ETV Bharat / entertainment

Oscar Award 2023: କିଏ କେଉଁ ବର୍ଗରେ ପାଇଲେ ଓସ୍କାର, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

author img

By

Published : Mar 13, 2023, 1:14 PM IST

95 ତମ ଓସ୍କାର ଆୱାର୍ଡ 2023: କିଏ କେଉଁ ବର୍ଗ ପାଇଁ ହାତେଇଲା ଓସ୍କାର ପୁରସ୍କାର ? ଜାଣନ୍ତୁ

ଓସ୍କାର ପାଇଲେ 23ବର୍ଗର ବିଜେତା
ଓସ୍କାର ପାଇଲେ 23ବର୍ଗର ବିଜେତା

ହାଇଦ୍ରାବାଦ: ସରିଛି ଅପେକ୍ଷା । ଘୋଷଣା ହୋଇଛି ଓସ୍କାର ଆୱାର୍ଡ । ୯୫ତମ ଓସ୍କାର ପୁରସ୍କାର ହାତେଇଛନ୍ତି 23ବର୍ଗର ବିଜେତା । ଆମେରିକାର ଲସ୍‌ ଆଞ୍ଜେଲସ ସ୍ଥିତ ଡୋଲବୀ ଥିଏଟରରେ ଆୟେଜିତ ୯୫ ତମ ଓସ୍କାର ପୁରସ୍କାର ସମାରୋହରେ ସମସ୍ତ ବିଜେତାଙ୍କୁ ପୁରସ୍କୃତ କରାଯାଇଛି । ଏହାରି ମଧ୍ୟରେ ଭାରତ ଦୁଇଟି ଓସ୍କାର ପୁରସ୍କାର ଜିତି ଇତିହାସ ରଚିଛି । ଭାରତୀୟ ଡକ୍ୟୁମେଣ୍ଟାରୀ ଏଲିଫ୍ୟାଣ୍ଟ ହୁଇସପରର୍ସକୁ ଓସ୍କାର ଆୱାର୍ଡ ମିଳିଥିବା ବେଳେ ଦ୍ୱିତୀୟଟି ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ 'RRR'ର ଗୀତ ନାଟୁ ନାଟୁକୁ ମିଳିଛି । ଏଥିସହ ବଲିଉଡ ମସ୍ତାନୀ ଦୀପିକା ପାଦୁକୋନ ମଧ୍ୟ ଓସ୍କାର ପୁରସ୍କାରରେ ଉପସ୍ଥାପିକା ଭାବେ ଯୋଗ ଦେଇ ଦେଶ ପାଇଁ ଗୌରବ ଆଣିଛନ୍ତି ।

‘Everything Everywhere All at Once' ଫିଲ୍ମ 7ଟି ବର୍ଗ ପାଇଁ ଓସ୍କାର ଆୱାର୍ଡ ହାସଲ କରିଛି । ଶ୍ରେଷ୍ଠ ସହ ଭୂମିକା ଅଭିନେତା ଭାବେ କେ ହୁଇ କୁଆନଙ୍କୁ, ଶ୍ରେଷ୍ଠ ଫଟୋ ପାଇଁ ଡାନିଏଲ କ୍ବାନ, ଡାନିଏଲ ସ୍କେନର୍ଟ ଏବଂ ଜୋନାଥନ ୱାଙ୍ଗ, ପ୍ରଡ୍ୟୁସରଙ୍କୁ , ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମିକାଲେ ୟୋହ, ଶ୍ରେଷ୍ଠ ସହ ଭୂମିକା ଅଭିନେତ୍ରୀ ଭାବେ ଜାମଲି କ୍ୟୁଟିସ, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଡାନିଏଲ କ୍ବାନ, ଡାନିଏଲ ସ୍କେନର୍ଟଙ୍କୁ, ଶ୍ରେଷ୍ଠ ଫିଲ୍ମ ଏଡିଟିଂ ପାଇଁ ପୋଲ ରୋର୍ଗେସ, ଶ୍ରେଷ୍ଠ ଲେଖା ପାଇଁ ନିର୍ଦ୍ଦେଶକ ଡାନିଏଲ କ୍ବାନ, ଡାନିଏଲ ସ୍କେନର୍ଟଙ୍କୁ ମିଳିଲା ଓସ୍କାର ।

