ETV Bharat / entertainment

Tejas: ବାୟୁସେନା ଦିବସରେ ତେଜସର ଟ୍ରେଲର ରିଲିଜ, ପାୱାରଫୁଲ ଅବତାରରେ କଙ୍ଗନା

author img

By ETV Bharat Odisha Team

Published : Oct 8, 2023, 4:16 PM IST

ଆଜି ବାୟୁସେନା ଦିବସ । ଏହି ଅବସରରେ କଙ୍ଗନା ରାଣାୱତଙ୍କ ଫିଲ୍ମ ତେଜସର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ କଙ୍ଗନା ବାୟୁସେନା ପାଇଲଟ ଭୂମିକାରେ ନଜର ଆସିବେ । ଅଧିକ ପଢନ୍ତୁ

ବାୟୁସେନା ଦିବସରେ ତେଜସ୍ ର ଟ୍ରେଲର ରିଲିଜ, ପାୱାରଫୁଲ ଅବତାରରେ କଙ୍ଗନା

ହାଇଦ୍ରାବାଦ: ଫିଲ୍ମ ଇଣ୍ଡଷ୍ଟ୍ରିର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ ପୁଣି ଥରେ ଧମାକା କରିବାକୁ ଯାଉଛନ୍ତି । ନିକଟରେ ରିଲିଜ ହୋଇଥିବା 'ଚନ୍ଦ୍ରମୁଖୀ ୨' ସହ ଲୋକଙ୍କୁ ମନୋରଞ୍ଜନ କରୁଥିବା ବେଳେ ବର୍ତ୍ତମାନ ସେ 'ତେଜସ' ସହ ପୁଣି ବଡ଼ ପରଦାକୁ ଫେରୁଛନ୍ତି । ଫିଲ୍ମର ଟିଜର ଚଳିତ(ଅକ୍ଟୋବର) ମାସ ୨ ତାରିଖରେ ରିଲିଜ ହୋଇଥିବା ବେଳେ ପ୍ରତିଶୃତି ଅନୁୟାୟୀ ନିର୍ମାତା ଏବେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ଯାହା ବେଶ ଦମଦାର ରହିଛି ।

ଆଜି ବାୟୁସେନା ଦିବସ । ଏହି ଦିବସ ଅବସରରେ ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ଟ୍ରେଲରରେ କଙ୍ଗନା ରାଣାୱତ ଦେଶଭକ୍ତି ଏବଂ ପାୱାରଫୁଲ ଆକ୍ସନ ଅବତାରରେ ନଜର ଆସିଛନ୍ତି । ଏହି ଟ୍ରେଲରକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି କଙ୍ଗନା ଲେଖିଛନ୍ତି, ଏବେ ଆକାଶରେ ଶତ୍ରୁଙ୍କ ଉପରେ ଆକ୍ରମଣ ହେବ, ଏବେ ଯୁଦ୍ଧର ଘୋଷଣା ହେବ । “ୟେ ୱୋ ଭାରତ ହେ ଜିସକୋ ଛେଡୋଗେ ତୋ ଛୋଡେଙ୍ଗେ ନେହି..” (ଏହାର ଅର୍ଥ ଏହା ସେହି ଭାରତ ଯାହା ସହ ପଙ୍ଗା ନେବେ ଯଦି ସେ ଛାଡିବ ନାହିଁ) । ଏହି ଫିଲ୍ମ ଚଳିତ ମାସ ୨୭ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହେବ ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହା ହେଉଛି ଭାରତର ପ୍ରଥମ ଏରିଲ୍ ଆକ୍ସନ୍ ଫିଲ୍ମ । ଟ୍ରେଲର ଭାରତୀୟ ବାୟୁସେନା ଯୁଦ୍ଧ ବିମାନର ଏକ ସିରିଜରୁ ଆରମ୍ଭ ହୋଇଛି । ପରବର୍ତ୍ତୀ ସମୟରେ ଏହା ଜଣାପଡିଛି ଯେ ପାକିସ୍ତାନରେ ଜଣେ ଭାରତୀୟ ଗୁପ୍ତଚର ଧରାପଡିଛନ୍ତି । ଏହି ସମୟରେ କଙ୍ଗନା ଏକ ଉଦ୍ଧାର କାର୍ଯ୍ୟ ଅଭିଯାନରେ ଯାଆନ୍ତି । ଏବଂ ସେ ଆକାଶରେ ଯୁଦ୍ଧ କରୁଥିବା ଦେଖିବାକୁ ମିଳେ । ଏହି ସମୟରେ ଅଭିନେତ୍ରୀ ଏକ ସଂଳାପ କହୁଥିବାର ଶୁଣିବାକୁ ମିଳେ । ସେ କୁହନ୍ତି, 'ପ୍ରତ୍ୟେକ ଥର ଆଲୋଚନା ହେବା ଜରୁରୀ ନୁହେଁ, ଯୁଦ୍ଧକ୍ଷେତ୍ରରେ ଶେଷ ଯୁଦ୍ଧ ବି ହେବା ଦରକାର।'

ଏହା ମଧ୍ୟ ପଢନ୍ତୁ: ‘ଭାରତ କୋ ଛେଡୋଗେ ତୋ ଛୋଡେଙ୍ଗେ ନେହି...’ ସାମ୍ନାକୁ ଆସିଲା କଙ୍ଗନାଙ୍କ ଜବରଦସ୍ତ ଟିଜର

ଫିଲ୍ମ ବିଷୟରେ କହିବାକୁ ଗଲେ, କଙ୍ଗନା ରାଣାୱତଙ୍କ ଫିଲ୍ମ ତେଜସ୍ ତେଜସ୍ ଭାରତୀୟ ବାୟୁସେନା (IAF) ପାଇଲଟ୍ ତେଜସ୍ ଗିଲଙ୍କ ଜୀବନୀ ଯାତ୍ରା ଉପରେ ନିର୍ମିତ ହୋଇଛି । ଯିଏ ଦେଶ ସେବା କରିବାରେ କୌଣସି ଅବସରକୁ ହାତଛଡା କରିନାହାନ୍ତି । ଏହି ଫିଲ୍ମରେ କଙ୍ଗନା ତେଜସ ଗିଲଙ୍କ ଭୂମିକାରେ ବାୟୁସେନା ପାଇଲଟ ଅବତାରରେ ନଜର ଆସିବେ ।ଏହି ଫିଲ୍ମ ଆରଏସଭିପି ଦ୍ୱାରା ପ୍ରସ୍ତୁତ କରାଯାଇଛି। ସର୍ଭେଶ ମେଭଡାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁଭାଲାଙ୍କ ଦ୍ୱାରା ନିର୍ମିତ । ଏହି ଚଳଚ୍ଚିତ୍ରଟି ଅକ୍ଟୋବର 27, 2023 ରେ ରିଲିଜ ହେବ । ଏହା ପରେ କଙ୍ଗନାଙ୍କୁ ଫିଲ୍ମ ‘ଏମରଜେନ୍ସି’ ରେ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମ ବି ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.