ETV Bharat / entertainment

କିଶୋର କୁମାରଙ୍କ ବାୟୋପିକରେ ନଜର ଆସିବେ ଆୟୁଷ୍ମାନ, ଖୁଲାସା କଲେ ଅଭିନେତା

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଡ୍ରିମ ଗାର୍ଲ 2 ସଫଳତା ମଧ୍ୟରେ ବାୟୋପିକ ଫିଲ୍ମରେ କରିବାକୁ ଚାହାଁନ୍ତି ଆୟୁଷ୍ମାନ ଖୁରାନା । ପୂର୍ବରୁ ସେ ସୌରଭ ଗାଙ୍କୁଲିଙ୍କ ବାୟୋପିକ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ସେ କାହାର ବାୟୋପିକ କରିବାକୁ ଚାହାଁନ୍ତି ସେନେଇ ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 6, 2023, 1:00 PM IST

କିଶୋର କୁମାରଙ୍କ ବାୟୋପିକରେ ନଜର ଆସିବେ ଆୟୁଷ୍ମାନ, ଖୁଲାସା କଲେ ଅଭିନେତା
କିଶୋର କୁମାରଙ୍କ ବାୟୋପିକରେ ନଜର ଆସିବେ ଆୟୁଷ୍ମାନ, ଖୁଲାସା କଲେ ଅଭିନେତା

ହାଇଦ୍ରାବାଦ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ନିଜ ପସନ୍ଦର ଚଳଚ୍ଚିତ୍ର ଏବଂ ଅଭିନୟ କରିଥିବା ଚରିତ୍ର ଗୁଡ଼ିକ ପାଇଁ ଦର୍ଶକଙ୍କ ମନ ଜିତିବା ସହ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ସେ ରିଲିଜ ହୋଇଥିବା ଡ୍ରିମ ଗାର୍ଲ 2ରେ ନଜର ଆସିଛନ୍ତି । ଏହି ଫିଲ୍ମ ଭଲ ପ୍ରଦର୍ଶନ କରୁଛି । ଏହାରି ମଧ୍ୟରେ ଏବେ ସେ ବାୟୋପିକରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାପଡିଛି । ଅଭିନେତା ଏନେଇ ଏକ ସାକ୍ଷାତକାରରେ ନିଜେ ଖୁଲାସା କରିଛନ୍ତି ।

ପୂର୍ବରୁ ଆୟୁଷ୍ମାନଙ୍କୁ କେବଳ ଗୋଟିଏ ବାୟୋପିକ୍ 'ହାୱାଇଜାଦେ'ରେ ନଜର ଆସିଥିଲେ । ବର୍ତ୍ତମାନ ଆୟୁଷ୍ମାନ ଆଉ ଏକ ବାୟୋପିକରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ ତାଙ୍କୁ ବାୟୋପିକରେ କାମ କରିବାକୁ ଚାହୁଁଛନ୍ତି କି ବୋଲି ଏକ ପଚରାଯାଇଥିବା ବେଳେ ସେ ଉତ୍ତରରେ କହିଛନ୍ତି, 'ମୁଁ ଜଣେ ସଙ୍ଗୀତଜ୍ଞ କିମ୍ବା କ୍ରିକେଟରଙ୍କ ଉପରେ ବାୟୋପିକ୍ କରିବାକୁ ଚାହୁଁଛି।

ଆୟୁଷ୍ମାନଙ୍କୁ ପଚରାଯାଇଥିଲା ଯେ ସେ କେଉଁ ଗାୟକଙ୍କ ବାୟୋପିକ୍ କରିବାକୁ ଚାହୁଁଛନ୍ତି । ସେ କହିଥିଲେ ଯେ ସେ ଦିବଙ୍ଗତ ଭେଟେରାନ ଗାୟକ କିଶୋର କୁମାରଙ୍କ ବାୟୋପିକରେ କାମ କରିବାକୁ ଚାହୁଁଛନ୍ତି । ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ, ସେ ଜଣେ ଦକ୍ଷ ବ୍ୟକ୍ତି ଥିଲେ, ତାଙ୍କ ବାୟୋପିକରେ କାମ କରିବା ମୋ ପାଇଁ ଉତ୍ସାହଜନକ ହେବ । ପରେ କ୍ରିକେଟରଙ୍କ ବିଷୟରେ ପଚରାଯାଇଥିବାରୁ ସେ କହିଥିଲେ ଯେ, 'ବହୁତ କମ୍ ଲୋକ ଜାଣନ୍ତି ଯେ ମୁଁ ମୋ ସ୍କୁଲ ଏବଂ ହାଇସ୍କୁଲ ଦିନରେ କ୍ରିକେଟ୍ ଖେଳୁଥିଲି । ତେଣୁ କୌଣସି କ୍ରିକେଟରଙ୍କ ଉପରେ କାମ କଲେ ମୁଁ ବହୁତ ଉତ୍ସାହିତ ହେବି'। ପ୍ରକାଶ ଥାଉ କି, ଆୟୁଷ୍ମାନ ସୌରଭ ଗାଙ୍କୁଲିଙ୍କ ବାୟୋପିକ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ବର୍ତ୍ତମାନ ଯାଏଁ କୌଣସି ଅଫିସିଆଲି ଘୋଷଣା କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ: ଜବାନ ଜୁନୁନ୍‌: ଟିକେଟ୍‌ ପାଇଁ ରାତି 2ଟାରେ ଜମିଲା ଫ୍ୟାନ୍ସଙ୍କ ଭିଡ, ଭାଙ୍ଗିବ ରେକର୍ଡ !

ଆୟୁଷ୍ମାନ ବର୍ତ୍ତମାନ ତାଙ୍କ ଫିଲ୍ମ 'ଡ୍ରିମ୍ ଗାର୍ଲ ୨'ର ସଫଳତାକୁ ସେଲିବ୍ରେଟ କରୁଛନ୍ତି। ଏହି ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରୁଥିବା ବେଳେ ବକ୍ସ ଅଫିସରେ ଭଲ ରୋଜଗାର କରୁଛି। ଏହି ଫିଲ୍ମ ଅଗଷ୍ଟ 25ରେ ରିଲିଜ ହୋଇଛି। ଫିଲ୍ମ 12ଦିନରେ ଫିଲ୍ମ ଆନୁମାନିକ 3 କୋଟି ଆୟ କରିଥିବା ଜଣାପଡିଛି। ଫିଲ୍ମର ମୋଟ 91.96 କୋଟି ଆୟ କରି ସଫଳତା ହାସଲ କରିଛି। ଖୁବଶୀଘ୍ର ଫିଲ୍ମ 100କୋଟି କ୍ଲବରେ ସାମିଲ ହେବ। ଏହି ଫିଲ୍ମରେ ଆୟୁଷ୍ମାନ, ଅନନ୍ୟାଙ୍କ ବ୍ୟତୀତ ପରେଶ ରାୱଲ, ବିଜୟ ରାଜ, ଅନ୍ନ କପୁର, ଅଭିଷେକ ବାନାର୍ଜୀ, ରାଜପାଲ ଯାଦବ, ମଞ୍ଜୋତ୍ ସିଂଙ୍କ ସହ ଅନେକ କଳାକାର ଡ୍ରିମ୍ ଗାର୍ଲ 2 ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜ ଶାଣ୍ଡିଲିଆ। ଏହା ବ୍ୟତୀତ ସେ ଅମିତ ଶର୍ମାଙ୍କ 'ବଧାଇ ହୋ ୨'ରେ ନଜର ଆସିବେ ଆୟୁଷ୍ମାନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.