ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ଅଭିନେତା ଆମୀର ଖାନ ତାଙ୍କ ନୂଆ ପ୍ରୋଜେକ୍ଟ ପାଇଁ ଚର୍ଚ୍ଚାରେ ରହିଛନ୍ତି । ନିକଟରେ କିଛି ଚଳଚ୍ଚିତ୍ରର ପ୍ରଡକ୍ସନ୍ ଘୋଷଣା କରିଥିଲେ ଅଭିନେତା । ଏହାରି ମଧ୍ୟରେ ବର୍ତ୍ତମାନ ଆମୀରଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଅଭିନେତା ମୁମ୍ବାଇ ଛାଡି ଚେନ୍ନାଇକୁ ସିପ୍ଟ ହୋଇଛନ୍ତି । ତେବେ ଅଭିନେତାଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ପରିବାରରେ ଆମୀର ଖାନ ତାଙ୍କ ମା' ଜୀନତ ହୁସେନ୍ଙ୍କ ନିକଟତର ଅଟନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ଅଭିନେତାଙ୍କ ମା' ଅସୁସ୍ଥ ହୋଇ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେ ବର୍ତ୍ତମାନ ଚେନ୍ନାଇର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏଭଳି ପରିସ୍ଥିତିରେ ଆମୀର ଖାନ ତାଙ୍କ ମା'ଙ୍କ ସହ ରହିବାକୁ ଚାହାଁନ୍ତି । ଏଣୁ ଅଭିନେତା ଦୁଇ ମାସ ପାଇଁ ମୁମ୍ବାଇରୁ ଚେନ୍ନାଇକୁ ସ୍ଥାନାନ୍ତର ହୋଇଛନ୍ତି ।
ଆମୀର ଖାନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ନିକଟରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ସୀତାର ଜମିନ୍ ପର ଘୋଷଣା କରିଥିଲେ । ଏକ ମିଡିଆ କନକ୍ଲେଭ ସମୟରେ ଅଭିନେତା କହିଥିଲେ ଯେ, ଖୁବଶୀଘ୍ର ସେ ତାଙ୍କ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବାକୁ ଆସୁଛି । ଆମୀର କହିଛନ୍ତି ଯେ 'ମୁଁ ମୋର ଆଗାମୀ ଚଳଚ୍ଚିତ୍ର ବିଷୟରେ ଏପର୍ଯ୍ୟନ୍ତ ସର୍ବସାଧାରଣରେ ଆଲୋଚନା କରି ନାହିଁ । ବର୍ତ୍ତମାନ ମୁଁ କେବଳ ଫିଲ୍ମର ନାମ କହିପାରେ । ଫିଲ୍ମର ନାମ ହେଉଛି 'ସୀତାରେ ଜମିନ୍ ପର' । ଏହି ଚଳଚ୍ଚିତ୍ରଟି ମୋର ପୁରୁଣା ଚଳଚ୍ଚିତ୍ର 'ତାରେ ଜମିନ୍ ପର' ସହ ସାମାନ୍ୟ ସମାନ ।
ସୂଚନା ଥାଉ କି, 'ସୀତାରେ ଜମିନ୍ ପର'ରେ 9 ପିଲାଙ୍କ କାହାଣୀ ଦେଖାଯିବ, ଯାହାଙ୍କ ଅନେକ ସମସ୍ୟା ଅଛି । ଏ ବିଷୟରେ ଆଲୋଚନା କରି ଆମୀର ଦାବି କରିଛନ୍ତି ଯେ ଆପଣ ଫିଲ୍ମ ଦେଖିବା ପରେ ବହୁତ ହସିବେ । ଆମୀରଙ୍କ ଏହି ଫିଲ୍ମ ଆସନ୍ତା ବର୍ଷ 2024ରେ ମୁକ୍ତିଲାଭ କରିବ । ଚଳଚ୍ଚିତ୍ର ଘୋଷଣା ହେବା ଦିନ ଠାରୁ ପ୍ରଶଂସକମାନେ ବେଶ ଉତ୍ସାହିତ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବଲିଉଡରେ ଆମୀର ଖାନଙ୍କ କମ୍ବ୍ୟାକ୍, ଚରିତ୍ରକୁ ନେଇ କଲେ ବଡ଼ ଖୁଲାସା
ସେପଟେ ଜାନୁଆରୀ 3ରେ ଆମୀରଙ୍କ ଝିଅ ଇରା ତାଙ୍କ ପ୍ରେମିକ ନୁପୁର ଶିଖରଙ୍କୁ ବିବାହ କରିବେ । ନିକଟରେ ଆମୀର ଉଭୟଙ୍କ ବିବାହ ତାରିଖ ଘୋଷଣା କରିଥିଲେ । ଇରା ଏବଂ ନୁପୁର ଚଳିତ ବର୍ଷ ପ୍ରାରମ୍ଭରେ ନିର୍ବନ୍ଧ କରିଥିଲେ । ସେମାନେ ପରିବାର ଏବଂ ବନ୍ଧୁ ପରିଜନଙ୍କ ପାଇଁ ଏକ ପାର୍ଟିର ଆୟୋଜନ ମଧ୍ୟ କରିଥିଲେ । ପୂର୍ବରୁ ଗୁଜବ ଥିଲା ଯେ ଇରା ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ କରିବେ । କିନ୍ତୁ ରିପୋର୍ଟ ଅନୁଯାୟୀ, ଆମୀର ବର୍ତ୍ତମାନ ନିଶ୍ଚିତ କରିଛନ୍ତି ଯେ, ସେ 2024 ଆରମ୍ଭରେ ତାଙ୍କ ଝିଅର ବିବାହ କରୁଛନ୍ତି ।