ETV Bharat / entertainment

ଥିଏଟରରେ 'ଆନିମଲ' ଧମାକା, ଭାରତୀୟ ବକ୍ସ ଅଫିସରେ ୧୦୦ କୋଟି ପାର୍ କଲା ଫିଲ୍ମ

author img

By ETV Bharat Odisha Team

Published : Dec 3, 2023, 12:01 PM IST

Animal Box Office Collection Day 2: ଲୋକଙ୍କୁ ମନ ଜିତୁଛି ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' । ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ ସହ ବମ୍ପର କଲେକ୍ସନ କରୁଛି ଫିଲ୍ମ । ଦ୍ୱିତୀୟ ଦିନ ଆୟରେ ବି ଏହା ଅନେକ ଚଳଚ୍ଚିତ୍ରକୁ ପଛରେ ପକାଇ ରେକର୍ଡ ଭାଙ୍ଗିଛି । ଅଧିକ ପଢନ୍ତୁ

ଥିଏଟରରେ 'ଆନିମଲ' ଧମାକା, ଭାରତୀୟ ବକ୍ସ ଅଫିସରେ ୧୦୦ କୋଟି ପାର୍ କଲା ଫିଲ୍ମ
ଥିଏଟରରେ 'ଆନିମଲ' ଧମାକା, ଭାରତୀୟ ବକ୍ସ ଅଫିସରେ ୧୦୦ କୋଟି ପାର୍ କଲା ଫିଲ୍ମ

ହାଇଦ୍ରାବାଦ: ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଆନିମଲ' ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ମାତ୍ରେ ବକ୍ସ ଅଫିସରେ ଧମାକା କରିଛି । ପ୍ରଥମ ଦିନରେ ଫିଲ୍ମ ୬୦ କୋଟିରୁ ଅଧିକ ଏବଂ ବିଶ୍ବରେ ୧୦୦କୋଟିରୁ ଅଧିକ ରୋଜଗାର ସହ ଭଲ ପ୍ରଦର୍ଶନ କରିଛି । ଏହିପରି ଏହା ରଣବୀର କପୁରଙ୍କ ଆଜି ପର୍ଯ୍ୟନ୍ତର ସର୍ବାଧିକ ଓପନିଂ ଫିଲ୍ମ ହୋଇପାରିଛି । ବର୍ତ୍ତମାନ ୨ୟ ଦିନରେ ମଧ୍ୟ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଥିବା ବେଳେ ଥିଏଟରରେ ଜମିଥିଲା ଭିଡ଼ । ଏହିପରି ଫିଲ୍ମ ଗତ ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ୧୦୦କୋଟି କ୍ଲବରେ ସାମିଲ ହୋଇ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି ।

ସପ୍ତାହ ଶେଷରେ, 'ଆନିମଲ' ଫିଲ୍ମ ପ୍ରଥମ ଦିନ ଅପେକ୍ଷା ଅଧିକ ବ୍ୟବସାୟ କରିଛି । ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ, 'ଆନିମଲ' ପ୍ରଥମ ଦିନରେ ୬୩.୮ କୋଟି ଟଙ୍କା ଆୟ କରିଥିବାବେଳେ ଦ୍ୱିତୀୟ ଦିନରେ ଏହା ୬୬ କୋଟି ଟଙ୍କା କଲେକ୍ସନ କରିଛି । ଏହା ସହିତ ଫିଲ୍ମ ଘରୋଇ ବକ୍ସ ଅଫିସରେ ମାତ୍ର ଦୁଇ ଦିନ ମଧ୍ୟରେ ୧୦୦ କୋଟି ଟଙ୍କା ପାର୍ କରିଛି ଏବଂ ଫିଲ୍ମର ମୋଟ କଲେକ୍ସନ ୧୨୯.୮୦ କୋଟିରେ ପହଞ୍ଚିଛି । ଏଥିସହ ଆନିମଲ ବକ୍ସ ଅଫିସରେ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି ।

'ଆନିମଲ' ବକ୍ସ ଅଫିସରେ ଶାହାରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ 'ଜବାନ'ର ରେକର୍ଡ ଭାଙ୍ଗିଛି । 'ଆନିମଲ' ଦ୍ୱିତୀୟ ଦିନରେ ୬୬ କୋଟି ଟଙ୍କା ଆୟ କରିଥିବାବେଳେ 'ଜବାନ୍' ଦ୍ୱିତୀୟ ଦିନରେ ମାତ୍ର ୫୩.୨୩ କୋଟି ଟଙ୍କା କଲେକ୍ସନ କରିଥିଲା । ଏହା ବ୍ୟତୀତ ସନ୍ନି ଦେଓଲଙ୍କ 'ଗଦର ୨' ୪୩.୦୮ କୋଟି ଟଙ୍କା କଲେକ୍ସନ କରିଥିବା ବେଳେ ସଲମାନ ଖାନଙ୍କ 'ଟାଇଗର 3' ୫୯.୨୫ କୋଟି ଆୟ କରିଥିଲା । ଏହି ଫିଲ୍ମ ଗୁଡିକ ତୁଳନାରେ 'ଆନିମଲ' ଦ୍ୱିତୀୟ ଦିନର କଲେକ୍ସନ ବହୁତ ଅଧିକ ରହିଛି ।

ଏହା ମଧ୍ୟ ପଢନ୍ତୁ: ଆନିମଲ ପାଇଁ ରଶ୍ମିକା ନଥିଲେ ପ୍ରଥମ ପସନ୍ଦ, ରଣବୀରଙ୍କ ବିପକ୍ଷରେ ନଜର ଆସିଥାନ୍ତେ ଏହି ଅଭିନେତ୍ରୀ

'ଆନିମଲ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା । ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ସୁରେଶ ଓବରୋଇ, ରଶ୍ମିକା ମନ୍ଦାନା, ଅନିଲ କପୁର, ଶକ୍ତି କପୁରଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ପ୍ରଥମ ଥର ପାଇଁ ଏହି ସମସ୍ତ ତାରକା ଏକାଠି ଏହି ଫିଲ୍ମରେ ଦେଖିବାକୁ ମିଳିଛି । ରଣବୀର କପୁର ଏବଂ ବବି ଦେଓଲଙ୍କ ଦମଦାର ଆକ୍ସନ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.