି ଔର ରାନୀ... ଫିଲ୍ମ କରିଛନ୍ତି । ଯାହା ଆନିମଲ ପରି ଫିଲ୍ମର ପୁରା ବିପରୀତ । କରଣ କହିଛନ୍ତି, ମୋତେ ଲାଗୁଛି କି, 'ଆନିମଲ' ମୋ ପାଇଁ ୨୦୨୩ର ଶ୍ରେଷ୍ଠ ଫିଲ୍ମ ଅଟେ ।

ସେ ଆହୁରି କହିଛନ୍ତି, ଏହି ବୟାନ ଦେବାକୁ ମୋତେ ବହୁତ ସମୟ ଯାଏଁ ସାହାସ କରିବାକୁ ପଡିଥିଲା । କାରଣ ଯେତେବେଳେ ତୁମେ ଲୋକଙ୍କ ମଧ୍ୟ ରହୁଛ, ସେତେବେଳେ ତୁମକୁ ଫଇସଲା କରିବାକୁ ଡର ଲାଗେ । ଯେପରି କବୀର ସିଂ ମଧ୍ୟ ମୋତେ ପସନ୍ଦ ଥିଲା । ସେହି ସମୟରେ ଫିଲ୍ମ ପ୍ରତି ମୋର ଭଲପାଇବା ଥିଲା ହେଲେ ମୁଁ ତାହା କରିପାରିନଥିଲି । କାହିଁକି ନା ଅନ୍ୟମାନେ ମୋ ବିଷୟରେ କଣ ଭାବିବେ ସେନେଇ କିଛି କହିପାରି ନଥିଲି । ହେଲେ ଏବେ ମୋତେ ସେହି ଡର ଆଉ ନାହିଁ ।

ଏହା ମଧ୍ୟ ପଢନ୍ତୁ: 'ଆନିମଲ'ରୁ ହଟାଯାଇଛି ରଣବୀର-ବବିଙ୍କ ଚୁମ୍ବନ ଦୃଶ୍ୟ, ଓଟିଟିରେ ବିନା କଟରେ ହେବ ରିଲିଜ

ତେବେ 'ଆନିମଲ'ରେ କ'ଣ ପସନ୍ଦ ଆସିଲା ସେନେଇ ନିର୍ମାତା କହିଛନ୍ତି ଯେ, ମୋତେ ଆନିମଲର କାହାଣୀ, ବ୍ରେକିଂ ଗ୍ରାମର, ବ୍ରେକିଂ ମିଥ୍ ଫିଲ୍ମର ସମସ୍ତ ଜିନିଷ ଭଲ ଲାଗିଛି । ପରେ ହଠାତ୍ ତୁମର ଏକ ଇଣ୍ଟରଭାଲରେ ଯେଉଁଠାରେ ହିରୋ ମାଡ ଖାଉଛନ୍ତି ଏବଂ ସମସ୍ତେ ଗୀତ ଗାଉଛନ୍ତି । ମୁଁ ଭାବିଲି, 'ତୁମେ ଏହିପରି କ୍ରମକୁ କେଉଁଠାରେ ଦେଖିଲ ?' ଏହା ହେଉଛି ପ୍ରତିଭା । ଶେଷରେ ଯେଉଁଠାରେ ଦୁଇଜଣ ପରସ୍ପରକୁ ମାରିବାକୁ ଯାଉଛନ୍ତି ଏବଂ ସେମାନେ ସେହି ଗୀତ ବଜାଉଛନ୍ତି ଏହା ଦେଖି ମୁଁ କାନ୍ଦି ପକାଇଥିଲି । ମୁଁ ଫିଲ୍ମକୁ ୨ ଥର ଦେଖିଛି । ମୋତେ ଲାଗୁଛି ଆନିମଲର ସଫଳତା ଗେମ-ଚେଞ୍ଜିଂ ଅଟେ । ଫିଲ୍ମକୁ ଯେଉଁ ସଫଳତା ଏବଂ ଭଲପାଇବା ମିଳିଛି ତାହା ଠିକ୍ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.