ETV Bharat / entertainment

ହସ୍ପିଟାଲରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ

ସୁଟିଂ ସେଟ୍‌ରେ ଆହତ ହେଲେ ଅମିତାଭ ବଚ୍ଚନ । ତାଙ୍କ ବାମ ଗୋଡର ଶିରା କଟି ଯିବାରୁ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

author img

By

Published : Oct 23, 2022, 4:22 PM IST

ହସ୍ପିଟାଲରେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ

ମୁମ୍ବାଇ: ହସ୍ପିଟାଲରେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ । କୌନ ବନେଗା କରୋଡପତି ସୁଟିଂ ସମୟରେ ଅଭିନେତାଙ୍କ ବାମ ଗୋଡର ଶିରା କଟି ଯାଇଥିଲା । ଫଳରେ ଅମିତାଭଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅମିତାଭ ବଚ୍ଚନ ତାଙ୍କ ଅଫିସିଆଲ ବ୍ଲଗରେ ଏହି ସୂଚନା ଦେଇ କହିଛନ୍ତି । ସେ କହିଛନ୍ତି ଯେ, "ରକ୍ତସ୍ରାବକୁ ନିୟନ୍ତ୍ରଣ କରିବା ପାଇଁ ତାଙ୍କ ଗୋଡରେ ସିଲେଇ ହୋଇଛି ।"

ଅମିତାଭ ବଚ୍ଚନ ତାଙ୍କ ବ୍ଲଗରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି, "ମୋ ଜୋତାରେ ଥିବା ଏକ ଛୋଟ ଧାତୁ ଖଣ୍ଡ ମୋ ବାମ ଗୋଡରେ ଶିରା କାଟିଦେଇଛି । ଯେତେବେଳେ ପ୍ରଚୁର ରକ୍ତସ୍ରାବ ଆରମ୍ଭ ହେଲା, ଠିକ୍ ସମୟରେ କର୍ମଚାରୀ ଏବଂ ଡାକ୍ତରଙ୍କ ଏକ ଟିମ୍‌ ମୋତେ ସାହାଯ୍ୟ କରିଥିଲେ । ଠିକ୍ ସମୟରେ ଚିକିତ୍ସା ମିଳିବାରୁ, ମୁଁ ସୁସ୍ଥ ଅଛି, ଯଦିଓ ସେହି ସ୍ଥାନରେ ସିଲେଇ କରାଯାଇଛି ।"

ଅମିତାଭ ବଚ୍ଚନ ଆହୁରି କହିଛନ୍ତି କି, "ଡାକ୍ତରମାନେ ପାଦରେ ଅଧିକ ଚାପ ନପକାଇବାକୁ ତାଙ୍କୁ କହିଛନ୍ତି । ଚାଲିବା କିମ୍ବା ଟ୍ରାଡମିଲ ଉପରେ ମଧ୍ୟ ନଚାଲିବା ପାଇଁ ପରାମର୍ଶ ଦେଇଛନ୍ତି । ସେ ଆହୁରି ଲେଖିଛନ୍ତି, "ଡ଼ାକ୍ତରମାନେ ଠିଆ ନହେବା ପାଇଁ, ହଲିବା-ଝୁଲିବା, ଟ୍ରାଡମିଲରେ ଚାଲିବା, କ୍ଷତ ଉପରେ ଚାପ ନପକାଇବା ପାଇଁ କହିଛନ୍ତି । କିନ୍ତୁ ଏହି ସମୟ ଅଧିକ ଦିନ ରହିବ ନାହିଁ । ମାତ୍ର ଏଥିରୁ ବାହାରିବା ପାଇଁ କିଛି ସମୟ ଲାଗିଥାଏ । ତେଣୁ ଏଥିରୁ ବାହାରିବା ପାଇଁ ଭଗବାନ ମୋତେ ସାହାଯ୍ୟ କରନ୍ତୁ ।" ଶନିବାର ଦିନ ଅଭିନେତା 'କୌନ ବନେଗା କରୋଡପତି'ର ସେଟରୁ ଫଟୋ ସେୟାର କରିଥିଲେ ଯେଉଁଥିରେ ତାଙ୍କ ବାମ ଗୋଡରେ ପଟି ବନ୍ଧା ହୋଇଥିବା ନଜର ଆସିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.