ETV Bharat / entertainment

Adipurush Collection Day 6: ଚାଲୁନି ପ୍ରଭାସ କ୍ରିତିଙ୍କ ଯାଦୁ, ଷଷ୍ଠ ଦିନରେ 7.50 କୋଟି ଆୟ

author img

By

Published : Jun 22, 2023, 11:57 AM IST

ବକ୍ସ ଅଫିସରେ ଆଉ ଚାଲୁନି ଆଦିପୁରୁଷର ଯାଦୁ । ଫିଲ୍ମକୁ ନେଇ ହେଉଥିବା ବିବାଦର ପ୍ରଭାବ ଏବେ ଫିଲ୍ମର ଆୟ ଉପରେ ପଡୁଛି । ଏକ ସପ୍ତାହ ମଧ୍ୟରେ ଆୟରେ ବ୍ରେକ୍‌ ଲାଗିଲାଣି । ଅଧିକ ପଢନ୍ତୁ

ଚାଲୁନି ପ୍ରଭାସ କ୍ରିତିଙ୍କ ଯାଦୁ, ଷଷ୍ଠ ଦିନରେ 7.50 କୋଟି କଲା ଆୟ

ହାଇଦ୍ରାବାଦ: ସାରା ଦେଶରେ ବିରୋଧର ସମ୍ମୁଖୀନ ହେଉଥିବା ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ଆଦିପୁରୁଷ ବକ୍ସ ଅଫିସରେ ଆଉ ଜଲୱା ଦେଖାଇପାରୁନି । ଫିଲ୍ମ ଏବେ ଲୋକଙ୍କୁ ଆକୃଷ୍ଟ କରିବାରେ ମଧ୍ୟ ବିଫଳ ହେଉଛି । ରାମାୟଣକୁ ନେଇ ଏଭଳି ଭୁଲ ଲୋଙ୍କ ମନକୁ ଆଘାତ ଦେଇଥିବା ଦର୍ଶାଇ ବିଭିନ୍ନ ସ୍ଥାନରେ ଫିଲ୍ମକୁ ବିରୋଧ କରାଯାଉଛି । ଯାହାର ପ୍ରଭାବ ଫିଲ୍ମର ରୋଜଗାର ଉପରେ ପଡ଼ିଛି । ଷଷ୍ଠ ଦିନରେ ଫିଲ୍ମ ମାତ୍ର 7.50 କୋଟି ଟଙ୍କା ସଂଗ୍ରହ କରି ପାରିଛି । ଏଭଳି ପରିସ୍ଥିତିରେ ନିର୍ମାତାଙ୍କୁ ଫିଲ୍ମ ଟିକେଟ ମୂଲ୍ୟକୁ ଅଧା ହ୍ରାସ କରିବାକୁ ପଡିଛି ।

500 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ସାରା ବିଶ୍ବରେ 395 କୋଟିରୁ ଅଧିକ ବ୍ୟବସାୟ କରିଛି । ତେବେ ବିବାଦ ଯୋଗୁଁ ଦିନକୁ ଦିନ ଫିଲ୍ମର ଆୟ କମିବାରେ ଲାଗିଛି । ବର୍ତ୍ତମାନ ଫିଲ୍ମଟି ଏହାର ରିଲିଜର ସପ୍ତମ ଦିନ ଚାଲିଛି ଏବଂ ଷଷ୍ଠ ଦିନରେ ଆଦିପୁରୁଷ ମାତ୍ର 7.50 କୋଟି ଟଙ୍କା ଆୟ କରିଛି । ତେବେ ଫିଲ୍ମ ଭାରତରେ ମୋଟ 255.30କୋଟି ଆୟ କରିଛି । ସେପଟେ ଫିଲ୍ମ କ୍ରେଜ୍‌ କମିବା ନେଇ ନିର୍ମାତା ଫିଲ୍ମର ଟିକେଟର ଦାମ କମାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ଟିକେଟର ଦାମ କମାଇ 150 ଟଙ୍କାରେ ବ୍ରିକି କରାଯାଉଛି। ଯାହା କେବଳ ଜୁନ୍ 22 ଏବଂ 23 ପାଇଁ ଉପଲବ୍ଧ ।

ସୂଚନା ଥାଉ କି, ବିବାଦୀୟ ଚଳଚ୍ଚିତ୍ର 'ଆଦିପୁରୁଷ'ର ଅନ୍ୟ କଳାକାରଙ୍କ ସହ ରାମ, ସୀତା, ଲକ୍ଷ୍ମଣ ଏବଂ ରାବଣଙ୍କ ସଂଳାପ, ଗ୍ରାଫିକ୍ସ, ଲୁକକୁ ସାରା ଦେଶରେ ବିରୋଧ କରାଯିବା ସହ ନିର୍ମାତା ଏବଂ ଡାଇଲଗ ରାଇଟରଙ୍କୁ କଡ଼ା ସମାଲୋଚନା କରାଯାଇଛି । ଫିଲ୍ମଟି ଦେଶବାସୀଙ୍କ ଧାର୍ମିକ ବିଶ୍ୱାସକୁ ଆଘାତ ଦେଇଛି । ଏଭଳି ପରିସ୍ଥିତିରେ ଦେଶବ୍ୟାପୀ ଆକ୍ରୋଶ ପରେ ଫିଲ୍ମର ସଂଳାପ ବଦଳାଯାଇଛି । ଚଳଚ୍ଚିତ୍ରର ସବୁଠାରୁ ବିବାଦୀୟ ସଂଳାପ 'ତେଲ ତେରେ ବାପ କା, କପଡ଼ା ତେରେ ବାପ କା, ଆଗ ଭି ତେରେ ବାପ କି ଔର ଜଲେଗି ଭୀ ତେରେ ବାପ କି' ପରିବର୍ତ୍ତନ କରାଯାଇଛି । ଏବଂ ସଂଳାପ ପରିବର୍ତ୍ତନ କରି ଏପରି ଉପସ୍ଥାପିତ ହୋଇଛି, 'କପଡା ତେରୀ ଲଙ୍କା କା, ତେଲ ତେରୀ ଲଙ୍କା କା, ଆଗ ଭୀ ତେରେ ଲଙ୍କା କି ଔର ଜଲେଗି ଭି ତେରେ ଲଙ୍କା ହି ।' ତଥାପି ବିବାଦ ଥମିବାର ନାଁ ନେଉନି। ଏହାରି ମଧ୍ୟରେ ଫିଲ୍ମକୁ ନେଇ ନିର୍ମାତାଙ୍କ ପ୍ରୟାସ ଦର୍ଶକଙ୍କ ଉପରେ କେତେ ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.