ହାଇଦ୍ରାବାଦ: ତାମିଲ ସିନେମାର ଲୋକପ୍ରିୟ ଅଭିନେତା କାର୍ତ୍ତିକଙ୍କ ପୁଅ ଗୌତମ କାର୍ତ୍ତିକ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ନିଜର ଖୁସି ସେୟାର କରିଛନ୍ତି । ଗୌତମ କାର୍ତ୍ତିକ ଅଭିନେତ୍ରୀ ମଞ୍ଜିମା ମୋହନଙ୍କ ସହ ତାଙ୍କ ଜୀବନର ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଏଥିପାଇଁ ଗୌତମ ଅଭିନେତ୍ରୀଙ୍କ ସହ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ରୋମାଣ୍ଟିକ ଫଟୋ ମଧ୍ୟ ସେୟାର କରିଛନ୍ତି । ଉଭୟଙ୍କ ଏହି ଫଟୋରେ ପ୍ରଶଂସକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଫଟୋରେ ଗୌତମ ଏବଂ ମଞ୍ଜିମାଙ୍କ ମଧ୍ୟରେ ଭଲପାଇବା ସ୍ପଷ୍ଟ ଦେଖାଯାଉଛି । ରୋମାଣ୍ଟିକ ଫଟୋ ପୋଷ୍ଟ କରିବା ସହିତ ଗୌତମ ମଞ୍ଜିମାଙ୍କ ପାଇଁ ପ୍ରେମଭରା ନୋଟ ମଧ୍ୟ ଲେଖିଛନ୍ତି ।
- " class="align-text-top noRightClick twitterSection" data="
">
କିଛି ସମୟ ପୂର୍ବରୁ, ଗୌତମ କାର୍ତ୍ତିକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଞ୍ଜିମାଙ୍କ ସହ ଅନେକ ଫଟୋ ସେୟାର କରିଥିଲେ । ଏହି ଫଟୋଗୁଡ଼ିକ ସହିତ ଅଭିନେତା ଏକ ଲମ୍ବା କ୍ୟାପସନ୍ ଲେଖିଛନ୍ତି । ସେ ଲେଖିଛନ୍ତି, "କଣ ହୋଇଥାଏ ଯେତେବେଳେ ତୁମ ଜୀବନରେ ଜଣେ ସଠିକ୍ ବ୍ୟକ୍ତି ଆସିଯାଏ ? ଅନେକ ଲୋକ କହିବେ କି ଯେତେବେଳେ ଏପରି ବ୍ୟକ୍ତି ଆପଣଙ୍କ ଆଖି ସାମ୍ନାରେ ଥାଆନ୍ତି, ସେତେବେଳେ ଆପଣ ପ୍ରେମରେ ପରିପୂର୍ଣ୍ଣ ହୁଅନ୍ତି, ପ୍ରଜାପତିମାନେ ଆପଣଙ୍କ ପେଟରେ ଉଡ଼ିବା ଆରମ୍ଭ କରନ୍ତି । ତୁମର ହୃଦୟ ଆନନ୍ଦରେ ଝୁମିଉଠେ । ମଞ୍ଜିମା ମୋହନ, ଆମ ଦୁହିଁଙ୍କ ଯାତ୍ରା ନିଶ୍ଚିତ ଭାବରେ ଭିନ୍ନ ଥିଲା । ଆମେ ଦୁହେଁ ସବୁବେଳେ ଛୋଟ ଛୋଟ ଜିନିଷ ଉପରେ ଯୁକ୍ତିତର୍କ କରୁଥିଲୁ । ଆମର ବନ୍ଧୁମାନେ ମଧ୍ୟ ଆମର ଯୁକ୍ତି ମଧ୍ୟରେ ଆସିପାରିଲେ ନାହିଁ ।"
