ହାଇଦ୍ରାବାଦ: ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ଜୋର ଧରିଛି ଚର୍ଚ୍ଚା । ଗୋଟେ ପଟେ କପୁର ଏବଂ ଭଟ୍ଟ ପରିବାରରେ ବିବାହର ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ଅନ୍ୟ ପଟେ ବିବାହ ତାରିଖ ବାରମ୍ବାର ପରିବର୍ତ୍ତନ କରାଯାଉଛି । ଶୀଘ୍ର ବିବାହର କାରଣ ହେଉଛି ଆଲିଆ ଭଟ୍ଟଙ୍କ ଅସୁସ୍ଥ ଜେଜେମାଆ, ଯିଏ ଆଲିଆଙ୍କ ବିବାହ ଦେଖିବାକୁ ଚାହାଁନ୍ତି । ପ୍ରକାଶ ହୋଇଥିଲା ଯେ, ଏହି ଲଭବାର୍ଡଙ୍କ ବିବାହ ଉତ୍ସବ ଚାରି ଦିନ ପର୍ଯ୍ୟନ୍ତ ଚାଲିବ ଏବଂ ଏପ୍ରିଲ୍ 17ରେ ଦୁହେଁ ଚିରଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହେବେ । ବର୍ତ୍ତମାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିବାହର ତାରିଖ ପରିବର୍ତ୍ତନ କରାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିବାହ ଚେମ୍ବୁର ସ୍ଥିତ ଆର.କେ ଷ୍ଟୁଡିଓରେ ହେବ । ରଣବୀରଙ୍କ ପିତାମାତା ଏହି ଷ୍ଟୁଡିଓରେ ବିବାହ କରିଥିଲେ । କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ ଏହି ଦମ୍ପତି ସେମାନଙ୍କ ଯୋଜନା ବଦଳାଇଛନ୍ତି। 13 ଏପ୍ରିଲରେ ମେହେନ୍ଦୀ ସେରେମନି ରଖାଯାଇଛି ଏବଂ ଏହି ବିବାହ 17 ଏପ୍ରିଲ ପରିବର୍ତ୍ତେ ଦୁଇ ଦିନ ପୂର୍ବରୁ ଅର୍ଥାତ 15 ଏପ୍ରିଲରେ ହେବ ।
ପଞ୍ଜାବୀ ରୀତିନୀତି ଅନୁଯାୟୀ ଏହି ବିବାହ ହେବ । ଏପ୍ରିଲ୍ 15 ତାରିଖ ରାତି 2 ଟାରୁ 4 ଟା ମଧ୍ୟରେ ଏହି ଦମ୍ପତି ସାତ ଫେରା ନେବେ । ଏପ୍ରିଲ 16 ସକାଳେ ଦମ୍ପତି ବରମାଳା ପରେ ଗଣମାଧ୍ୟମ ସମ୍ମୁଖକୁ ଆସିବେ ।
ବରମାଳା ପାଇଁ ଏପ୍ରିଲ୍ 16 କାହିଁକି ବଛାଗଲା ?
16 ତାରିଖ ବାଛିବା ପଛରେ କାରଣ, ଦିବଂଗତ ଅଭିନେତା ଋଷି କପୁର, ନୀତି କପୁର ଏବଂ ରଣବୀର କପୁରଙ୍କ ଲକି ନମ୍ବର 8 । ଏଭଳି ପରିସ୍ଥିତିରେ, ଏପ୍ରିଲ୍ 15ର ରାତିରେ (ଏପ୍ରିଲ୍ 16 ର ସକାଳେ) ରଣବୀର-ଆଲିଆ ସାତ ଫେରା ନେବେ । 16 (ତାରିଖ) - 4 (ମାସ) + 2022 (ବର୍ଷ) = 2042, ତେଣୁ ଯେତେବେଳେ 2042 ଯୋଡାଯାଏ, ସମୁଦାୟ ସଂଖ୍ୟା ହେଉଛି 2 + 0 + 4 + 2 = 8, ଯାହାକି ରଣବୀରଙ୍କ ଲକି ସଂଖ୍ୟା ।
ବିବାହ ଉତ୍ସବର ତାରିଖ
ବର୍ତ୍ତମାନ କୁହାଯାଉଛି ଯେ ଆଲିଆ-ରଣବୀରଙ୍କ ବିବାହ ଉତ୍ସବ ଏପ୍ରିଲ 13 ରୁ ଆରମ୍ଭ ହେବ ଏବଂ ଏହି ଦମ୍ପତି 15 ଏପ୍ରିଲରେ ବିବାହ କରିବେ।
ମେହେନ୍ଦୀ ସମାରୋହ- 13 ଏପ୍ରିଲ
ହଳଦି ଏବଂ ସଂଗୀତ ସମାରୋହ-14 ଏପ୍ରିଲ
ବିବାହ-15 ଏପ୍ରିଲ
ଏହି ବିବାହ ଆର.କେ ଷ୍ଟୁଡିଓରେ ହେବ, କିନ୍ତୁ ବିବାହର ତାରିଖ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ ।
ଏହା ବି ପଢନ୍ତୁ: ଏପ୍ରିଲ 17ରେ ଲଭବାର୍ଡଙ୍କ ପଡିବ ହାତଗଣ୍ଠି, ଜାଣନ୍ତୁ ଓ୍ବେଡିଂ ଭେନ୍ୟୁ
ଆଲିଆ-ରଣବୀରଙ୍କ ବିବାହ ଅତିଥି
ବଲିଉଡର ବିଗ ୱେଡିଂରେ ସମ୍ପର୍କୀୟମାନଙ୍କ ମଧ୍ୟରେ କରୀନା କପୁର ଖାନ, ସୈଫ ଅଲି ଖାନ, କରିସ୍ମା କପୁର ଏବଂ କପୁର ପରିବାର, ଘନିଷ୍ଠ ବନ୍ଧୁମାନେ ଫିଲ୍ମ 'ବ୍ରହ୍ମାସ୍ତ୍ର' ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ, କରଣ ଜୋହର ଏବଂ ଅନ୍ୟ ବ୍ୟକ୍ତି ଅନ୍ତର୍ଭୁକ୍ତ ରହିବେ। ଏଥିସହିତ ବଲିଉଡର ସେଲିବ୍ରିଟିମାନଙ୍କ ଅତିଥି ତାଲିକାରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ନାମ ସ୍ଥାନ ପାଇଛି, କିନ୍ତୁ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇପାରି ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