ETV Bharat / entertainment

Karan-Drisha Sangeet: ପୁଅର ସଙ୍ଗୀତରେ ଠୁମକା ଲଗାଇଲେ ସନ୍ନି ଦେଓଲ

ଆସନ୍ତାକାଲି(ରବିବାର) ଦିଶା ଆଚାର୍ଯ୍ୟଙ୍କ ସହ କରଣ ଦେଓଲଙ୍କ ହାତଗଣ୍ଠି ପଡିବ । ଶୁକ୍ରବାର ଦୁହିଁଙ୍କର ସଙ୍ଗୀତ ସରିଛି । ତେବେ ପୁଅର ସଙ୍ଗୀତରେ ସନ୍ନି ଦେଓଲଙ୍କ ଠୁମକାକୁ ପସନ୍ଦ କରିଛନ୍ତି ପ୍ରଶଂସକ । ଅଧିକ ପଢନ୍ତୁ

author img

By

Published : Jun 17, 2023, 12:38 PM IST

Karan Deol Drisha Acharya sangeet
Karan Deol Drisha Acharya sangeet

ହାଇଦ୍ରାବାଦ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ବିବାହ ତାରିଖ ସ୍ଥିର ହୋଇଥିବା ବେଳେ ଗତକାଲି(ଶୁକ୍ରବାର) ରାତିରେ ସଙ୍ଗୀତ ସରିଛି । ଉକ୍ତ କାର୍ଯ୍ୟକ୍ରମରେ ଅନେକ ବଲିଉଡ ମେଗାଷ୍ଟାର ଯୋଗ ଦାନ କରିଥିଲେ । ବଲିଉଡ ମେଗାଷ୍ଟାର ଧର୍ମେନ୍ଦ୍ରଙ୍କ ନାତି ତଥା ସନି ଦେଓଲଙ୍କ ପୁଅ କରନ ଦେଓଲ ଏବଂ ଦିଶା ଆଚାର୍ଯ୍ୟ ଏକ ସଂଗୀତ ସମାରୋହ କରିଥିଲେ । ଯେଉଁଥିରେ ପୁରା ଦେଓଲ ପରିବାର ବହୁତ ଆନନ୍ଦର ମଜା ନେଉଥିବା ନଜର ଆସିଥିଲେ । ଅନ୍ୟପକ୍ଷରେ କରଣଙ୍କ ଜେଜେବାପା ଧର୍ମେନ୍ଦ୍ର ତାଙ୍କ ନୃତ୍ୟରେ ସମାବେଶକୁ ଆକର୍ଷିତ କରିଥିଲେ । ନାତି ସହ ମିଶି 'ୟମଲା ପଗଲା ଦିୱାନା'ରେ ନାଚିଲେ ଏବଂ ମଞ୍ଚ ଉପରେ ଚାରଚାନ୍ଦ ଲଗାଇ ଦେଇଥିବା ନଜର ଆସିଛନ୍ତି ।

