ETV Bharat / entertainment

HBD Ayushmann Khurrana: ରିୟଲ ଲାଇଫରେ ବି ସ୍ପର୍ମ ଡୋନେଟ କରିଛନ୍ତି ରିଲ୍‌ ଭିକି

ଆଜି ବଲିଉଡ ସୁପରଷ୍ଟାର ଆୟୁଷ୍ମାନ ଖୁରାନାଙ୍କ ଜନ୍ମଦିନ । କେବେ 'ଭିକି ଡୋନର' ତ କେବେ 'ଡ୍ରିମ୍ ଗାର୍ଲ' ହୋଇ ଲୋକଙ୍କ ହୃଦୟରେ ରାଜ୍‌ କରୁଥିବା ଆୟୁଷ୍ମାନଙ୍କୁ ଆଜି 39 ବର୍ଷ ବୟସ ହୋଇଛି । ଆସନ୍ତୁ ଜନ୍ମଦିନ ଅବସରରେ ଜାଣିବା ଆୟୁଷ୍ମାନଙ୍କ ବିଷୟରେ କିଛି ରୋଚକ କଥା ।

author img

By ETV Bharat Odisha Team

Published : Sep 14, 2023, 9:51 AM IST

ଆୟୁଷ୍ମାନ ଖୁରାନା
ଆୟୁଷ୍ମାନ ଖୁରାନା

ହାଇଦ୍ରାବାଦ: ଆୟୁଷ୍ମାନ ଖୁରାନା ତାଙ୍କ କ୍ୟାରିୟରରେ 20ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ର କରିଛନ୍ତି ଏବଂ ଆଜି ବଲିଉଡର ଜଣେ ସଫଳ ଅଭିନେତା । କିନ୍ତୁ ଆଜି ବି ତାଙ୍କର ପ୍ରଥମ ଚଳଚ୍ଚିତ୍ର ଭିକି ଡୋନର ହେଉଛି ତାଙ୍କର ଖାସ୍‌ ପରିଚୟ । ଏହା ଥିଲା ବଲିଉଡର ପ୍ରଥମ ଚଳଚ୍ଚିତ୍ର ଯେଉଁଥିରେ ହିରୋକୁ ଶୁକ୍ରାଣୁ ଦାନ କରୁଥିବା ଦେଖାଯାଇଥିଲା । ଏହା ଏକ ସାହସିକ ଭୂମିକା ଥିଲା ଯେଉଁଥିରେ ଆୟୁଷ୍ମାନ ଦିଲ୍ଲୀ ଯୁବକ ଭିକି ଆରୋରା ଭୂମିକାରେ ଅଭିନୟ କରିଥିଲେ । ଆୟୁଷ୍ମାନ ଏହି ଚଳଚ୍ଚିତ୍ରରେ ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ ଏବଂ ସେ ବେଷ୍ଟ ମେଲ୍‌ ଡେବ୍ୟୁ ପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ । କିନ୍ତୁ ଖାସ୍‌ କଥା ହେଉଛି ଆୟୁଷ୍ମାନ କେବଳ ପରଦାରେ ଏହି ଭୂମିକା ନିଭାଇ ନାହାଁନ୍ତି, ବରଂ ଫିଲ୍ମରେ କାମ କରିବାର ବହୁ ବର୍ଷ ପୂର୍ବରୁ ସେ ତାଙ୍କ ବାସ୍ତବ ଜୀବନରେ ମଧ୍ୟ ଶୁକ୍ରାଣୁ ଦାନ କରିଥିଲେ।

