ETV Bharat / entertainment

Jailer: ଭାରତରେ 200 କୋଟି କ୍ଲବରେ ସାମିଲ ହେଲା ଫିଲ୍ମ, ବିଶ୍ବ ବକ୍ସ ଅଫିସରେ 300 କୋଟି ପାର୍

author img

By

Published : Aug 16, 2023, 1:22 PM IST

ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ଜେଲର ଭାରତ ଏବଂ ଭାରତ ବାହାରେ ନିଜର ଜଲୱା ଜାରି ରଖିଛି । ତେବେ ଫିଲ୍ମ ରିଲିଜର ଷଷ୍ଠ ତମ ଦିବସ ଅର୍ଥାତ୍ 77 ତମ ସ୍ୱାଧୀନତା ଦିବସରେ ଭାରତରେ 200 କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ଖୁବଶୀଘ୍ର 400 କୋଟି କ୍ଲବରେ ସାମିଲ ହୋଇ ରେକର୍ଡ ସୃଷ୍ଟି କରିପାରେ । ଅଧିକ ପଢନ୍ତୁ

Jailer: ଭାରତରେ 200କୋଟି କ୍ଲବରେ ସାମିଲ ହେଲା ଫିଲ୍ମ, ବିଶ୍ବ ବକ୍ସ ଅଫିସରେ 300କୋଟି ପାର୍

ହାଇଦ୍ରାବାଦ: ସାଉଥ ମେଗାଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ଜେଲର ରିଲିଜ ହେବା ଦିନ ଠାରୁ ଧମାକା କରୁଛି । ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଧୀରେ ଧୀରେ କ୍ରେଜ ବଢିବାରେ ଲାଗିଛି । କେବଳ ଯେ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଦର୍ଶକ ଫିଲ୍ମକୁ ବେଶ ପସନ୍ଦ କରିଛନ୍ତି । ତେବେ ଫିଲ୍ମ ରିଲିଜ ହେବାର 6 ଦିନ ବିତିଗଲାଣି । ମାତ୍ର ଏହି 6 ଦିନ ମଧ୍ୟରେ ଫିଲ୍ମ ଭାରତରେ 200 କୋଟି କ୍ଲବରେ ସାମିଲ ହୋଇଛି । ବିଶ୍ବ ବକ୍ସ ଅଫିସରେ ଖୁବଶୀଘ୍ର 400 କୋଟି କ୍ଲବରେ ସାମିଲ ହୋଇପାରେ ଆଶା କରାଯାଉଛି ।

ଏହି ଫିଲ୍ମ ପ୍ରଥମ ଦିନ ଅର୍ଥାତ୍ ଗୁରୁବାରରେ 48.35 କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଦ୍ୱିତୀୟ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ଏହି ଚଳଚ୍ଚିତ୍ରର ସଂଗ୍ରହ 25.75 କୋଟି ଟଙ୍କା ଥିଲା । ଚଳଚ୍ଚିତ୍ର ରିଲିଜର ତୃତୀୟ ଦିନରେ ଅର୍ଥାତ୍ ଶନିବାର ଦିନ 34.3 କୋଟି ଟଙ୍କା ସଂଗ୍ରହ କରିଥିଲା ​। ରଜନୀକାନ୍ତଙ୍କ ଯାଦୁ ଚତୁର୍ଥ ଦିନରେ ମଧ୍ୟ ଜାରି ରହିଥିଲା ​​ଏବଂ ଫିଲ୍ମ 38 କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଥିଲା। ପଞ୍ଚମ ଦିନରେ ଏହି ଫିଲ୍ମ 28 କୋଟି ଟଙ୍କା ରୋଜଗାର କରିଥିଲା । ବର୍ତ୍ତମାନ ରିପୋର୍ଟ ଅନୁଯାୟୀ, ଫିଲ୍ମ ରିଲିଜ୍ ହେବାର ଷଷ୍ଠ ଦିନରେ ଅର୍ଥାତ୍ ମଙ୍ଗଳବାର ଦିନ 38 କୋଟି ଟଙ୍କା ରୋଜଗାର କରିଛି । ଫିଲ୍ମର ମୋଟ ଘରୋଇ ସଂଗ୍ରହ 207.15 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ତାମିଲନାଡୁରେ ଏହି ଚଳଚ୍ଚିତ୍ରର ସର୍ବାଧିକ ସ୍ଥାନ 81.59 ପ୍ରତିଶତ ରହିଛି ।

