ETV Bharat / entertainment

Gadar 2 vs OMG 2: 2ୟ ସପ୍ତାହ ବି ଗଦର 2ର ବମ୍ପର କଲେକ୍ସନ ଜାରି, 100 କୋଟି କ୍ଲବରେ ଓଏମଜି 2

author img

By

Published : Aug 20, 2023, 11:22 AM IST

ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ଗଦର 2 ଏବଂ ଓଏମଜି 2 । ପ୍ରଥମ ସପ୍ତାହ ଭଳି ଦ୍ବିତୀୟ ସପ୍ତାହରେ ବି ଉଭୟ ଫିଲ୍ମ ବମ୍ପର କଲେକ୍ସନ ସହ ଲୋକପ୍ରିୟତା ହାସଲ କରିଛି । 9ମ ଦିନ ମଧ୍ୟରେ ଗଦର 2 300କୋଟିରୁ ଅଧିକ ଆୟ କରିଥିବା ବେଳେ 100କୋଟି କ୍ଲବରେ ସାମିଲ ହେଲା ଓଏମଜି 2 । ଅଧିକ ପଢନ୍ତୁ

2ୟ ସପ୍ତାହ ବି ଗଦର 2ର ବମ୍ପର କଲେକ୍ସନ ଜାରି, 100କୋଟି କ୍ଲବରେ ସାମିଲ ହେଲା ଓଏମଜି 2

ହାଇଦ୍ରାବାଦ: ସୁପରଷ୍ଟାର ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର ୨' ବକ୍ସ ଅଫିସରେ ଦିନକୁ ଦିନ ଧମାକା କରିଚାଲିଛି । ଫିଲ୍ମକୁ ରିଲିଜ ହେବାର 9 ଦିନ ବିତିଯାଇଥିଲେ ସୁଦ୍ଧା ଫିଲ୍ମର ରୋଜଗାର ଉପରେ କୌଣସି ପ୍ରଭାବ ପଡିନାହିଁ । ବମ୍ପର କଲେକ୍ସନ ସହ ଫିଲ୍ମ ଦର୍ଶକଙ୍କ ମନ ଜିତିବାରେ ସଫଳ ହେଉଛି । ଏହିପରି ଫିଲ୍ମ ବର୍ତ୍ତମାନ ଖୁବଶୀଘ୍ର 400 କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଅନ୍ୟପକ୍ଷରେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ଓଏମଜି 2' ରୋଜଗାର ଦୃଷ୍ଟିରୁ 'ଗଦର 2' ଠାରୁ ପଛରେ ରହିଛି, ହେଲେ ତଥାପି ଏହି ଚଳଚ୍ଚିତ୍ର ଶନିବାର ଦିନ 100 କୋଟି କ୍ଲବରେ ସାମିଲ ହୋଇଛି ।

ରିପୋର୍ଟ ଅନୁଯାୟୀ, ଗଦାର 2 ରିଲିଜ୍ ହେବାର ପ୍ରଥମ ସପ୍ତାହରେ 284.63 କୋଟି ଟଙ୍କା ରୋଜଗାର କରିଥିଲା । ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଚଳଚ୍ଚିତ୍ରଟି ଭାରତର ଦ୍ୱିତୀୟ ଶନିବାର ଅର୍ଥାତ୍ 9ମ ଦିନରେ ବି ତାର ଜଲୱା ଜାରି ରଖିଛି । ଏହା 9ମ ଦିନରେ 32 କୋଟି ଆୟ କରିଛି । ତେବେ ଫିଲ୍ମର ମୋଟ ଘରୋଇ ବକ୍ସ ଅଫିସ ସଂଗ୍ରହ 336.13 କୋଟିକୁ ବୃଦ୍ଧି ପାଇଛି । ତେବେ ଏହି ଫିଲ୍ମ ଖୁବଶୀଘ୍ର 400 କୋଟି କ୍ଲବରେ ସାମିଲ ହୋଇ ଭାରତୀୟ ସିନେ ଇଣ୍ଡଷ୍ଟ୍ରି ପାଇଁ ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ।

ସେପଟେ ଗଦର 2 ସହ ପ୍ରତିଦ୍ବନ୍ଦିତା ସତ୍ତ୍ବେ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ରିପୋର୍ଟ ଅନୁସାରେ, 9ମ ଦିନରେ ଓଏମଜି 2 100 କୋଟି କ୍ଲବରେ ସାମିଲ ହୋଇଛି । ଏହା ଶନିବାର ଦିନ ଅର୍ଥାତ 9ମ ଦିନରେ ଭାରତରେ 10.5 କୋଟି ଆୟ କରିଛି । ଏହାର ମୋଟ ଘରୋଇ ବକ୍ସ ଅଫିସ୍ ସଂଗ୍ରହ 101.58 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଗଦର ଏକ ପ୍ରେମ କଥା'ର ସ୍ବିକେଲ୍‌ ଅଟେ ଗଦର-2 । ତେବେ ପ୍ରଥମ ଭାଗରେ ଟ୍ରକ୍ ଡ୍ରାଇଭର ତାରା ସିଂ ଭୂମିକାରେ ଅଭିନୟ କରିଥିଲେ ସନ୍ନି ଦେଓଲ । ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅମୀଷା ପଟେଲ । ଫିଲ୍ମରେ ତାରା ପାକିସ୍ତାନୀ ପତ୍ନୀ ସାକିନାଙ୍କୁ ଫେରାଇ ଆଣିବା ପାଇଁ ସଂଗ୍ରାମ କରିଥିଲେ । ସେହିପରି ଗଦର-2 ଅର୍ଥାତ ଦ୍ବିତୀୟ ଭାଗରେ ତାରା ସିଂ ତାଙ୍କ ପୁଅ ଚରଣଜିତଙ୍କୁ ଭାରତ ଫେରାଇ ଆଣିବାକୁ ସଂଗ୍ରାମ କରିଥିବା ଦେଖିବାକୁ ମିଳିଛି । ଗଦର ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପୁଅ ଉତ୍କଳ ଶର୍ମା ଗଦରରେ ଚରଣଜିତ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ୍‌ ସିହ୍ନା ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଗଦର 2 ଦେଖିଲେ ହେମା ମାଲିନୀ, ସନ୍ନି ଦେଓଲଙ୍କ କଲେ ପ୍ରଶଂସା

ସେହିପରି ଅମିତ ରୟଙ୍କ ନିର୍ଦ୍ଦେଶିତ ଓଏମଜି 2 ରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ଦୂତ ଭାବେ ନଜର ଆସିଛନ୍ତି। ଏଥିରେ ୟାମି ଗୌତମ, ପଙ୍କଜ ତ୍ରିପାଠୀ ଏବଂ ରାମାୟଣ ଫେମ ଅଭିନେତା ଅରୁଣ ଗୋବିଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି କମେଡି-ଡ୍ରାମା ଫିଲ୍ମ 2012ର ଓଏମଜିର ସିକ୍ବେଲ ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.