ରିଆଲିଟି ସୋ’ରେ ମାଧ୍ୟମରେ କରିଥିଲେ ଦାନ

ଆୟୁଷ୍ମାନ ନିଜ କ୍ୟାରିୟରରେ ରିସ୍କ ନେବାକୁ କେବେ ଭୟ କରନ୍ତି ନାହିଁ ଏବଂ ପ୍ରାୟତଃ ସେ ତାଙ୍କ ଚରିତ୍ରମାନଙ୍କ ସହିତ ଏକ୍ସପେରିମେଣ୍ଟ ଜାରି ରଖନ୍ତି । ଅଭିନେତାଙ୍କର ସବୁଠାରୁ ବଡ ବିଶେଷତା ହେଉଛି ଯେ ସେ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ଅଧିକାଂଶ ସାମାଜିକ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରନ୍ତି । ତାଙ୍କର ପ୍ରଥମ ଡେବ୍ୟୁ ଚଳଚ୍ଚିତ୍ର ଥିଲା ‘ଭିକି ଡୋନର’ ଯାହା ଶୁକ୍ରାଣୁ ଦାନ ପ୍ରସଙ୍ଗରେ ଆଧାରିତ ଥିଲା । ଏହି ଫିଲ୍ମ ହିଟ୍ ହେବା ପରେ ଆୟୁଷ୍ମାନ ଗଣମାଧ୍ୟମରେ ଏ ବିଷୟରେ କହିଥିଲେ ଏବଂ ସନ୍ତାନହୀନ ଦମ୍ପତିଙ୍କୁ ସାହାଯ୍ୟ କରିବା ପାଇଁ ସେ ଶୁକ୍ରାଣୁ ଦାନ କରିଥିବା କହିଥିଲେ ।

ରିଏଲିଟି ସୋ MTV ରୋଡିଜ୍ ପାଇଁ ସେ ଏହି କାର୍ଯ୍ୟ କରିଥିଲେ । ବହୁ ପୂର୍ବେ ରିଆଲିଟି ଟିଭି ସୋ'ର ନିୟମ ଟିକିଏ ଅଲଗା ଥିଲା ଏବଂ ପ୍ରାୟ ସବୁକିଛି ଅନୁମତି ଦିଆଯାଉଥିଲା । ଆୟୁଷ୍ମାନଙ୍କ ଦ୍ବାରା ସ୍ପର୍ମ ଡୋନେସନ କଥା ହେଉଛି 2004 ମସିହାର । ଫିଲ୍ମ ପରେ ଆୟୁଷ୍ମାନ ଖୁରାନା ଏକ ସାକ୍ଷାତକାରରେ ଏନେଇ ଖୁଲାସା କରିଥିଲେ । ଥଟ୍ଟାରେ କହିଥିଲେ,‘‘ମୁଁ ହେଉଛି ଭାରତର ମୋଷ୍ଟ ୱାଣ୍ଟେଡ ସ୍ପର୍ମ ଡୋନର । 2004ରେ ମୁଁ MTV ରୋଡିଜ୍ ସିଜନ୍ 2 ଜିତିଥିଲି । ଯେତେବେଳେ ମୁଁ ଏହି ସୋ’ରେ ଥିଲି, ଆମକୁ ଏକ ଟାସ୍କ ଦିଆଯାଇଥିଲା । ଏହା ଆହ୍ଲାବାଦରେ ଏକ ସ୍ପର୍ମ ଡୋନେଟ୍‌ କରିବାର ଟାସ୍କ ଥିଲା ଏବଂ ମୁଁ ବାସ୍ତବ ଜୀବନରେ ମଧ୍ୟ ସ୍ପର୍ମ ଦାନ କରିଥିଲି ।

ଏହା ମଧ୍ୟ ପଢନ୍ତୁ: Dream Girl 2 Collection Day 10: 100 କୋଟି କ୍ଲବରେ ସାମିଲ ହେଲା ଫିଲ୍ମ

ଏମିତି ମିଳିଥିଲା ପ୍ରଥମ ଚଳଚ୍ଚିତ୍ର

ଆୟୁଷ୍ମାନ ଭିକି ଡୋନର୍‌ରେ (2012) ବଲିଉଡ ଡେବ୍ୟୁ କରିଥିଲେ । ଶୁକ୍ରାଣୁ ଦାନ ଓ ବନ୍ଧ୍ୟାକରଣ ବିରୁଦ୍ଧରେ ଏହି ଫିଲ୍ମର ଏକ ସଚେତନାତ୍ମକ ବିଷୟବସ୍ତୁ ରହିଥିଲା, ଯାହାକୁ ଭାରତୀୟ ସମାଜରେ ଭିନ୍ନ ନଜରରେ ଦେଖାଯାଇଥାଏ । ଫିଲ୍ମଟି ସୁପରହିଟ୍‌ ହୋଇଥିଲା ଓ ସବୁବର୍ଗର ଲୋକେ ପସନ୍ଦ କରିଥିଲେ । ଏଥିସହିତ ଆୟୁଷ୍ମାନଙ୍କ ନିଖୁଣ ଅଭିନୟ ମଧ୍ୟ ସମସ୍ତଙ୍କ ମନ ଜିଣିଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ, ସେ ପଛକୁ ଫେରିଚାହିଁ ନାହାଁନ୍ତି । ସମାଜକୁ ସକରାତ୍ମକ ବାର୍ତ୍ତା ଦେଇଥିବା କାହାଣୀ ଥିବା ଏକାଧିକ ଫିଲ୍ମରେ ସେ ନଜର ଆସିଛନ୍ତି ।

