ETV Bharat / entertainment

Archana Puran Singh: ଲୁକ୍‌ ପାଇଁ ଅର୍ଚ୍ଚନାଙ୍କୁ ଟ୍ରୋଲିଂ, କଡ଼ା ଜବାବରେ ଫ୍ୟାନ୍ସଙ୍କ ପାଟି ଚୁପ୍‌

author img

By

Published : Jul 25, 2023, 11:27 AM IST

ଅର୍ଚ୍ଚନା ପୁରାଣ ସିଂ ନିକଟରେ ତାଙ୍କ ସ୍ୱାମୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ୟୁଜର୍ସ ତାଙ୍କ ଲୁକ୍‌କୁ ନେଇ ଟ୍ରୋଲ କରିଥିଲେ । ଟ୍ରୋଲ ପରେ ବର୍ତ୍ତମାନ ଅଭିନେତ୍ରୀ ଉଚିତ ଜବାବ ଦେଇଛନ୍ତି । ଅଧିକ ପଢନ୍ତୁ

ଲୁକ ପାଇଁ ଟ୍ରୋଲ ହେଲେ ଅର୍ଚ୍ଚନା, ଫ୍ୟାନ୍ସଙ୍କୁ ଦେଲେ ଉଚିତ ଜବାବ

ହାଇଦ୍ରାବାଦ: ବଲିଉଡର ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ଜଲୱା ଦେଖାଇବା ପରେ ଅର୍ଚ୍ଚନା ପୁରାଣ ଆଜିକାଲି 'ଦି କପିଲ ଶର୍ମା ଶୋ'ରେ ଜଜ ଭାବେ ନଜର ଆସିଛନ୍ତି । ଶୋ’ରେ ସମସ୍ତଙ୍କୁ ନିଜ ହସ ସହ ହସାଇ ଦେଇଥିବା ଅର୍ଚ୍ଚନା ପୁରାଣ ସିଂ ଏବେ ନିଜ ଲୁକ ପାଇଁ ଟ୍ରୋଲ ହୋଇଛନ୍ତି । ଟ୍ରୋଲ ପରେ ଅର୍ଚ୍ଚନା ଫ୍ୟାନ୍ସଙ୍କୁ ପ୍ରତିକ୍ରିୟା ଦେଇଛନ୍ତି ।

ଅର୍ଚ୍ଚନା ପୁରାଣ ସିଂ ନିଜ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାମୀ ତଥା ଅଭିନେତା ପରମିତ ସେଠୀଙ୍କ ସହ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ଅନେକ ଫ୍ୟା୍ନ୍ସ ଲାଇକ କରିବା ସହ ଅନେକ ମନ୍ତବ୍ୟ ଦେଇଥିଲେ । ଏହାସହ ଅନେକ ତାଙ୍କ ଲୁକ୍‌କୁ ନେଇ ଟ୍ରୋଲ ମଧ୍ୟ କରିଛନ୍ତି । ଜଣେ ଏହା ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି, "ମହିଳା କମ ପୁରୁଷ ଅଧିକ ଦେଖାଯାଉଛନ୍ତି ।" ସେହିପରି ଅନ୍ଯ ଜଣେ ଲେଖିଛନ୍ତି, "2ଜଣ ପୁରୁଷ ।" ତେବେ ଏଭଳି ପ୍ରତିକ୍ରିୟା ଦେଖି ଅର୍ଚ୍ଚନା ପ୍ରତିକ୍ରିୟାଶୀଳ ହୋଇଛନ୍ତି । ଏବଂ ଏନେଇ ବର୍ତ୍ତମାନ ସେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ।

ଏହି ମନ୍ତବ୍ୟର ଉତ୍ତର ଦେଇ ଅର୍ଚ୍ଚନା ଲେଖିଛନ୍ତି - "ତୁମେ ଏତେ କମ ବୟସରେ କେତେ ଖରାପ ଚିନ୍ତାଧାରା ରଖୁଛ । ଯଦି ତୁମେ ଟିକିଏ ପାଠ ପଢିଥାନ୍ତ, ତୁମେ ବୋଧହୁଏ ଜାଣିଥାନ୍ତ ଯେ, ତୁମଠାରୁ ବୟସ୍କ ବ୍ୟକ୍ତିଙ୍କ ସହ କିପରି କଥାବାର୍ତ୍ତା କରିବା ଦରକାର । ସର୍ବପ୍ରଥମେ ସମସ୍ତ ବୟସ, ଆକୃତି ଏବଂ ଆକାରର ମହିଳାଙ୍କୁ ସମ୍ମାନ ଦେବା ଶିଖ । ତୁମେ ନିଜେ କାହାକୁ ସମ୍ମାନ କରି ଜାଣିନାହଁ । ତେବେ କିପରି ତୁମକୁ ସମ୍ମାନ ମିଳିବ ।" ଏହା ପରେ ୟୁଜର୍ସ ତାଙ୍କ ମନ୍ତବ୍ୟକୁ ଡିଲିଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସିଦ୍ଧୁଙ୍କ ସିଟ ଛଡାଇ ନେବା ଉପରେ ଅର୍ଚ୍ଚନାଙ୍କ ବୟାନ

ସୂଚନା ଥାଉ କି, ସେୟାର ହୋଇଥିବା ଫଟୋଟି ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀଙ୍କ ସହ ସ୍ୱିଜରଲ୍ୟାଣ୍ଡରେ ଛୁଟି କାଟିବା ସମୟର । ଅର୍ଚ୍ଚନା ଏହି ଫଟୋ ସେୟାର କରି ଲେଖିଛନ୍ତି "ଗୁଗୁଲ ଆମକୁ ସ୍ମରଣ କରାଇଥାଏ ଯେ ଆମ ଜୀବନ କେତେ ସୁନ୍ଦର।" ଫଟୋରେ, ଅର୍ଚ୍ଚନା ବିନା ମେକଅପ୍ ଲୁକ୍‌ରେ ପରମିତଙ୍କ ସହ ସେଲଫି ନେଉଥିବାର ନଜର ଆସିଛନ୍ତି । 1992 ମସିହାରେ ଅର୍ଚ୍ଚନା ପୁରଣ ସିଂ ପରମିତ ସେଠୀଙ୍କ ସହ ବିବାହ କରିଥିଲେ । ଉଭୟ ମନ୍ଦିରରେ ଗୁପ୍ତ ଭାବେ ବିବାହ କରିଥିଲେ । ଯାହାକୁ ସେ ଅନେକ ବର୍ଷ ଧରି ସମସ୍ତଙ୍କଠାରୁ ଲୁଚାଇ ରଖିଥିଲେ । ବର୍ତ୍ତମାନ ଏହି ଦମ୍ପତିଙ୍କ ଦୁଇ ପୁଅ ଆର୍ଯ୍ୟମାନ ଏବଂ ଆୟୁଷ୍ମାନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.