ହାଇଦ୍ରାବାଦ: ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓ ଭାଇରାଲ ଘଟଣା । ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ । ଏହି ମାମଲାରେ ଦିଲ୍ଲୀ ପୋଲିସ୍ ଆଇପିସିର ଧାରା 465, 469 ଏବଂ ଆଇଟି ଆକ୍ଟର ଧାରା 66C ଓ 66E ଅନୁଯାୟୀ ଏକ ମାମଲା ରୁଜୁ କରିଛି । କିଛି ଦିନ ତଳେ ରଶ୍ମିକାଙ୍କ ଏହି ଡିପଫେକ୍ ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ଅଭିନେତ୍ରୀ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ ।
-
In regard to the deepfake AI-generated video of Rashmika Mandana, an FIR u/s 465 & 469 of the IPC, 1860 and section 66C & 66E of the IT Act, 2000 has been registered at PS Special Cell, Delhi Police and an investigation has been taken up: Delhi Police
— ANI (@ANI) November 10, 2023 " class="align-text-top noRightClick twitterSection" data="
">In regard to the deepfake AI-generated video of Rashmika Mandana, an FIR u/s 465 & 469 of the IPC, 1860 and section 66C & 66E of the IT Act, 2000 has been registered at PS Special Cell, Delhi Police and an investigation has been taken up: Delhi Police
— ANI (@ANI) November 10, 2023In regard to the deepfake AI-generated video of Rashmika Mandana, an FIR u/s 465 & 469 of the IPC, 1860 and section 66C & 66E of the IT Act, 2000 has been registered at PS Special Cell, Delhi Police and an investigation has been taken up: Delhi Police
— ANI (@ANI) November 10, 2023
ଏହା ମଧ୍ୟ ପଢନ୍ତୁ - ସୋସିଆଲ ମିଡିଆରୁ ଡିପ୍ ଫେକ୍ ଭିଡିଓ ହଟାଇବାକୁ ଆଡଭାଇଜରୀ ଜାରି, କୃତଜ୍ଞତା ଜଣାଇଲେ ରଶ୍ମିକା
ସୂଚନା ମୁତାବକ, ଡିପଫେକ୍ (ନକଲି) ଭିଡିଓରେ ରଶ୍ମିକାଙ୍କୁ ଅତି ବୋଲ୍ଡ ଲୁକ୍ରେ ଦେଖିବାକୁ ମିଳିଥିଲା । ଯେଉଁ ଲୁକ୍ରେ ତାଙ୍କୁ କେବେ ଦେଖାଯାଇ ନାହିଁ । ତେବେ ଏହି ଘଟଣାକୁ ନେଇ ବିଗ୍ ବି ଭିଡିଓ ଲିକ୍ କରିଥିବା ବ୍ୟକ୍ତିଙ୍କ ଉପରେ ବର୍ଷିବା ସହିତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସେହିପରି ଦିଲ୍ଲୀ ମହିଳା କମିଶନର ମଧ୍ୟ ଏହି ମାମଲାକୁ ଗୁରୁତର ସହ ନେଇଥିଲେ । ଏନେଇ ସିଟି ପୋଲିସକୁ ନୋଟିସ୍ ପଠାଇ ଘଟଣା ବିଷୟରେ ଅବଗତ କରାଇଥିଲେ । ଏହାପରେ ଦିଲ୍ଲୀ ପୋଲିସ ଦୋଷୀ ବିରୋଧରେ ଏକ ମାମଲା ରୁଜୁ କରିଛି ।
ଏହାମଧ୍ୟ ପଢନ୍ତୁ: Rashmika Mandannas Deepfake Video: ବିଗ ବି' ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ ରଶ୍ମିକା
ସୂଚନା ଥାଉକି, ଭାଇରାଲ ଭିଡିଓଟି ବାସ୍ତବରେ ରଶ୍ମିକାଙ୍କ ନୁହଁ । ଏହି ଭିଡିଓଟି ଜାରା ପଟେଲ ନାମକ ଜଣେ ଯୁବତୀଙ୍କର ଥିଲା । ଯାହାକୁ ଏଡିଟ୍ କରାଯାଇ ତାଙ୍କ ମୁହଁ ପରିବର୍ତ୍ତେ ରଶ୍ମିକାଙ୍କ ମୁହଁ ଯୋଡ଼ା ଯାଇଥିଲା । ଏହି ଭିଡିଓ ଭାଇରାଲ ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା । ରଶ୍ମିକା ମନ୍ଦାନା ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଏହି ଘଟଣା ବିଷୟରେ ଆଲୋଚନା କରି ବହୁତ ଦୁଃଖ ଅନୁଭବ ହେଉଛି । ଟେକ୍ନୋଲୋଜିର ଅପବ୍ୟବହାର ହେତୁ ଆଜି ଆମେ ଅସୁରକ୍ଷିତ । ଏଭଳି ଘଟଣା କେବଳ ମୋ ପାଇଁ ନୁହଁ ବରଂ ଆମ ସମସ୍ତଙ୍କ ପାଇଁ ଭୟାନକ । ତେବେ ରଶ୍ମିକାଙ୍କ ପରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମଧ୍ୟ ଡିପଫେକ୍ର ଶିକାର ହୋଇଥିଲେ । ଟାଇଗର-3 ଫିଲ୍ମରେ କ୍ୟାଟ୍ରିନାଙ୍କ ଏକ ଫଟୋକୁ ଭିନ୍ନ ରୂପ ଦିଆଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