ETV Bharat / entertainment

ସେଲ୍ସ ଟ୍ୟାକ୍ସ ମାମଲାରେ ଅନୁଷ୍କା ଶର୍ମାଙ୍କୁ ବମ୍ବେ ହାଇକୋର୍ଟଙ୍କ ଝଟ୍‌କା - ଅଭିନେତ୍ରୀ ଅନୁଷ୍କା ଶର୍ମା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବଢିଲା ଅଡୁଆ । ସେଲ୍ସ ଟ୍ୟାକ୍ସ ମାମଲାରେ ଅନୁଷ୍କାଙ୍କ ଆବେଦନକୁ ଖାରଜ କଲେ ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ

ଅନୁଷ୍କା ଶର୍ମାଙ୍କ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ

author img

By

Published : Mar 31, 2023, 12:40 PM IST

ମୁମ୍ବାଇ: ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ କୌଣସି ପରିଚୟ ଦରକାର ନାହିଁ । ନିଜ ଅଭିନୟ ପାଇଁ ସେ ଆଜି ଘରେ ଘରେ ବେଶ ପରିଚିତ । ଏହାରି ମଧ୍ୟରେ ଏବେ ଅନୁଷ୍କା ସେଲ୍ସ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ପୂର୍ବରୁ ଅନୁଷ୍କା ଶର୍ମା ଏହି ସେଲ୍ସ ଟ୍ୟାକ୍ସ ବିଭାଗ ଜାରି କରିଥିବା ନୋଟିସ ବିରୋଧରେ କୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି କରି ଅନୁଷ୍କାଙ୍କ ଆବେଦନକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ ।

ଅନୁଷ୍କା ଶର୍ମା ସେଲ୍ସ ଟ୍ୟାକ୍ସ ମାମଲା ସମ୍ପର୍କରେ ବମ୍ବେ ହାଇକୋର୍ଟରେ ଗୁରୁବାର ଶୁଣାଣି ହୋଇଥିଲା । ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଆବେଦନକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ । ଜଷ୍ଟିସ ନିତିନ ଜାମଦାର ଏବଂ ଜଷ୍ଟିସ ଅଭୟ ଅହୁଜାଙ୍କ ବେଞ୍ଚ ଅଭିନେତ୍ରୀଙ୍କ ଯୁକ୍ତିକୁ ଅନୁଚିତ ବୋଲି ଘୋଷଣା କରିଛନ୍ତି । ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ମଧ୍ୟସ୍ଥତା ପାଇଁ ସଂପୂର୍ଣ୍ଣ ବ୍ୟବସ୍ଥା ଅଛି, ତେବେ ସେମାନେ ସିଧାସଳଖ ହାଇକୋର୍ଟକୁ କାହିଁକି ଆସିଛନ୍ତି ? ଅନୁଷ୍କା ଶର୍ମାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି କୋର୍ଟ ତାଙ୍କୁ ଚାରି ସପ୍ତାହ ମଧ୍ୟରେ ଡେପୁଟି କମିଶନରଙ୍କ ନିକଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଥାଉ କି, ଅନୁଷ୍କା ଶର୍ମା 2012 ରୁ 2016 ମଧ୍ୟରେ ମହାରାଷ୍ଟ୍ର ଭାଲ୍ୟୁ ଆଡ୍ ଟ୍ୟାକ୍ସ ଆକ୍ଟ ଅନୁଯାୟୀ କୋର୍ଟରେ ଡେପୁଟି କମିଶନର ଅଫ୍ ସେଲ୍ସ ଟ୍ୟାକ୍ସର ଚାରୋଟି ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ । ଏହାର ଶୁଣାଣି କରି ଅଭିନେତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ସେଲ୍ସ ଟ୍ୟାକ୍ସ ବିଭାଗ ଅନୁଯାୟୀ, ପୁରସ୍କାର ସମାରୋହ କିମ୍ବା ଷ୍ଟେଜ୍ ସୋ’ରେ ତାଙ୍କ ପ୍ରଦର୍ଶନ ଉପରେ ଶର୍ମା କପିରାଇଟର ପ୍ରଥମ ମାଲିକ ଥିଲେ ଏବଂ ତେଣୁ ସେ ପ୍ରାପ୍ତ ଆୟ ଉପରେ ସେଲ୍ସ ଟ୍ୟାକ୍ସ ଦେବା ତାଙ୍କର ଦାୟିତ୍ବ ଅଟେ । ସେଲ୍ସ ଟ୍ୟାକ୍ସର ଯୁକ୍ତି ହେଲା ଯେ ସେମାନେ ଏହିପରି ଇଭେଣ୍ଟ ଗୁଡିକର ଆୟୋଜକଙ୍କୁ ଏକ ଶୁଳ୍କ ପାଇଁ କପିରାଇଟ୍ କରାନ୍ତି, ଯାହା ଏକ ବିକ୍ରୟ ସହିତ ସମାନ । ଏହି ନିୟମ ଅନୁଯାୟୀ ଯଦି କେହି ଆବେଦନ କରନ୍ତି, ତେବେ ତାଙ୍କୁ ସେଲ୍ସ ଟ୍ୟାକ୍ସ ଲାଗୁ ହୋଇଥିବା ଟ୍ୟାକ୍ସର 10 ପ୍ରତିଶତ ଜମା କରିବାକୁ ପଡିବ।

ଏଥି ସହିତ, ସୁଲତାନ ଅଭିନେତ୍ରୀ ଯୁକ୍ତି କରନ୍ତି ଯେ ଜଣେ ଅଭିନେତା ବା ଅଭିନେତ୍ରୀ ଯଦି ଫିଲ୍ମ, ବିଜ୍ଞାପନ କିମ୍ବା ଟିଭି ସୋରେ ଅଭିନୟ କରୁଥାଏ, ତେବେ ତାଙ୍କୁ ନିର୍ମାତା କୁହାଯାଇପାରିବ ନାହିଁ ଏବଂ ସେଥିପାଇଁ ସେ ତାହାର କପିରାଇଟ୍ ମାଲିକ ନୁହେଁ । ତେବେ ଏହି ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.