ହାଇଦ୍ରାବାଦ: ଗତ ବର୍ଷ ଦୀପାବଳି ପରଠୁ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ହେଉଛି । ନିକଟରେ ଉଭୟ ୟୁରୋପରେ ଏକ ଛୁଟି ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବଂ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଏହାପରେ ବି ଉଭୟ ବର୍ତ୍ତମାନ ପ୍ରାୟତଃ ଏକାଠି ନଜର ଆସିଛନ୍ତି । ଯଦିଓ ଏହି ରୁମର କପଲ ସେମାନଙ୍କ ସମ୍ପର୍କକୁ ଘୋଷଣା କରିନାହାଁନ୍ତି ସତ କିନ୍ତୁ ଉଭୟ ଏହି ରିପୋର୍ଟକୁ ମଧ୍ୟ ଅସ୍ୱୀକାର କରିନାହାଁନ୍ତି । ତେବେ ଏସବୁ ମଧ୍ୟରେ ଅନନ୍ୟାଙ୍କ ବାପା ଚଙ୍କି ପାଣ୍ଡେ ଆଦିତ୍ୟଙ୍କ ସହ ଝିଅର ସମ୍ପର୍କକୁ ନେଇ ଏବେ ମୁହଁ ଖୋଲିଛନ୍ତି ।
ଦୀର୍ଘ ଦିନ ଧରି ଅନନ୍ୟା ଏବଂ ଆଦିତ୍ୟ ରୟ କପୁର ପରସ୍ପରକୁ ଡେଟ୍ କରୁଥିବା ନେଇ ଉଭୟ ଲାଇମଲାଇଟରେ ରହିଛନ୍ତି । ବର୍ତ୍ତମାନ ଉଭୟଙ୍କ ଡେଟିଂକୁ ନେଇ ମୁହଁ ଖୋଲିଛନ୍ତି ଅନନ୍ୟାଙ୍କ ବାପା ଚଙ୍କି ପାଣ୍ଡେ । ଏକ ସାକ୍ଷାତକାରରେ ଚଙ୍କି କହିଛନ୍ତି ଯେ, ଯେତେବେଳେ ଜଣେ ଗ୍ଲାମର ଇଣ୍ଡଷ୍ଟ୍ରିରେ ଥାଆନ୍ତି, ସେତେବେଳେ ଏପରି ଘଟଣା ଘଟେ । ସେ ଆହୁରି କହିଛନ୍ତି, ଏଭଳି ଖବର ପ୍ରସାରିତ ହେବା ସ୍ବାଭାବିକ ଏବଂ ଏହାକୁ କେହି ରୋକି ପାରିବେ ନାହିଁ ।
ପରେ, ଯେତେବେଳେ ତାଙ୍କ ଝିଅଙ୍କ ସହ ଉଭୟ ଅନ୍-ସ୍କ୍ରିନ୍ ଏବଂ ଅଫ୍ ସ୍କ୍ରିନରେ କେଉଁ ଅଭିନେତା ଭଲ ଲାଗୁଛନ୍ତି ବୋଲି ପଚରାଗଲା, ଚଙ୍କି ଆଦିତ୍ୟଙ୍କ ନାଁ ଛାଡି ଟାଇଗର ଶ୍ରଫଙ୍କଠାରୁ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ପତି ପତ୍ନୀ ଔର ୱୋରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଅନନ୍ୟା ମଧ୍ୟ ଭଲ ଦେଖାଯାଉଥିଲେ । ଏହା ସହିତ, ଅନନ୍ୟାଙ୍କୁ ପ୍ରଶଂସା କରୁଥିବାବେଳେ ଚଙ୍କି କହିଛନ୍ତି ଯେ ଏପର୍ଯ୍ୟନ୍ତ ତାଙ୍କର ଯାତ୍ରା ବହୁତ ଭଲ ରହିଛି । ଏଥିସହ ଚଙ୍କି ନିଜ ଝିଅ ଅନନ୍ୟାଙ୍କୁ ଉପଦେଶ ଦେବା ଉପରେ ଏହା କହିଛନ୍ତି ଯେ, ସେ ତାଙ୍କ ଝିଅମାନଙ୍କୁ କହିଛନ୍ତି ସେମାନଙ୍କର ପ୍ରେମିକା ଯେମିତି ବି ହୁଅନ୍ତୁ, ସେମାନେ ସେମାନଙ୍କ ଅପେକ୍ଷା ଭଲ ହେବା ଉଚିତ, ସେମାନଙ୍କଠାରୁ କମ୍ କିଛି ହେବାକୁ ହେବନି ।
ଏହା ମଧ୍ୟ ପଢନ୍ତୁ: ଅନନ୍ୟା ପାଣ୍ଡେଙ୍କ ସହ ଛୁଟିଦିନର ଲିକ୍ ଫଟୋ ଉପରେ ପ୍ରତିକ୍ରିୟା ଦେଲେ ଆଦିତ୍ୟ, କହିଲେ...
ଅନନ୍ୟାଙ୍କ ୱାର୍କଫ୍ରଣ୍ଟ୍ କଥା କହିବାକୁ ଗଲେ ତାଙ୍କୁ ଚଳିତ ମାସରେ ରିଲିଜ କରିବାକୁ ଥିବା ଫିଲ୍ମ 'ଡ୍ରିମ୍ ଗାର୍ଲ-2' ରେ ଦେଖିବାକୁ ମିଳିବ । ଅଗଷ୍ଟ 25ରେ ରିଲିଜ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ରରେ ଅନନ୍ୟା ପ୍ରଥମ ଥର ପାଇଁ ଆୟୁଷ୍ମାନ ଖୁରାନାଙ୍କ ସହ ସ୍କ୍ରିନ୍ ସେୟାର କରିବେ। ସେପଟେ ଆଦିତ୍ୟ ରୟ କପୁରଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଆଦିତ୍ୟଙ୍କୁ ନାଇଟ ମ୍ୟାନେଜରରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅନୁରାଗ ବସୁଙ୍କ ଫିଲ୍ମ 'ମେଟ୍ରୋ ଇନ୍ ଦିନୋ'ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ସେ ସାରା ଅଲି ଖାନଙ୍କ ସହ ସ୍କ୍ରିନ୍ ସେୟାର କରିବେ ।