ETV Bharat / entertainment

ଆନିମଲର ଟ୍ରେଲର ରିଲିଜ, ଦମଦାର ଭୂମିକାରେ ରଣବୀର

author img

By ETV Bharat Odisha Team

Published : Nov 23, 2023, 5:39 PM IST

Animal Trailer: ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ତଥା ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଆନିମଲ'ର ଟ୍ରେଲର ଆଜି ରିଲିଜ ହୋଇଛି । ଟ୍ରେଲରଟି ବହୁତ ଦମଦାର ହୋଇଥିବା ବେଳେ ରଣବୀର କପୁରଙ୍କ ଭୟଙ୍କର ଚେହେରା ଫ୍ୟାନ୍ସଙ୍କୁ ଆକୃଷ୍ଟ କରିଛି । ଅଧିକ ପଢନ୍ତୁ

ରିଲିଜ ହେଲା ରଣବୀର କପୁରଙ୍କ ଫିଲ୍ମ ଆନିମଲର ଦମଦାର ଟ୍ରେଲର

ହାଇଦ୍ରାବାଦ: ରଣବୀର କପୁରଙ୍କ ଆଗାମୀ ଚଳଚ୍ଚିତ୍ର 'ଆନିମଲ' ହେଉଛି ୨୦୨୩ ବର୍ଷର ଏକ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର । ଏହି ଫିଲ୍ମଟି ଡିସେମ୍ବର ୧ ରେ ରିଲିଜ ହେବ । ପ୍ରଶଂସକମାନେ ଏହାର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତେବେ ଫିଲ୍ମ ରିଲିଜକୁ ଆଉ ମାତ୍ର କିଛି ଦିନ ଥିବା ବେଳେ ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ଟ୍ରେଲରଟି ଅତ୍ୟନ୍ତ ଦମଦାର ରହିଥିବା ବେଳେ ରଣବୀର କପୁରଙ୍କ ଲୁକ ଅତ୍ୟନ୍ତ ପ୍ରଭାବଶାଳୀ ରହିଛି ।

ଆନିମଲର ଟ୍ରେଲର ୩ ମିନିଟରୁ ଅଧିକ ସମୟର ଅଟେ । ଏଥିରେ ରଣବୀର କପୁରଙ୍କ ପିତା ଅନୀଲ କପୁରଙ୍କ ସହ ସମ୍ପର୍କ ଦେଖିବାକୁ ମିଳିଛି । ଏଥିସହ ଟ୍ରେଲରରେ ରଣବୀର କପୁରଙ୍କ ଆକ୍ସନ୍ ଝଲକ ଦେଖିବାକୁ ମିଳିଛି । ତେବେ ଆନିମଲର କାହାଣୀ ହେଉଛି ଏକ ପିତା ଏବଂ ପୁଅର କାହାଣୀ । ତାଙ୍କ ପୁଅ ଅର୍ଜୁନ ସିଂ (ରଣବୀର କପୁର) ବଲବୀର ସିଂ (ଅନିଲ କପୁର)ଙ୍କୁ ଅତ୍ୟଧିକ ଭଲପାଉଥିବା ଦେଖିବାକୁ ମିଳିଛି । ତେବେ ବଲବୀରଙ୍କ ତାଙ୍କ ପୁଅ ପ୍ରତି ସର୍ବଦା କ୍ରୋଧିତ ମନୋଭାବ ରହିଥାଏ । ତେବେ ଅର୍ଜୁନଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାଙ୍କ ପାଇଁ ବଲବୀର ସିଂ ଜଣେ ସୁପରହିରୋ ଅଟନ୍ତି । ଏହି ସମୟରେ, ଏପରି କିଛି ଘଟେ ଯେ ସେ ତାଙ୍କ ପତ୍ନୀ ଗୀତାଞ୍ଜଳି (ରଶ୍ମିକା ମନ୍ଦନା)ଙ୍କ ସହିତ ତାଙ୍କ ପରିବାର ଠାରୁ ଦୂରରେ ରହିବାକୁ ପଡେ ।

  • " class="align-text-top noRightClick twitterSection" data="">

ଏପରି ସମୟରେ ଦିନେ ଅର୍ଜୁନ ସିଂ ଖବର ମିଳେ ଯେ କେହି ତାଙ୍କ ପିତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହା ପରେ, ସେ କିଛି ଚିନ୍ତା ନକରି ସେ ଏକ ବଡ଼ ଏବଂ ବିପଦପୂର୍ଣ୍ଣ ଯୁଦ୍ଧ ପାଇଁ ଚାଲିଯାଆନ୍ତି । ଏହି ଯୁଦ୍ଧରେ ଅର୍ଜୁନ ସିଂ ଜଣେ ମଣିଷରୁ ଆନିମଲ(ପଶୁ)ରେ ପରିଣତ ହୁଅନ୍ତି । ବର୍ତ୍ତମାନ ତାଙ୍କ ଜୀବନର ଲକ୍ଷ୍ୟ ହେଉଛି ତାଙ୍କ ପିତାଙ୍କ ଆକ୍ରମଣକାରୀଙ୍କୁ ହତ୍ୟା କରିବା । କିନ୍ତୁ ସେପଟେ ତାଙ୍କର ଶତ୍ରୁ କୌଣସି କ୍ଷେତ୍ରରେ ଅର୍ଜୁନ ସିଂଙ୍କଠାରୁ କମ୍ ନୁହଁନ୍ତି । ତେବେ ଆଗକୁ କଣ ହୁଏ ତାହା ଫିଲ୍ମ ଦେଖିବା ପରେ ହିଁ ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ: ଆନିମଲରେ ରଣବୀରଙ୍କ ଭୂମିକା ଅର୍ଜୁନ ରେଡ୍ଡୀ, କବୀର ସିଂଙ୍କ ଭଳି, ଖୁଲାସା କଲେ ଅଭିନେତା

ସୂଚନା ଥାଉ କି, ଆନିମଲରେ ରଣବୀର କପୁରଙ୍କ 'ଆନିମଲ' ଡିସେମ୍ବର ୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା ନଜର ଆସିବେ । ସନ୍ଦୀପ ରେଡ୍ଡୀ ଭଙ୍ଗା ରେଡ୍ଡୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର, ରଶ୍ମିକାଙ୍କ ବ୍ୟତୀତ ଅନୀଲ କପୁର ଏବଂ ବବି ଦେଓଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ୫ଟି ଭାଷାରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଏବଂ ମାଲାୟାଲମରେ ମୁକ୍ତିଲାଭ କରିବ । ସେପଟେ ଏହି ଦିନ ବିକି କୌଶଲଙ୍କ ସାମ ବାହାଦୂର ବି ରିଲିଜ ହେବ । ତେବେ ଉଭୟ ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.