ETV Bharat / entertainment

ଡିପଫେକ୍ ଫଟୋ ଭାଇରାଲ ନେଇ ରାଗିଲେ ସାରା ତେନ୍ଦୁଲକର, କହିଲେ ଏହା ଟକ୍ନୋଲୋଜିର ମିସୟ୍ୟୁଜ

ଡିପଫେକକୁ ନେଇ ଏବେ ଉଦବେଗ ପ୍ରକାଶ ପାଇଛି । କ୍ରିକେଟ କମ୍ବଦନ୍ତୀ ସଚିନଙ୍କ ଝିଅ ସାରା ତେନ୍ଦୁଲକର ଡିପଫେକର ଶିକାର ହୋଇଥିଲେ । ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 23, 2023, 10:56 AM IST

Sara tendulkar
Sara tendulkar on deepfake

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ତାଙ୍କ ଡିପଫେକ୍ ଫଟୋ ଭାଇରାଲକୁ ନେଇ ପ୍ରଥମ ଥର ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ନାମରେ ନକଲି ଆକାଉଣ୍ଟ ଏବଂ ଟକ୍ନୋଲୋଜିର ବ୍ୟବହାରରେ ତାଙ୍କ ଡିପଫେକ୍‌ ଫଟୋ ଏଡିଟ୍‌ କରି ଭାଇରାଲ କରାଯାଉଥିବା କହିଛନ୍ତି । ଏହି ଟକ୍ନୋଲୋଜିର ଦୂରୁପୋଯୋଗ । ଏଭଲି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ସାରା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ।

  • Good morning everyone,I just want to clear the misunderstanding.Yesterday Sara Tendulkar shared a story in insta regarding deepfake and she mentioned the account that was @SaraTendulkar__ .This is my account , a fan page of Sara Tendulkar.Hope u understand.#SaraTendulkar pic.twitter.com/mIXAt4SbCs

    — saratendulkar (@saratendulkar33) November 23, 2023 " class="align-text-top noRightClick twitterSection" data=" ">

ସାରା ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ସୋସିଆଲ ମିଡିଆ ସମସ୍ତଙ୍କୁ ଖୁସି ଦିଏ । ଦୁଃଖ ଏବଂ ଦୈନନ୍ଦିନ କାର୍ଯ୍ୟ ସେୟାର କରିବାରେ ଏହା ଏକ ଚମତ୍କାର ମାଧ୍ୟମ । କିନ୍ତୁ ଟକ୍ନୋଲୋଜିର ଦୂରୁପଯୋଗ ଚିନ୍ତାଜନକ । କାରଣ ଏହା ଇଣ୍ଟରନେଟ୍‌ର ବିଶ୍ବସନୀୟତାକୁ ଶେଷ କରିଦେବ । ମୁଁ ନିଜର କିଛି ଡିପଫେକ୍‌ ଫଟୋ ଦେଖିଲି ଯାହା ସମ୍ପୂର୍ଣ୍ଣ ଭାବେ ନକଲି । ଏପରି କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"

ଯେଉଁ ଆକାଉଣ୍ଟରୁ ସାରାଙ୍କ ଡିପଫେକ୍‌ ଫଟୋ ଭାଇରାଲ ହେଉଥିଲା ସାରା କରିଥିବା ପୋଷ୍ଟକୁ ଉକ୍ତ ଆକାଉଣ୍ଟକୁ ଟ୍ୟାଗ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଉକ୍ତ ଆକାଉଣ୍ଟରେ କ୍ରିକେଟର ଶୁଭମନ ଗିଲଙ୍କ ପାଇଁ ମଧ୍ୟ ପୋଷ୍ଟ କରାଯାଉଛି । ସେହି ଆକାଉଣ୍ଟରେ ବ୍ଲୁ ଟିକ୍ ମଧ୍ୟ ରହିଛି ତେଣୁ ୟୁର୍ଜସ ତାହାକୁ ସାରାଙ୍କ ଅସିଲ ଆକାଉଣ୍ଟ ବୋଲି ମନେ କରୁଛନ୍ତି । ଟିମ୍ ଇଣ୍ଡିଆର କ୍ରିକେଟର ଶୁଭମନ ଗିଲ ଓ ସାରା ପରସ୍ପରକୁ ଡେଟିଂ କରୁଥିବା ଟର୍ଚ୍ଚା ହେଉଛି । ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...Deepfake Video: ରଶ୍ମିକା, କ୍ୟାଟ୍ରିନାଙ୍କ ପରେ ଡିପ ଫେକ ଭିଡିଓର ଶିକାର ହେଲେ ସାରା-ଶୁଭମନ ଗିଲ

ପ୍ରକାଶ ଥାଉ କି, ଡିପଫେକ୍‌କୁ ନେଇ ସାରା ଦେଶରେ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ସେଲିବ୍ରଟିଙ୍କ ଡିପଫେକ୍‌ ଫଟୋ ଓ ଭିଡିଓ ଭାଇରାଲ ହେଉଛି । ରଶ୍ମିକା ମନ୍ଧାନା, କ୍ୟାଟ୍ରିନା କୈଫଙ୍କ ପରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଡିଫପେକର ଶିକାର ହୋଇଥିଲେ । ସାରା ତାଙ୍କ ଭାଇ ଅର୍ଜୁନଙ୍କ ସହ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଫଟୋରେ ଅର୍ଜୁନଙ୍କ ସ୍ଥାନରେ ଭାରତୀୟ କ୍ରିକେଟର ଶୁଭମନ ଗିଲ ଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଡେଟିଂ ନେଇ ସାରା ତେନ୍ଦୁଲକର ଓ ଶୁଭମନ ଗିଲ ଚର୍ଚ୍ଚାରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.