୧୭ ବର୍ଷ ବୟସରୁ କ୍ୟାରିଅର ଆରମ୍ଭ:

୧୭ ବର୍ଷ ବୟସରେ ଆୟୁଷ୍ମାନ ପ୍ରଥମ ଥର ପାଇଁ ଏକ ରିଆଲିଟି ସୋ’ ମାଧ୍ୟମରେ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ, ୨୦୦୪ ମସିହାରେ, ସେ 'ରୋଡିଜ୍ 2'ରେ ଅଭିନୟ କରି ସଫଳ ହୋଇଥିଲେ । ନିଜର ଦମଦାର ଅଭିନୟ ଜରିଆରେ ତାଙ୍କର ସବୁବେଳେ ଫିଲ୍ମ ହିଟ୍ ହୁଏ । ତେବେ ତାହା ‘ବଧାଇ ହୋ’ ହେଉ କିମ୍ବା ‘ଅନ୍ଧାଧୁନ’ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିଛି ଏହି ଫିଲ୍ମ । ଖାଲି ଏତିକି ନୁହେଁ ତାଙ୍କୁ ‘ଅନ୍ଧାଧୁନ’ ଫିଲ୍ମ ପାଇଁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ସାରିଛନ୍ତି ଆୟୁଷ୍ମାନ । ଏ ବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ଆର୍କିକଲ 15’ରେ ମଧ୍ୟ ତାଙ୍କ ଅଭିନୟର ଖୁବ୍ ଚର୍ଚ୍ଚା ହୋଇଥିଲା । ନିକଟରେ ରିଲିଜ୍‌ ହୋଇଥିବା ‘ଡ୍ରିମଗାର୍ଲ 2’ ମଧ୍ୟ ବକ୍ସ ଅଫିସରେ ଧମାଲ ମଚାଉଛି।

ଡ୍ରିମ୍ ଗାର୍ଲ 2

ଡ୍ରିମ୍ ଗାର୍ଲ 2 ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ହେଉଛି ଡ୍ରିମ୍ ଗାର୍ଲର ସିକ୍ୱେଲ୍ ଯାହା 2019ରେ ରିଲିଜ ହୋଇଥିଲା। ଡ୍ରିମ୍‌ଗାର୍ଲ-2' 2019ରେ ରିଲିଜ ହୋଇଥିବା 'ଡ୍ରିମ୍‌ଗାର୍ଲ'ର ସିକ୍ବେଲ୍‌ ଅଟେ । ଚଳଚ୍ଚିତ୍ରର ପ୍ରଥମ ପାର୍ଟ ବକ୍ସ ଅଫିସରେ 200 କୋଟିରୁ ଅଧିକ ରୋଜଗାର କରିଥିଲା ​​। ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ନୁସରତ ଭରୁଚ୍ଚାଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ସହ ଅନନ୍ୟା ଏବଂ ଆୟୁଷ୍ମାନ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି । ଆୟୁଷ୍ମାନ, ଅନନ୍ୟାଙ୍କ ବ୍ୟତୀତ ପରେଶ ରାୱଲ, ବିଜୟ ରାଜ, ଅନ୍ନୁ କପୁର, ଅଭିଷେକ ବାନାର୍ଜୀ, ରାଜପାଲ ଯାଦବ, ମଞ୍ଜୋତ୍ ସିଂଙ୍କ ସହ ଅନେକ କଳାକାର ଡ୍ରିମ୍ ଗାର୍ଲ 2 ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜ ଶାଣ୍ଡିଲିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.