ସେହିପରି ଏହି ଚଳଚ୍ଚିତ୍ରର ବିଶ୍ବବ୍ୟାପୀ ସଂଗ୍ରହ ବିଷୟରେ କହିବାକୁ ଗଲେ ଏହା ତିନି ଦିନ ମଧ୍ୟରେ ସାରା ବିଶ୍ୱରେ 222.10 କୋଟି ରୋଜଗାର କରିଥିଲା । ଏହି ଚଳଚ୍ଚିତ୍ର ତିନି ଦିନ ମଧ୍ୟରେ ବିଦେଶରେ 95.00 କୋଟି ଟଙ୍କା ଆୟ କରିଥିବାବେଳେ ତିନି ଦିନ ମଧ୍ୟରେ ଏହା ଭାରତରେ 127.10 କୋଟି ଟଙ୍କା ଆୟ କରିଥିଲା । ବର୍ତ୍ତମାନ ଫିଲ୍ମ 6 ଦିନ ମଧ୍ୟରେ 300କୋଟି ପାର୍ କରିଥିବା ବେଳେ ତେବେ ଖୁବଶୀଘ୍ର 400 କୋଟି କ୍ଲବରେ ସାମିଲ ହୋଇପାରେ ଆଶା କରାଯାଉଛି । ଏଭଳି ସଫଳତା ହାସଲ କଲେ ରଜନୀକାନ୍ତଙ୍କ ଏହି ଫିଲ୍ମ ଶ୍ରେଷ୍ଠ ତାମିଲ ଫିଲ୍ମ ହେବ ଯାହା ବିଶ୍ବ ବକ୍ସ ଅଫିସରେ ଏହିପରି ରେକର୍ଡ ସୃଷ୍ଟି କରିବ । ପୂର୍ବରୁ 4ଟି ତାମିଲ ଚଳଚ୍ଚିତ୍ର ଯାହା 400 କୋଟି କ୍ଲବରେ ସାମିଲ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ସେଥିମଧ୍ୟରେ ରଜନୀକାନ୍ତଙ୍କ ପୂର୍ବ ଦୁଇଟି ଚଳଚ୍ଚିତ୍ର ରୋବଟ୍ ୨.ଓ ଏବଂ କାୱାଲି, ଏବଂ ପୋନିୟିନ୍ ସେଲଭାନ୍ ଏବଂ ବିକ୍ରମ ସାମିଲ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ରଜନୀକାନ୍ତଙ୍କ ଫିଲ୍ମକୁ ମିଳିଲା ବ୍ଲକବ୍ଲଷ୍ଟର ଟ୍ୟାଗ୍, ଫିଲ୍ମର ପ୍ରଶଂସା କଲେ ଫ୍ୟାନ୍ସ

ସୂଚନା ଥାଉ କି, ରଜନୀକାନ୍ତଙ୍କ ଫିଲ୍ମ ଜେଲରକୁ ନିର୍ଦ୍ଦେଶକ ନେଲସନ ଦିଲୀପ କୁମାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ରଜନୀକାନ୍ତଙ୍କ ବ୍ୟତୀତ ଜ୍ୟାକି ଶ୍ରଫ୍, ତମନ୍ନା ଭାଟିଆ, ଶିବ ରାଜକୁମାର ଏବଂ ମୋହନଲାଲଙ୍କ ପରି ଅନେକ ଚଳଚ୍ଚିତ୍ର ତାରକା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ତେବେ ଏହାର ରିଲିଜ୍ ସହ ଜେଲର ଅନେକ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି । ରଜନୀକାନ୍ତ ଚଳଚ୍ଚିତ୍ର ପ୍ରଥମ ଦିନରେ ଅନେକ ମାଇଲଖୁଣ୍ଟ ସ୍ଥାପନ କରିଥିଲା, ଯେପରିକି "2023ରେ ତାମିଲନାଡୁର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ'' ହୋଇପାରିଥିଲା । ଏଥିସହ "ଆମେରିକାର 2023ର ସର୍ବବୃହତ ଭାରତୀୟ ପ୍ରିମିୟର୍" ଏବଂ "2023ରେ ବିଦେଶର ସର୍ବବୃହତ ତାମିଲ ଓପନର୍" ଭାବେ ଏହି ଫିଲ୍ମ ପ୍ରମାଣିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.