ସେହିପରି ଶ୍ରେଷ୍ଠ ଅଭିନେତା ଭାବେଦା ୱେଲ' ଫିଲ୍ମ ପାଇଁ ବ୍ରେଣ୍ଡାନ୍ ଫ୍ରେଜରଙ୍କୁ ମିଳିଛି ଓସ୍କାର । ଶ୍ରେଷ୍ଠ ଆନିମେଟେଡ୍ ଫିଚର୍ ଫିଲ୍ମ ଭାବେ`Pinocchio' ଫିଲ୍ମ ଗୁଏଲର୍ମୋ ଡେଲ ଟୋରୋ, ମାର୍କ ଗୁସ୍ତାଫସନ, ଗ୍ୟାରି ଅଙ୍ଗର ଏବଂ ଆଲେକ୍ସ ବଲ୍କଲିଙ୍କୁ ମିଳିଛି ଓସ୍କାର। `All Quiet on the Western Front'ଫିଲ୍ମ 4ଟି ବର୍ଗରେ ହାତେଇଛି ପୁରସ୍କାର । ଶ୍ରେଷ୍ଠ ସିନେମାଟୋଗ୍ରାଫି ଭାବେ ଜେମ୍ସ ଫ୍ରେଣ୍ଡ ଓସ୍କାର ପୁରସ୍କାର ପାଇଥିବା ବେଳେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ଭାବେ ଫିଲ୍ମ ପାଇଛି ଓସ୍କାର । ଶ୍ରେଷ୍ଠ ମ୍ୟୁଜିକ ପାଇଁ ଭୋଲ୍କର ବର୍ଟେଲମ୍ୟାନଙ୍କୁ ମଧ୍ୟ ମିଳିଛି ପୁରସ୍କାର । ଶ୍ରେଷ୍ଠ ପ୍ରଡକ୍ଟ ଡିଜାଇନ ପାଇଁ ମଧ୍ୟ ଖ୍ରୀଷ୍ଟିଆନ ଏମ୍ ଗୋଲ୍ଡବେକ ଏବଂ ସେଟ୍ ସାଜସଜ୍ଜା ପାଇଁ ଏର୍ନେଷ୍ଟାଇନ୍ ହିପରଙ୍କୁ ପୁରସ୍କାର ।

ଶ୍ରେଷ୍ଠ ପୋଷାକ ଡିଜାଇନ୍ ଭାବେ `Black Panther: Wakanda Forever' ଫିଲ୍ମର ରୁଥ କାର୍ଟର ପାଇଲେ ଓସ୍କାର।

ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍ ଫିଲ୍ମ ଭାବେ `Navalny' ଫିଲ୍ମ ପାଇଁ ଡାନିଏଲ ରୋହର, ଓଡେସା ରାଏ, ଡିଆନେ ବେକର, ମେଲାନି ମିଲର ଏବଂ ସଚିନ୍ ବୋରିସଙ୍କୁ ପୁରସ୍କାର ମିଳିଛି ।

ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର ଭାବେ`The Elephant Whispers' ପାଇଁ କାର୍ତ୍ତିକି ଗୋନସାଲଭେସ୍ ଏବଂ ଗୁନିତ ମୋଙ୍ଗାଙ୍କୁ ମିଳିଲା ପୁରସ୍କାର ।

ଶ୍ରେଷ୍ଠ ମେକ୍ଅପ୍ ଏବଂ ହେୟାର ଷ୍ଟାଇଲ୍ ଭାବେ `The Whale' ଫିଲ୍ମର ଆଡ୍ରିଏନ୍ ମୋରୋଟ୍, ଜୁଡି ଚିନ୍ ଏବଂ ଆନ୍ମେରି ବ୍ରାଡଲେଙ୍କୁ ପୁରସ୍କାର ।

ଶ୍ରେଷ୍ଠ ମୂଳ ଗୀତ ଭାବେ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ RRR ର ଗୀତ "Naatu Naatu"ର ମ୍ୟୁଜିକ ପାଇଁ ଏମ ଏମ. କିରାଭାନି ଏବଂ ରଚୟିତା ଚନ୍ଦ୍ରବୋସଙ୍କୁ ମିଳିଲା ଓସ୍କାର ।

ଶ୍ରେଷ୍ଠ ଆନିମେଟେଡ୍ କ୍ଷୁଦ୍ର ଚଳଚ୍ଚିତ୍ର ଭାବେ `The Boy, The Mole, the Fox and the Horse, ଫିଲ୍ମର ଚାର୍ଲି ମ୍ୟାକେସି ଏବଂ ମାଥ୍ୟୁ ଫ୍ରଏଡ ପାଇଲେ ପୁରସ୍କାର।

ଶ୍ରେଷ୍ଠ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ଭାବେ `An Irish Goodbye' ଫିଲ୍ମର ଟମ୍ ବରେଲି ଏବଂ ରସ୍ ହ୍ବାଇଟଙ୍କୁ ପୁରସ୍କାର ।

ଶ୍ରେଷ୍ଠ ଧ୍ବନି ଭାବେ `Top Gun: Maverick' ଫିଲ୍ମ ପାଇଁ ମାର୍କ ୱିଙ୍ଗାର୍ଟେନ୍, ଜେମ୍ସ ଏଚ୍ ମାଥର୍, ଅଲ୍ ନେଲସନ, କ୍ରିସ୍ ବର୍ଡନ୍ ଏବଂ ମାର୍କ ଟେଲର ପାଇଲେ ଓସ୍କାର ।

ଶ୍ରେଷ୍ଠ ଭିଜୁଆଲ୍ ଇଫେକ୍ଟସ୍ ବର୍ଗ ପାଇଁ`ଅବତାର-ଦି ୱେ ଅଫ୍ ୱାଟର' ଫିଲ୍ମର ଜୋ ଲେଟେରୀ, ରିଚାର୍ଡ ବାନେହମ୍, ଏରିକ୍ ସାଇଣ୍ଡନ୍ ଏବଂ ଡାନିଏଲ୍ ବାରେଟଙ୍କୁ ମିଳିଲା ପୁରସ୍କାର।

ଶ୍ରେଷ୍ଠ ଲେଖା ପାଇଁ `Women Talking' ସ୍କ୍ରିନପ୍ଲେ କରିଥିବା ସାରା ପଲେଙ୍କୁ ମିଳିଲା ଓସ୍କାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.