ETV Bharat / entertainment

ଆସୁଛି ହ୍ରିତିକଙ୍କ ଫାଇଟର ଟିଜର, ଘୋଷଣା ହେଲା ତାରିଖ

author img

By ETV Bharat Odisha Team

Published : Nov 25, 2023, 4:30 PM IST

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ହ୍ରିତିକ ରୋଶନଙ୍କ ଆଗାମୀ ଫିଲ୍ମ 'ଫାଇଟର'ର ଟିଜର ରିଲିଜ ହେବାକୁ ଯାଉଛି । ଜାଣନ୍ତୁ କେବେ ହେବ ରିଲିଜ

hrithik roshan starrer fighter teaser
hrithik roshan starrer fighter teaser

ହାଇଦ୍ରାବାଦ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଖୁବଶୀଘ୍ର ଫିଲ୍ମ 'ଫାଇଟର'ରେ ନଜର ଆସିବାକୁ ଯାଉଛନ୍ତି । ପୂର୍ବରୁ ଫିଲ୍ମରୁ ହ୍ରିତିକଙ୍କ ପ୍ରଥମ ଲୁକ୍‌ ରିଲିଜ ହୋଇଥିଲା । ତେବେ ବର୍ତ୍ତମାନ ଫିଲ୍ମକୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି । ଫାଇଟରର ଟିଜର ଲୋଡ୍ ହେଉଛି ଏବଂ ଏହା ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । କେବେ ଆସିବ ଟିଜର ତାହାର ତାରିଖ ଘୋଷଣା କରିଛନ୍ତି ମେକର୍ସ । ବଲିଉଡରୁ ଗୋଟିଏ ପରେ ଗୋଟିଏ ଆକ୍ସନ୍ ଏବଂ ଥ୍ରୀଲର ଫିଲ୍ମ ପରେ ବର୍ତ୍ତମାନ 2024 ବର୍ଷ ଫାଇଟର୍ ଫିଲ୍ମରୁ ଆରମ୍ଭ ହେବ। 2024 ବର୍ଷର ପ୍ରଥମ ମାସରେ ଫିଲ୍ମ ଫାଇଟର ରିଲିଜ ହେବ ।

ତେବେ ଫାଇଟର ଫିଲ୍ମର ଟିଜର ଡିସେମ୍ବର 5ରେ ରିଲିଜ ହେବାକୁ ଯାଉଛି । କିନ୍ତୁ ଫିଲ୍ମ ନିର୍ମାତା ଏହାକୁ ନେଇ କୌଣସି ନିଶ୍ଚିତ କରିନାହାଁନ୍ତି । ତେବେ ଏହି ଚଳଚ୍ଚିତ୍ରଟି ପଠାନ ଫେମ୍‌ ନିର୍ମାତା ସିଦ୍ଧାର୍ଥ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ର ସହ ନିର୍ମାତା ସିଦ୍ଧାର୍ଥ ହ୍ରିତିକଙ୍କ ସହ ତୃତୀୟ ଥର ଏକାଠି କାମ କରିଛନ୍ତି । ଏହି ଫିଲ୍ମରେ ହ୍ରିତିକଙ୍କ ସହ ଦୀପିକା ପାଦୁକୋନ୍ ଏବଂ ଅନିଲ କପୁର ପ୍ରମୁଖ ଭୂମିକାରେ ନଜର ଆସିବେ । ଦୀପିକାଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ହ୍ରିତିକ । ଫିଲ୍ମର ଅଧାରୁ ଅଧିକ କାମ ସରିଯାଇଛି ଏବଂ ବର୍ତ୍ତମାନ ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍ ଉପରେ କାମ ଚାଲିଛି ।

250 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ 25 ଜାନୁୟାରୀ 2024ରେ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥି ସହିତ ଚଳିତ ବର୍ଷ ଜାନୁୟାରୀ 25ରେ ସିଦ୍ଧାର୍ଥ ଆନନ୍ଦ ତାଙ୍କ ଚଳଚ୍ଚିତ୍ର ପଠାନ ମୁକ୍ତିଲାଭ କରିଥିଲେ ଯାହା ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଥିଲା ।

ଏହା ମଧ୍ୟ ପଢନ୍ତୁ - ସ୍ବାଧୀନତା ଦିବସରେ ଫ୍ୟାନ୍ସଙ୍କୁ ସର୍‌ପ୍ରାଇଜ ଦେବେ ହ୍ରିତିକ, ଫାଇଟରକୁ ନେଇ ଦେଇପାରନ୍ତି ଅପଡେଟ୍

ସେପଟେ ହ୍ରିତିକ 'ୱାର 2'ରେ ମଧ୍ୟ ନଜର ଆସିବେ । ୟଶରାଜ ସ୍ପାଏ ୟୁନିଭର୍ସ ଫିଲ୍ମ 'ପଠାନ'ରୁ 1000 କୋଟିରୁ ଅଧିକ ସଂଗ୍ରହ କରିବା ପରେ ବର୍ତ୍ତମାନ ଫିଲ୍ମ'ୱାର-୨ 'ପାଇଁ ପ୍ରସ୍ତୁତ ହେଉଛି । ଏହି ସିକ୍ୱେଲର ନିର୍ଦ୍ଦେଶନା ଦେବେ ଆୟାନ ମୁଖାର୍ଜୀ । ଏହି ଫିଲ୍ମରେ ଏକାଠି ନଜର ଆସିବେ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ସହ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାର୍‌ ଜୁନିଅର ଏନଟିଆର । ହ୍ରିତିକ ଏବଂ ଜୁନିଅର ଏନଟିଆର୍‌ଙ୍କ ବ୍ୟତୀତ ଅନେକ ବଲିଉଡ ତାରକା ନଜର ଆସିବେ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.