ETV Bharat / entertainment

ଇସ୍ରାଏଲ-ହମାସ ଯୁଦ୍ଧରେ ଅଭିନେତା ଇଦାନ ଅମେଦି ଗୁରୁତର - ଇଦାନ ଅମେଦି ଆହତ

Idan Amedi Injured: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗୁରୁତର ଆହତ ହୋଇଛନ୍ତି ଫୌଦା ପେମ ଅଭିନେତା ଇଦାନ ଅମେଦି । ଅଭିନେତାଙ୍କ ପରିବାର ଲୋକେ ଏହି ସୂଚନା ଦେଇଥିବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅଧିକ ପଢନ୍ତୁ

ଇସ୍ରାଏଲ-ହମାସ ଯୁଦ୍ଧରେ ଆହତ ହେଲେ ଅଭିନେତା ଇଦାନ ଅମେଦି, ହସ୍ପିଟାଲରେ ଭର୍ତ୍ତି

author img

By ETV Bharat Odisha Team

Published : Jan 9, 2024, 12:41 PM IST

ହାଇଦ୍ରାବାଦ: ୩ ମାସ ଧରି ଇସ୍ରାଏଲ ଗାଜା ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ 2023 ଅକ୍ଟୋବର ମାସରୁ ଆରମ୍ଭ ହୋଇଥିଲା । ଯାହା ଆଜି ଯାଏଁ ଥମିବାର ନା ନେଉନି । ଦିନକୁ ଦିନ ଉଗ୍ର ରୂପ ନେଉଛି ଏହି ଯୁଦ୍ଧ । ଏହି ଯୁଦ୍ଧରେ ଅନେକ ଅଭିନେତା ଇସ୍ରାଏଲର ସେନା ବାହିନୀରେ ସାମିଲ ହୋଇଛନ୍ତି । ଏଥିରେ ଗାୟକ ତଥା ଅଭିନେତା ଇଦାନ ଅମେଦି ମଧ୍ୟ ସାମିଲ ହୋଇଥିଲେ । ତେବେ ଏହି ଯୁଦ୍ଧରେ ଲଢେଇ କରି ବର୍ତ୍ତମାନ ଫୌଦା ପେମ ଅଭିନେତା ଇଦାନ ଅମେଦି ଗୁରୁତର ଆହତ ହୋଇଥିବା ଖବର ଆସିଛି । ଅଭିନେତାଙ୍କ ପରିବାର ଲୋକେ ଏହି ସୂଚନା ଦେଇଥିବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଗାୟକ ତଥା ଅଭିନେତା ଇଦାନ ଅମେଦି ନେଟଫ୍ଲିକ୍ସ ସିରିଜ 'ଫୌଦା'ରେ ନଜର ଆସିଥିଲେ । ଇସ୍ରାଏଲ ଏବଂ ଗାଜା ମଧ୍ୟରେ ଚାଲିଥିବା ଯୁଦ୍ଧରେ ଇଦାନ ନିଜ ଦେଶ ପାଇଁ ଲଢିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଇସ୍ରାଏଲ ପ୍ରତିରକ୍ଷା ବାହିନୀରେ ସାମିଲ ହୋଇ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସୂଚନା ଅନୁସାରେ, ଗାଜାରେ ଲଢେଇ କରୁଥିବା ବେଳେ ବର୍ତ୍ତମାନ ଅଭିନେତା ଗୁରୁତର ଆହତ ହୋଇଥିବା ଜଣାପଡିଛି । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତାଙ୍କ ବାପା ତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ଇଦାନ ସୋମବାର ସନ୍ଧ୍ୟା ୪ଟା ସମୟରେ ରାମତ ଗାନର ଶିବା ମେଡିକାଲକୁ ନିଆଯାଇ ସେଠାରେ ତାଙ୍କ ଜରୁରୀକାଳୀନ ପରିସ୍ଥିତିରେ ସର୍ଜରୀ କରାଯାଇଥିବା ସୂଚନା ମିଳିଛି । ଏଥିସହ ଇଦାନଙ୍କ ଜଣେ ସମ୍ପର୍କୀୟ ଭଉଣୀ ମଧ୍ୟ ସୋସିଆଲ ମିଡିଆରେ ତାଙ୍କର ଗୁରୁତର ହେବା ଖବର ଦେଇଛନ୍ତି । ସେ ଇନଷ୍ଟା ଷ୍ଟୋରୀରେ ଅଭିନେତାଙ୍କ ଏକ ଫଟୋ ସେୟାର କରି ତାଙ୍କ ଶୀଘ୍ର ସୁସ୍ଥତାର କାମନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସ୍ବଦେଶ ଫେରିଲେ ଇଭେଣ୍ଟ ପାଇଁ ଇସ୍ରାଏଲ ଯାଇଥିବା ସଙ୍ଗୀତଜ୍ଞ ଗିରିଶ ବିଶ୍ବ, ବଖାଣିଲେ ଭୟାବହତା

ଇଦାନ ଅମେଦି ଇସ୍ରାଏଲର ଲୋକପ୍ରିୟ ଅଭିନେତା ଅଟନ୍ତି । ନିଜ ଦେଶ ଇସ୍ରାଏଲ ପାଇଁ ଲଢେଇ କରିବାକୁ ଏଥିରେ ସାମିଲ ହୋଇଥିଲେ । ସେ ନିଜ ସୋସିଆଲ ମିଡିଆରେ ଯୁଦ୍ଧକୁ ନେଇ ଅନେକ ଭିଡିଓ ସେୟାର କରି ଝଲକ ଦେଖାଇଛନ୍ତି । ସୂଚନା ଥାଉକି, ଇସ୍ରାଏଲ ହମାସ ଆକ୍ରମଣରେ ଏବେ ସୁଦ୍ଧା 22 ହଜାରରୁ ଊର୍ଦ୍ଧ୍ୱ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 1200ରୁ ଅଧିକ ଇସ୍ରାଏଲ ନାଗରିକଙ୍କ ଜୀବନ ଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.