ମୁମ୍ବାଇ: ବଲିଉଡ ଗଙ୍ଗୁବାଇ ଆଲିଆ ଭଟ୍ଟ ଆଜିକାଲି ତାଙ୍କ ଆଗାମୀ ଚଳଚ୍ଚିତ୍ର ରକି ଔର ରାନୀ କି ପ୍ରେମ କାହାନୀକୁ ନେଇ ଶିରୋନାମାରେ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଆଲିଆ ଭଟ୍ଟ ତାଙ୍କ ମା' ସୋନି ରଜଦାନ ଏବଂ ଭଉଣୀ ସାହିନ୍ ଭଟ୍ଟଙ୍କ ସହ ମୁମ୍ବାଇରେ ରାତ୍ରୀ ଭୋଜନ ସମୟରେ ନଜର ଆସିଥିଲେ । ରେଷ୍ଟୁରାଣ୍ଟରୁ ବାହାରିବା ପରେ ପ୍ୟାପଙ୍କୁ ଆଲିଆ ଭଟ୍ଟ ପୋଜ ଦେଇଥିଲେ । ଏବଂ କାର ନିକଟରେ ପଡିଥିବା ଏକ ଚପଲ ଉଠାଇ କାହାର ବୋଲି ପଚାରି ତାଙ୍କୁ ଦେଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଆଲିଆଙ୍କ ଏହି ଭିଡିଓ ଭାଇରାଲ ହେବା ମାତ୍ରେ ଅନେକ ୟୁଜର୍ସ ଏହାକୁ ଲାଇକ କରିବା ସହ ଆଲିଆଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏବଂ ଅନେକ ୟୁଜର୍ସ ଏହାକୁ ନେଇ ଆଲିଆଙ୍କୁ ଟ୍ରୋଲ କରିଛନ୍ତି। ଜଣେ ଲେଖିଛନ୍ତି, 'ଆଲିଆଙ୍କ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ ଆସୁଛି ଏବଂ ଏହି ଅଭିନୟ କ୍ୟାମେରା ଆଗରେ କରାଯାଉଛି '। ଅନ୍ୟ ଜଣେ ଲେଖିଛନ୍ତି, 'ୱା! କି ଅଭିନୟ, ପାପର ଚପଲ ହଜିଯାଇଛି, ସେ ତାକୁ ଖୋଜୁବି ନାହାଁନ୍ତି ଏବଂ ଆଲିଆ ଆସି ତାଙ୍କୁ ଚପଲ ଦିଅନ୍ତି, ସ୍କ୍ରିପ୍ଟ ଭଲ'। ଅନ୍ୟ ଜଣେ ଲେଖିଛନ୍ତି, ଏହା ଅଧିକ ହୋଇଗଲା । ଆଉ ଜଣେ ଲେଖିଛନ୍ତି, "ଚପଲକୁ ସବୁଦିନ ପାଇଁ ଫ୍ରେମ କରି ରଖିଦିଅ।"
ସୂଚନା ଥାଉ କି, ବୁଧବାର ଦିନ ଆଲିଆ ଭଟ୍ଟ ନୂଆଦିଲ୍ଲୀରେ ଆମାଜନ ପ୍ରାଇମ ଭିଡିଓ ସିରିଜ 'ମିଶନ ଷ୍ଟାର୍ଟ ଏବ'ର ଶୁଭାରମ୍ଭରେ ଯୋଗ ଦେଇଥିଲେ । ତାଙ୍କ ବ୍ରାଣ୍ଡ ଏଡ୍-ଏ-ମାମା ବିଷୟରେ କଥାବାର୍ତ୍ତା କରି ଅଭିନେତ୍ରୀ ଗର୍ଭାବସ୍ଥାରେ ତାଙ୍କ ଶୈଳୀକୁ ନେଇ ଆଲୋଚନା କରି କହିଥିଲେ, 'ମୁଁ 2022 ମସିହାରେ ଏକ ଶିଶୁ ଆଶା କରୁଥିଲି, ଏବଂ ମୁଁ ମୋ ଆଲମାରୀରେ ଦେଖିଲି ମୋ ପାଇଁ କିଛି ପୋଷାକ ନଥିଲା। । ମୁଁ ଏହା ଭାବି ବିଚଳିତ ହୋଇପଡିଥିଲା, ଆଗାମୀ କିଛି ମାସ ମଧ୍ୟରେ ମୋ ଶରୀର କ’ଣ ହେବ । ତା’ପରେ, ମୁଁ ମୋର ଆଲମାରୀରେ ପରିବର୍ତ୍ତନ ଆଣିବା ଆରମ୍ଭ କଲି । ତା’ପରେ ମୁଁ ଆଡ୍-ଇ-ମାମା ପାଇଲି।'
ଏହା ମଧ୍ୟ ପଢନ୍ତୁ: ଆଲିଆ ଏବଂ ରଣଭୀରଙ୍କ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ'ର ଟ୍ରେଲର ରିଲିଜ
ସେପଟେ ଆଲିଆଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ,ଆଲିଆଙ୍କୁ ଆଗାମୀ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ'ରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଆଲିଆଙ୍କ ସହ ରଣଭୀର ସିଂ ନଜର ଆସିବେ । ଗଲିବୟ ପରେ ଉଭୟ ଯୋଡି ପୁଣି ଏହି ଫିଲ୍ମ ସହ ସ୍କ୍ରିନ ସେୟାର କରିବେ । ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ବ୍ୟତୀତ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର, ଜୟା ବଚ୍ଚନ ଏବଂ ଶବାନା ଆଜମୀ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଏହି ଚଳଚ୍ଚିତ୍ର ହିନ୍ଦୀ ସିନେମାର ପ୍ରଥମ ଚଳଚ୍ଚିତ୍ର, ଯାହା ଦିଲ୍ଲୀ ଏବଂ କାଶ୍ମୀର ସମେତ ଦେଶର ଅଧିକାଂଶ ସହରରେ ସୁଟିଂ କରାଯାଇଛି । ଫିଲ୍ମଟି ଜୁଲାଇ 28ରେ ସିନେମାହଲରେ ରିଲିଜ କରିବ ।