ETV Bharat / entertainment

ନବ୍ୟା ବିବାହ ପୂର୍ବରୁ ମାଆ ହେଲେ ଅସୁବିଧା ନାହିଁ କହିଲେ ଆଈ ଜୟା ବଚ୍ଚନ

ଦୀର୍ଘସ୍ଥାୟୀ ସମ୍ପର୍କ ପାଇଁ ଶାରୀରିକ ଆକର୍ଷଣ ଜରୁରୀ, ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ରିଲେସନସିପ୍‌କୁ ନେଇ ଦେଇଛନ୍ତି ଏମିତି ଏକ ଆଶ୍ଚର୍ଯ୍ୟଜନକ ବୟାନ । ଅଧିକ ପଢନ୍ତୁ

ବିନା ବିବାହରେ ନବ୍ୟା ମାଆ ହେଲେ, ମୋର ଅସୁବିଧା ନାହିଁ: ଜୟା ବଚ୍ଚନ

author img

By

Published : Oct 30, 2022, 7:11 AM IST

ହାଇଦ୍ରାବାଦ: ଦୀର୍ଘସ୍ଥାୟୀ ସମ୍ପର୍କ ପାଇଁ 'ଶାରୀରିକ ଆକର୍ଷଣ' ଜରୁରୀ । ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ରିଲେସନସିପ୍‌କୁ ନେଇ ଦେଇଛନ୍ତି ଏମିତି ଏକ ଆଶ୍ଚର୍ଯ୍ୟଜନକ ବୟାନ । ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ, "କୌଣସି ସମ୍ପର୍କ କେବଳ “ପ୍ରେମ, ସତେଜ ବାୟୁ ଏବଂ ଆଡଜଷ୍ଟମେଣ୍ଟ” ଉପରେ ବଞ୍ଚିପାରିବ ନାହିଁ । ଏଥିପାଇଁ ଶାରୀରିକ ଆକର୍ଷଣ ଅତ୍ୟନ୍ତ ଜରୁରୀ ଅଟେ । କେବଳ ଏତିକି ନୁହେଁ, ନାତୁଣୀ ନବ୍ୟା ନଭେଲି ନନ୍ଦାଙ୍କର 'ବିନା ବିବାହରେ ସନ୍ତାନ' ହେଲେ ମଧ୍ୟ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ଜୟା ବଚ୍ଚନ କହିଛନ୍ତି ।

ଶାରୀରିକ ସମ୍ପର୍କକୁ ନେଇ ଜୟା ବଚ୍ଚନ କ’ଣ କହିଲେ

ଜୟା ବଚ୍ଚନ ନାତୁଣୀ ନବ୍ୟା ନଭେଲି ନନ୍ଦାଙ୍କ ସହିତ ତାଙ୍କ ପୋଡକାଷ୍ଟ What The Hell Navya ଉପରେ କଥାବାର୍ତ୍ତା କରିବା ସହ ବୋଲ୍ଡ ରିଲେସନସିପ୍‌ ଆଡଭାଇସ୍‌ ଦେଇଛନ୍ତି । ଜୟା ବଚ୍ଚନ କହିଛନ୍ତି ଯେ, "କୌଣସି ସମ୍ପର୍କକୁ ଦୀର୍ଘ ଦିନ ଧରି ରଖିବା ପାଇଁ ହେଲେ ଶାରୀରିକ ଆକର୍ଷଣ (Physical Attraction) ଅତ୍ୟନ୍ତ ଜରୁରୀ ଅଟେ ।" ଜୟା ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ସମୟରେ ସେ ଏକ୍ସପେରିମେଣ୍ଟ କରିପାରିନଥିଲେ ।

