ETV Bharat / entertainment

ଏକ୍ସରେ ଡଙ୍କି ସୁନାମି, ଟ୍ରେଲର ଦେଖି ନେଟିଜେନ୍ସ ଦେଲେ ଏମିତି ପ୍ରତିକ୍ରିୟା

author img

By ETV Bharat Odisha Team

Published : Dec 5, 2023, 2:22 PM IST

Dunki Trailer X Reactions: ଚଳିତ ବର୍ଷର ଶାହାରୁଖ ଖାନଙ୍କ ୩ୟ ଫିଲ୍ମ ଡଙ୍କିର ଟ୍ରେଲର ଆଜି ରିଲିଜ ହୋଇଛି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ମିଳୁଛି । ପଠାନ ଓ ଜବାନ ପରେ ଏହା ବି ବ୍ଲକବ୍ଲଷ୍ଟର ହେବ କହିଲେ ନେଟିଜେନ୍ସ । ଅଧିକ ପଢ଼ନ୍ତୁ

ଏକ୍ସରେ ଡଙ୍କି ସୁନାମି, ଟ୍ରେଲର ଦେଖି ନେଟିଜେନ୍ସ ଦେଲେ ଏମିତି ପ୍ରତିକ୍ରିୟା
ଏକ୍ସରେ ଡଙ୍କି ସୁନାମି, ଟ୍ରେଲର ଦେଖି ନେଟିଜେନ୍ସ ଦେଲେ ଏମିତି ପ୍ରତିକ୍ରିୟା

ହାଇଦ୍ରାବାଦ: ଏହି ବର୍ଷର ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଡଙ୍କି'ର ଟ୍ରେଲର ଶେଷରେ ଆଜି ମୁକ୍ତିଲାଭ କରିଛି । ଟ୍ରେଲରଟି ଖୁବ ମଜାଦାର ରହିଛି । ଶାହରୁଖ ଖାନଙ୍କ ଫିଲ୍ମ ଡ୍ରପ୍‌ ୪ର ଟ୍ରେଲରକୁ ଦେଖି ଲୋକେ ଦିୱାନା ହୋଇଥିବା ବେଳେ ସୋସିଆଲ ମିଡିଆରେ ଏନେଇ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ପଠାନ ଓ ଜବାନ ପରେ ଏହା ବି ବ୍ଲକବ୍ଲଷ୍ଟର ହେବ କହିଛନ୍ତି ନେଟିଜେନ୍ସ ।

ଟ୍ରେଲର ରିଲିଜ ପରେ ଫିଲ୍ମକୁ ନେଇ ଏକ୍ସରେ ନିଜର ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ସ । ଜଣେ ୟୁଜର୍ସ ଲେଖିଛନ୍ତି, "ରାଜକୁମାର ହିରାନୀ କେବେ ନିରାଶ କରନ୍ତି ନାହିଁ । ଯେତେବେଳେ କଣ୍ଟେଣ୍ଟର ରାଜା ବଲିଉଡ ରାଜାଙ୍କୁ ଭେଟନ୍ତି । ଡଙ୍କି ଟ୍ରେଲର ଦମଦାର ।" ଆଉ ଜଣେ ଲେଖିଛନ୍ତି, ଏହି ବର୍ଷର ୩ୟ ବ୍ଲକବ୍ଲଷ୍ଟର ଫିଲ୍ମ ହେବାକୁ ଯାଉଛି । ଅନ୍ୟ ଜଣେ ଲେଖିଛନ୍ତି, ମୋର ସର୍ବଦା ଅନ୍ଧ ବିଶ୍ୱାସ ଥିଲା ଯେ, ରାଜକୁମାର ହିରାନୀ ଯେତେବେଳେ ବି ଏକ ଫିଲ୍ମ କରିବେ ସେତେବେଳେ ଶାହରୁଖ ଖାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିବ । ଡଙ୍କି ଟ୍ରେଲର ଏହାର ପ୍ରମାଣ ଦେଇଛି ।

ଆଉ ଜଣେ ଶାହରୁଖ ଖାନଙ୍କ ପୂର୍ବ ଫିଲ୍ମ ପଠାନ ସହ ଡଙ୍କିର ସମାନ ଦର୍ଶାଇ ଲେଖିଛନ୍ତି, ପଠାନର ଶେଷ ଶଦ୍ଦ ଜୟ ହିନ୍ଦ୍ ପରି ଡଙ୍କି ଟ୍ରେଲରର ଶେଷ ଶବ୍ଦ ଜୟ ହିନ୍ଦ୍ ସମାନ ରହିଛି । ଆଉ କେତେକ ୟୁଜର୍ସ ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି ସହ ରିଲିଜ ହେଉଥିବା ପ୍ରଭାସଙ୍କ ଫିଲ୍ମ ସାଲାର୍‌ ନେଇ ଆଲୋଚନା କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଡଙ୍କି ସହ ସାଲାର ରିଲିଜ କରିବା ପ୍ରଭାସଙ୍କ ସବୁଠାରୁ ବଡ଼ ଭୁଲ ହେବ ।

'ଡଙ୍କି' ସହିତ ଶାହାରୁଖ ଖାନ ଏବଂ ରାଜକୁମାର ହିରାନୀ ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି । ରାଜକୁମାର ହିରାନୀ 'ସଞ୍ଜୁ', 'ପିକେ,' 3 ଇଡିଅଟ୍ସ 'ଏବଂ' ମୁନ୍ନା ଭାଇ ସିରିଜ୍ ଭଳି ହିଟ୍ ଫିଲ୍ମ ଦେଇଛନ୍ତି । ଏବେ ପ୍ରଥମ ଥର ପାଇଁ ରାଜକୁମାର ହିରାନୀ ଶାହାରୁଖ ଖାନଙ୍କ ସହ ଡଙ୍କି ରିଲିଜ କରିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ବଲିଉଡର ଏହି ଯୋଡି ଏକ ଜବରଦସ୍ତ ଫିଲ୍ମ ଆଣିବେ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଅପେକ୍ଷାର ହେଲା ଅନ୍ତ, ରିଲିଜ ହେଲା କିଙ୍ଗଖାନଙ୍କ ଫିଲ୍ମ 'ଡଙ୍କି'ର ଟ୍ରେଲର

ଜିଓ ଷ୍ଟୁଡିଓ, ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଏବଂ ରାଜକୁମାର ହିରାନି ଫିଲ୍ମର ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହୋଇଛି ଡଙ୍କି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀ । ତେବେ ଏହି ସିନେମାରେ ଶାହରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ଖାନଙ୍କ ଏହି ଚଳଚ୍ଚିତ୍ର ଆସନ୍ତା ଖ୍ରୀଷ୍ଟମାସ ଅର୍ଥାତ୍ ଡିସେମ୍ବର ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହାପୂର୍ବରୁ ୨୧ ଡିସେମ୍ବରରେ ବିଶ୍ବ ସ୍ତରରେ ରିଲିଜ ହେବ 'ଡଙ୍କି' । ତାପସୀ, ବିକିଙ୍କ ସହ ଶାହାରୁଖ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.