କରଣ ଏବଂ ଦିଶାଙ୍କ ଏହି ସଂଗୀତ ସମାରୋହରେ ଅନେକ ବଲିଉଡ ତାରକା ଉପସ୍ଥିତ ଥିଲେ । ରଣବୀର ସିଂ ମଧ୍ୟ ଯୋଗ ଦେଇ ଡ୍ୟାନ୍ସ କରିଥିବା ପାପାରାଜିରେ ରେକର୍ଡ ହୋଇଛି । ବଲିଉଡ ତାରକାମାନେ ଏହି ସଙ୍ଗୀତ ସମାରୋହରେ ଅଂଶଗ୍ରହଣ କରି ସନ୍ଧ୍ୟାକୁ ଅଧିକ ରଙ୍ଗୀନ କରିଥିଲେ । ବବି ଦେଓଲ, ସନ୍ନି ଦେଓଲ, କରନ ଏବଂ ତାଙ୍କ ଭାଇ ରାଜଭୀର ଦେଓଲଙ୍କ ଠାରୁ ସମଗ୍ର ଦେଓଲ ପରିବାର ସମସ୍ତେ ଗୋଟିଏ ନୃତ୍ୟ ପରିବେଷଣ କରିଥିଲେ । ଏହି ସମୟରେ ଧର୍ମେନ୍ଦ୍ର ମଧ୍ୟ ନିଜକୁ ନାଚିବାରେ ରୋକି ପାରିନଥିଲେ । ସେ 'ୟାମଲା ପାଗଲା ଦେୱାନା' ଗୀତରେ କରଣଙ୍କ ସହ ଯୋଗ ଦେଇଥିଲେ । ସେହି ସମୟର ଭିଡିଓ ଇଣ୍ଟରନେଟ ବା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଏବଂ ୟୁଜର୍ସ ମଧ୍ୟ ବେଶ ପସନ୍ଦ କରୁଥିବା ନଜର ଆସିଛନ୍ତି । ଧର୍ମେନ୍ଦ୍ରଙ୍କ ଠୁମକାକୁ ପସନ୍ଦ କରିଛନ୍ତି ପ୍ରଶଂସକ ।

ଦାଦା ଧର୍ମେନ୍ଦ୍ରଙ୍କ ବ୍ୟତୀତ କରନଙ୍କ ପିତା ସନ୍ନି ଦେଓଲ ଏବଂ ମାମୁଁ ବବି ଦେଓଲ ମଧ୍ୟ ସଂଗୀତ ସମାରୋହରେ ନିଜ ଗୀତରେ ନାଚ କରି ଷ୍ଟେଜରେ ନିଆଁ ଲଗାଇ ଦେଇଥିଲେ । କରଣ ଏବଂ ଦିଶା ମଧ୍ୟ ସେମାନଙ୍କର ସଂଗୀତ ସମାରୋହକୁ ବହୁତ ଉପଭୋଗ କରୁଛନ୍ତି । କରନଙ୍କ ମାମୁଁ ବଲି ଦେଓଲ ନିଜ ରୋମାଣ୍ଟିକ ଗୀତ 'ହମ କୋ ସିର୍ଫ ତୁମ ସେ ପ୍ୟାର ହେ' ଗୀତରେ ତାଙ୍କ ପତ୍ନୀଙ୍କ ସହ ଏକ ସୁନ୍ଦର ନୃତ୍ୟ କରିଥିଲେ । ଏଥି ସହିତ ସନ୍ନି ତାଙ୍କ ହିଟ୍ ଗୀତ 'ମେଁ ନିକଲା ଗାଡି ଲେକେ ...' ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ।

ଏହା ମଧ୍ୟ ପଢନ୍ତୁ: Sunny Deol: ୧୮ରେ ବାହା ହେବ ପୁଅ, ହାତରେ ମେହେନ୍ଦୀ ଲଗାଇଲେ ବାପା

ପ୍ରକାଶଥାଉକି, କରନଦେଓଲଙ୍କ ବିବାହକୁ ନେଇ ଦେଓଲ ପରିବାରରେ ପୁରା ଖୁସିର ବାତାବରଣ । ଜୁନ 18ରେ ସନ୍ନି ଦେଓଲଙ୍କ ବଡ ପୁଅ କରନ ଦେଓଲଙ୍କ ବିବାହ କରିବେ । ଦିଶା ଆଚାର୍ଯ୍ୟଙ୍କ ସହ କରଣ ଦେଓଲଙ୍କ ହାତଗଣ୍ଠି ପଡିବ ଏନେଇ ପରିବାରରେ ବିବାହର ପୂର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସମୟରେ ପୁଅଙ୍କ ବିବାହକୁ ନେଇ ବାପା ସନ୍ନି ଦେଓଲ ବେଶ ଖୁସି ରହିଥିବା ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.