ETV Bharat / entertainment

ଖୁବଶୀଘ୍ର ସୁଟିଂ ସେଟକୁ ଫେରିବେ ଅମିତାଭ, ସୋସିଆଲ ମିଡ଼ିଆରେ ସ୍ବାସ୍ଥ୍ୟ ସମ୍ବନ୍ଧରେ ଦେଲେ ସୂଚନା

author img

By

Published : Mar 26, 2023, 7:03 AM IST

ବିଗ୍ ବିଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ସୁସ୍ଥ ହେବା ପରେ ଖୁବଶୀଘ୍ର ସୁଟିଂ ସେଟକୁ ଫେରିବେ ଅମିତାଭ ବଚ୍ଚନ । ଅଧିକ ପଢ଼ନ୍ତୁ

Amitabh Bachchan get back to work
ଖୁବଶୀଘ୍ର ସୁଟିଂ ସେଟକୁ ଫେରିବେ ଅମିତାଭ

ମୁମ୍ବାଇ: ଖୁବଶୀଘ୍ର ସୁଟିଂ ସେଟକୁ ଫେରିବେ ବିଗ୍‌ ବି ଅମିତାଭ ବଚ୍ଚନ । ତାଙ୍କର ସ୍ବାସ୍ଥ୍ୟରେ ସୁଧାର ଆସିଥିବାବେଳେ ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି । ଏହି ଦୃଷ୍ଟିରୁ ସେ ଫିଲ୍ମ ସୁଟିଂ ସେଟକୁ ଫେରିବେ ବୋଲି ସ୍ପଷ୍ଟ କରିଛନ୍ତି ଅମିତାଭ । ସୋସିଆଲ ମିଡ଼ିଆରେ ନିଜ ସ୍ବାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେଇ ସୁଟିଂକୁ ଫେରିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି । ଅମିତାଭ ବଚ୍ଚନ ନିଜ ସ୍ବାସ୍ଥ୍ୟ ସମ୍ବନ୍ଧରେ ବିବରଣୀ ଦେଇ ଲେଖିଛନ୍ତି, "ଶରୀରରେ ଅସ୍ବାଭାବିକତା ସତ୍ତ୍ବେ ସୁସ୍ଥ ହେବାକୁ ଚେଷ୍ଟା କରୁଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଫିଲ୍ମକୁ ପୁରା କରିବାକୁ ଉଦ୍ୟମ କରିବି । ମୋର ଏଭଳି ସମୟରେ ଆପଣଙ୍କମାନଙ୍କ ଠାରୁ ଭଲପାଇବା ଓ ପ୍ରାର୍ଥନା ପାଇଛି । ତେଣୁ ସଭିଙ୍କୁ ଧନ୍ୟବାଦ ଜଣାଉଛି ।"

ପ୍ରକାଶ ଥାଉକି, ହାଇଦ୍ରାବାଦରେ ଫିଲ୍ମ 'ପ୍ରୋଜେକ୍ସ କେ'ର ଆକ୍ସନ ସୁଟିଂ ବେଳେ ଅମିତାଭ ବଚ୍ଚନ ଆହତ ହୋଇଥିଲେ । ସେହି ସମୟରେ ସୂଚନା ମିଳିଥିଲା ଯେ, ତାଙ୍କ ଡାହାଣ ପଟ ମାଂସପେଶୀରେ ଆଘାତ ଲାଗିଥିଲା । ଯାହାଫଳରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତୁରନ୍ତ ତାଙ୍କୁ ହାଇଦ୍ରାବାଦସ୍ଥିତ ଏଆଇଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସିଟି ସ୍କାନ କରାଯାଇଥିଲା । ସେ ସୁସ୍ଥ ହେବା ପାଇଁ ପ୍ରାୟ ଦୁଇ ସପ୍ତାହ ଲାଗିବ ବୋଲି ଡାକ୍ତର ସୂଚନା ଦେଇଥିଲେ । ଡାକ୍ତରଙ୍କ ପରାମର୍ଶରେ ବିଶ୍ରାମ ନେବା ପାଇଁ ମୁମ୍ବାଇସ୍ଥିତ ତାଙ୍କ ବାସଭବନକୁ ଫେରିଥିଲେ । ତେଣୁ ଫିଲ୍ମ ସୁଟିଂକୁ ବାତିଲ କରାଯାଇ ଥିଲା । ତେବେ ଅମିତାଭ ବଚ୍ଚନ ଏହି ଫିଲ୍ମର ସୁଟିଂ ସମୟରେ ଅନେକ ଥର ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢ଼ନ୍ତୁ: ରେଡ କାର୍ପେଟରେ ରଣବୀରଙ୍କୁ ଅଣଦେଖା କଲେ ଦୀପିକା, ଏମିତି କହିଲେ ଫ୍ୟାନ୍ସ

ନାଗ ଅଶ୍ବିନୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ପ୍ରୋଜେକ୍ସ କେ' । ଏହି ଫିଲ୍ମରେ ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ପ୍ରଭାବ ଏବଂ ବଲିଉଡ କୁଇନ ଦୀପିକା ପାଦୁକୋନ ଏକାଠି ନଜର ଆସିବେ । ବିଗ୍ ବି ଅମିତାଭ ବଚ୍ଚନ ଏହି ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛନ୍ତି । ଫିଲ୍ମଟି ଆସନ୍ତା ୧୨ ଜାନୁୟାରୀ ୨୦୨୪ରେ ପରଦାରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି । ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଫିଲ୍ମକୁ ଶେଷ କରିବା ପାଇଁ ଅମିତାଭ ବଚ୍ଚନ ଶୀଘ୍ର ସୁଟିଂ ସେଟକୁ ଫେରିବାକୁ ଯାଉଛନ୍ତି ।

ଏହାମଧ୍ୟ ପଢନ୍ତୁ: ପରିଣୀତି ନୁହେଁ, ରାଜନୀତି ପ୍ରସଙ୍ଗରେ ପ୍ରଶ୍ନ କରନ୍ତୁ: ରାଘବ ଚଢା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.