ETV Bharat / entertainment

ବିବାହ ପରେ ପ୍ରଥମ ଜନ୍ମଦିନ ପାଳିଲେ ଲିନ ଲୈସରମ, ରୋମାଣ୍ଟିକ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ରଣଦୀପ - ରୋମାଣ୍ଟିକ ଅନ୍ଦାଜରେ ଲିନଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ବାମୀ

Lin Laishram Birthday: ନବବିବାହିତା ଲିନ ଲୈସରମଙ୍କ ଆଜି ତାଙ୍କ ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ଅଭିନେତା ରଣଦୀପ ହୁଡା ନିଜ ସ୍ତ୍ରୀଙ୍କୁ ଖାସ୍ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ବିବାହ ପରେ ପ୍ରଥମ ଜନ୍ମଦିନ ପାଳିଲେ ଲିନ ଲୈସରମ, ରୋମାଣ୍ଟିକ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ସ୍ବାମୀ

author img

By ETV Bharat Odisha Team

Published : Dec 19, 2023, 5:50 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ରଣଦୀପ ହୁଡାଙ୍କ ପତ୍ନୀ ତଥା ଅଭିନେତ୍ରୀ ଲିନ ଲୈସରମଙ୍କ ଆଜି ୩୮ତମ ଜନ୍ମଦିନ । ଏହି ଅବସରରେ ଅଭିନେତା ପତ୍ନୀଙ୍କୁ ମଜାଳିଆ ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତା ସୋସିଆଲ ମିଡିଆରେ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରି ଲିନଙ୍କୁ ବିଶେଷ ଉତ୍ସବରେ ଶୁଭେଚ୍ଛା ଜଣାଇଛନ୍ତି । ତେବେ ବିବାହ ପରେ ଲିନ ପ୍ରଥମ ଥର ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ।

ଇନଷ୍ଟାଗ୍ରାମରେ ରଣବୀର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଏହି ଦମ୍ପତିଙ୍କୁ ଏକ ବାଇକରେ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ''ଭଲହେଲା କି ଦୌଡିବାକୁ ପଡିଲା ନାହିଁ । ରାଜପଥରୁ ଏହି ରାସ୍ତା ପର୍ଯ୍ୟନ୍ତ, ଆମେ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛୁ । ଜନ୍ମଦିନର ଶୁଭେଚ୍ଛା ମିସେସ । ସେତେବେଳେ ଜାଣି ନଥିଲି ଯେ ଜୀବନ ଏତେ ବଦଳିଯିବ ଏବଂ ତାହା ମଧ୍ୟ ଭଲ ପାଇଁ । ତୁମେ ମୋ ଜୀବନରେ ଆସିଥିବାରୁ ଏବଂ ଶାନ୍ତି ପ୍ରଦାନ କରିଥିବାରୁ ମୁଁ କେବଳ କୃତଜ୍ଞ । ମୁଁ ତୁମକୁ ସବୁବେଳେ ଭଲ ପାଏ ଲିନ ଲୈସରମ ।''

ସୂଚନା ଥାଉ କି, ବଲିଉଡ ଅଭିନେତା ରଣଦୀପ ହୁଡା ଏବଂ ଲିନ୍ ଲୈସରମ ନଭେମ୍ବର ୨୯ରେ ବିବାହ କରିଥିଲେ । ପରିବାର, ସମ୍ପର୍କୀୟଙ୍କ ଉପସ୍ଥିତିରେ ପାରମ୍ପରିକ ମଣିପୁର ମୈତେଇ ରୀତିନୀତିରେ ଦୁହିଁଙ୍କ ହାତଗଣ୍ଠି ପଡିଥିଲା । ଦାର୍ଘ ୪ ବର୍ଷ ଡେଟ ପରେ ଉଭୟ ପରସ୍ପରକୁ ଶେଷରେ ଜୀବନସାଥୀ କରିଛନ୍ତି । ଉଭୟଙ୍କ ବିବାହ ଏବଂ ରିସ୍ପେସନର ଅନେକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ଉଭୟ ନିଜ ବିବାହକୁ ବେଶ ଉପଭୋଗ କରୁଛନ୍ତି ।

ରଣଦୀପ ଏକାଧିକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସତ୍ୟ ଘଟଣା ଉପରେ ଆଧାରିତ ସରବଜିତ ଫିଲ୍ମରେ ଦମଦାର ଅଭିନୟ କରିଥିଲେ ରଣଦୀପ ହୁଡ୍ଡା । ସେହିପରି ହାଇୱେ, ମର୍ଡର 3, କିକ୍ ଓ ସୁଲତାନ ଫଲ୍ମରେ ଅଭିନୟ କରିଥିଲେ । ଅପକମିଂ ଫିଲ୍ମ 'ସ୍ବତନ୍ତ ବୀର ସାବରକର'ରେ ରଣଦୀପଙ୍କୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ନିର୍ମାତା ଆନନ୍ଦ ପଣ୍ଡିତ ହୋଇଥିବା ବେଳେ ଫିଲ୍ମରେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ରଣଦୀପ । ତେବେ ଏହି ଚଳଚ୍ଚିତ୍ର ସହ ଅଭିନେତା ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ୱେଡିଂ ରିସ୍ପେସନରେ ଝୁମିଲେ ରଣଦୀପ-ଲିନ, ଭିଡିଓ ଭାଇରାଲ

ରଣଦୀପଙ୍କ ଗର୍ଲଫ୍ରେଣ୍ଡ ଲିନଙ୍କ ବିଷୟରେ କହିବାକୁ ଗଲେ, ସେ ମଣିପୁରର ବାସିନ୍ଦା ଏବଂ ଜଣେ ଭାରତୀୟ ମଡେଲ୍ ଏବଂ ଅଭିନେତ୍ରୀ । ସେ 'ମେରିକମ', 'ରେଙ୍ଗୁନ୍', 'ଉମ୍ରିକା' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । କେବଳ ଏତିକି ନୁହେଁ, ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର 'ଓମ୍ ଶାନ୍ତି ଓମ୍'ରେ ଲିନ୍ ଏକ କ୍ୟାମିଓ ରୋଲରେ ମଧ୍ୟ ନଜର ଆସିଛନ୍ତି । ଏଥିସହ ସେ ମିସ୍ ନର୍ଥ ଇଷ୍ଟ ବିୟୁଟି ପିଜେଣ୍ଟରେ ଲିନ୍ ପ୍ରଥମ ରନର୍ସ ଅପ୍ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.