ଗୌତମ କାର୍ତ୍ତିକ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, "କିନ୍ତୁ ମୁଁ ଗୋଟିଏ କଥା ଜାଣିଥିଲି, ତୁମେ ଆମ ମଧ୍ୟରେ ଏକ ସୁନ୍ଦର ବଣ୍ଡିଂ ସୃଷ୍ଟି କରୁଥିଲ । ମୁଁ ପ୍ରଥମେ ଏହି ବନ୍ଧନକୁ ବନ୍ଧୁତା ଭାବରେ ନାମିତ କରିବାକୁ ସ୍ଥିର କଲି, କିନ୍ତୁ ଏହା ତାଠାରୁ ଅଧିକ ଶକ୍ତିଶାଳୀ ଥିଲା । ସମୟ ସହିତ ଏହା ବଢୁଥିଲା ତେଣୁ ମୁଁ ଏହାକୁ ପୁନର୍ବାର ଶ୍ରେଷ୍ଠ ବନ୍ଧୁ ଭାବରେ ନାମିତ କଲି । କିନ୍ତୁ ଏହା ତାଠାରୁ ବି ଅଧିକ ଶକ୍ତିଶାଳୀ ଥିଲା । ତୁମେ ଏହାକୁ ପ୍ରତିଦିନ ସୁନ୍ଦର କରି ଚାଲିଥିଲ ଏବଂ ଏହା ଦିନକୁ ଦିନ ଅଧିକ ଶକ୍ତିଶାଳୀ ହୋଇଗଲା । ତୁମେ ମୋତେ ଜଣେ ଶକ୍ତିଶାଳୀ ବ୍ୟକ୍ତି କରିଲ, ଏତେ ଶକ୍ତିଶାଳୀ କରିଛ ଯେ ମୁଁ ବିଶ୍ବାସ ମଧ୍ୟ କରିପାରୁ ନାହିଁ । ମୋର ଖରାପ ସମୟରେ ମଧ୍ୟ ତୁମେ ମୋ ପାଖରେ ଠିଆ ହୋଇଛ ଏବଂ ମୋ ଉପରେ ତୁମର ବିଶ୍ୱାସକୁ କେବେ ବି ଛାଡିବାକୁ ଦେଇନାହଁ ।"
ମଞ୍ଜିମା ମୋହନଙ୍କ ପ୍ରତି ଥିବା ଭଲପାଇବାକୁ ଶବ୍ଦରେ ପ୍ରକାଶ କରି ଗୌତମ ଆହୁରି ଲେଖିଛନ୍ତି, "ତୁମେ ମୋତେ ଜୀବନରେ ଆଗକୁ ବଢିବାକୁ ପ୍ରେରଣା ଦେଇଛ, ମୋତେ କେବେ ହେଲେ ରୋକିବାକୁ ଦେଇ ନାହଁ । ମୋ ପାଇଁ ସର୍ବଦା ସକରାତ୍ମକ ଥିଲ, ମୋତେ ନିଜକୁ ସନ୍ଦେହ କରିବାକୁ ଦିଅ ନାହଁ । ମୋ ହୃଦୟରେ ଆଜି ଏପରି ଏକ ଶାନ୍ତି ଅଛି, ଯାହା ମୁଁ ପୂର୍ବରୁ ଅନୁଭବ କରିନଥିଲି । ଏହା ସବୁ ଏଥିପାଇଁ, କାରଣ ତୁମେ ମୋ ଜୀବନରେ ଅଛ । ମୁଁ ଭାବୁନାହିଁ ଯେ ଆମ ଭିତରେ ଯେଉଁ ବଣ୍ଡି ଅଛି ତାକୁ 'ପ୍ରେମ' ଶବ୍ଦରେ ରଖିବା ଯଥେଷ୍ଟ ହେବ ।"
ଗୌତମ କାର୍ତ୍ତିକ ଆହୁରି ଲେଖିଛନ୍ତି, 'ମୋତେ ବିଶ୍ବାସ ଅଛି, ଯେ ପର୍ଯ୍ୟନ୍ତ ତୁମେ ମୋ ସହିତ ଥିବ, ମୁଁ ଯେକୌଣସି ପରିସ୍ଥିତିର ମୁକାବିଲା କରିପାରିବି। ମୁଁ ତୁମ ସହିତ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଆଉ ଅପେକ୍ଷା କରିପାରିବି ନାହିଁ । ଉଲ୍ଲେଖନୀୟ ଯେ, ଗୌତମ କାର୍ତ୍ତିକ ତାମିଲ ସିନେମାରେ ମଣିରତ୍ନମଙ୍କ ଫିଲ୍ମ 'କଦଲ'ରେ ଡେବ୍ୟୁ କରିଥିଲେ ।