ସଂପର୍କରେ ଶାରୀରିକ ସମ୍ପର୍କ ରହିବା ଆବଶ୍ୟକ ବୋଲି ଜୟା ବଚ୍ଚନ କହିଛନ୍ତି । ଜୟା କହିଛନ୍ତି ଯେ, "କୌଣସି ସମ୍ପର୍କ କେବଳ ପ୍ରେମ, ଫ୍ରେଶ ଏୟାର୍‌ ଏବଂ ଆଡଜଷ୍ଟମେଣ୍ଟ ଉପରେ ଉପରେ କାମ କରେ ନାହିଁ । ଯଦି ନବ୍ୟା ନଭେଲି ନନ୍ଦା ବିବାହ ନକରି ମାଆ ହୁଅନ୍ତି, ତା’ହେଲେ ଏଥିରେ କୌଣସି ଅସୁବିଧା ହେବ ନାହିଁ । ତେବେ ମୋର ଏମିତି କହିବା ଉପରେ ଅନେକ ଲୋକଙ୍କୁ ଆପତ୍ତି ହେବ, କିନ୍ତୁ ଉଭୟ ଶାରୀରିକ ଆକର୍ଷଣ ଏବଂ ସୁସଙ୍ଗତତା ଅତ୍ୟନ୍ତ ଜରୁରୀ ଅଟେ । ଆମେ ଆମ ସମୟରେ ପରୀକ୍ଷଣ କରିପାରିନଥିଲୁ, କିନ୍ତୁ ଆଜିର ପିଢି କରୁଛନ୍ତି ଏବଂ କାହିଁକି ବା ନକରିବେ ? ଯଦି ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନରହିବ, ତାହେଲେ ସେହି ସମ୍ପର୍କ ଅଧିକ ଦିନ ତିଷ୍ଠି ରହିବ ନାହିଁ । ଆପଣ କେବଳ ପ୍ରେମ, ଫ୍ରେଶ ଏୟାର୍‌ ଏବଂ ଆଡଜଷ୍ଟମେଣ୍ଟ ଭରସାରେ ଏକ ସମ୍ପର୍କ ଚଳାଇ ପାରିବେ ନାହିଁ । ମୋ କହିବାନୁସାରେ ଏହା ଅତ୍ୟନ୍ତ ଜରୁରୀ ଅଟେ ।"

ବର୍ତ୍ତମାନର ଯୁବ ପିଢିଙ୍କ ସମ୍ପର୍କ ଉପରେ ଜୟାଙ୍କ ପ୍ରତିକ୍ରିୟା

ଜୟା କହିଛନ୍ତି, "ଆମେ ଏହା କେବେ କରିପାରିବୁ ନାହିଁ । ଆମେ ଏ ବିଷୟରେ ଚିନ୍ତା ମଧ୍ୟ କରିପାରିବୁ ନାହିଁ । କିନ୍ତୁ ମୋ ପରର ଯୁବ ପିଢି, ଶ୍ୱେତାଙ୍କ ପିଢି, ନବ୍ୟାଙ୍କ ପିଢି ଅଲଗା । ଜୟା ବଚ୍ଚନ ଯୁବ ପିଢିକୁ ମଧ୍ୟ ସମ୍ପର୍କ ପରାମର୍ଶ ଦେଇ କହିଛନ୍ତି- ଆଜିର ସଂପର୍କରେ ଭାବନା ଏବଂ ରୋମାନ୍ସର ଅଭାବ ରହିଛି । ମୁଁ ଭାବୁଛି ଆପଣଙ୍କୁ ଆପଣଙ୍କର ଘନିଷ୍ଠ ବନ୍ଧୁଙ୍କୁ ବିବାହ କରିବା ଉଚିତ୍ । ଆପଣଙ୍କର ଭଲ ବନ୍ଧୁ ହେବା ଜରୁରୀ । ଆପଣଙ୍କୁ ଆପଣଙ୍କ ସାଙ୍ଗଙ୍କ ସହିତ ଏହି ବିଷୟରେ ଆଲୋଚନା କରିବା ଉଚିତ୍ । ଯଦି ଆପଣ ଜଣେ ବନ୍ଧୁଙ୍କୁ ପସନ୍ଦ କରନ୍ତି, ତେବେ ଆପଣ ତାଙ୍କୁ କହିବା ଉଚିତ - ମୁଁ ଚାହେଁ ଆମ ଦୁହିଁଙ୍କର ସନ୍ତାନ ହେଉ, କାରଣ ମୁଁ ତୁମକୁ ପସନ୍ଦ କରେ । ମୁଁ ଭାବୁଛି ତୁମେ ବହୁତ ଭଲ, ତେଣୁ ଚାଲ ବିବାହ କରିବା, କାରଣ ସମାଜ ହିଁ ଏହା କହିଥାଏ । ମୋତେ କୌଣସି ସମସ୍ୟା ହେବ ନାହିଁ, ଯଦି ବିବାହ ବିନା ଆମର ସନ୍ତାନ ହେବ ।"

ଜୟା ବଚ୍ଚନ ରିଲେସନସିପ୍‌କୁ ନେଇ ନାତୁଣୀ ନବ୍ୟା ଏବଂ ଝିଅ ଶ୍ୱେତା ବଚ୍ଚନଙ୍କ ସହ ତାଙ୍କ ମତ ସେୟାର କରିଛନ୍ତି । ତେବେ ନାନୀଙ୍କ ଏହି ପରାମର୍ଶକୁ ନବ୍ୟା କେତେ ଫଲୋ କରନ୍ତି ତାହା ଜଣା ପଡିନାହିଁ, କିନ୍ତୁ ରିଲେସନସିପ୍‌କୁ ନେଇ ଜୟା ବଚ୍ଚନଙ୍କ ଏତେ ବଡ ଚିନ୍ତାଧାରା ଏବେ ଚର୍ଚ୍ଚାରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.