ETV Bharat / elections

ପୋଲିଂ ସାମଗ୍ରୀ ବିତରଣ କେନ୍ଦ୍ରରେ ଅବ୍ୟବସ୍ଥା, ପ୍ରତିବାଦରେ ରାସ୍ତାରୋକ କଲେ ପୋଲିଂ କର୍ମଚାରୀ - strike

ବାଲେଶ୍ବରର 4ଟି ଜାଗାରୁ ଆଜି ପୋଲିଂ ପାର୍ଟି ବୁଥ ଅଭିମୁଖେ ଯାତ୍ରା କରିବା ବେଳେ ବିତରଣ କେନ୍ଦ୍ରରେ ଦେଖା ଦେଇଥିଲା ଅନେକ ଅବ୍ୟବସ୍ଥା । କେଉଁଠି ପିଇବା ପାଇଁ ପାଣି ନଥିଲା ତ କେଉଁଠି ବସିବା ପାଇଁ ଉପଯୁକ୍ତ ସ୍ଥାନ ମଧ୍ୟ ନଥିଲା । ଯାହାକୁ ନେଇ ହନ୍ତସନ୍ତ ହୋଇଥିଲେ ପୋଲିଂ ପାର୍ଟି । ଏମିତି ହନ୍ତସନ୍ତ ହେବାପରେ ପୋଲିଂ ପାର୍ଟି ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର
author img

By

Published : Apr 28, 2019, 12:48 AM IST

ବାଲେଶ୍ବର: ଜିଲ୍ଲାର 4ଟି ଜାଗାରୁ ଆଜି ପୋଲିଂ ପାର୍ଟି ବୁଥ ଅଭିମୁଖେ ଯାତ୍ରା କରିବା ବେଳେ ବିତରଣ କେନ୍ଦ୍ରରେ ଦେଖା ଦେଇଥିଲା ଅନେକ ଅବ୍ୟବସ୍ଥା । କେଉଁଠି ପିଇବା ପାଇଁ ପାଣି ନଥିଲା ତ କେଉଁଠି ବସିବା ପାଇଁ ଉପଯୁକ୍ତ ସ୍ଥାନ ମଧ୍ୟ ନଥିଲା । ଯାହାକୁ ନେଇ ହନ୍ତସନ୍ତ ହୋଇଥିଲେ ପୋଲିଂ ପାର୍ଟି । ଏମିତି ହନ୍ତସନ୍ତ ହେବାପରେ ପୋଲିଂ ପାର୍ଟି ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ସୂଚନାଯୋଗ୍ୟ, ବହୁ ଦୂରଦୁରାନ୍ତରୁ ପୋଲିଂ କର୍ମଚାରୀମାନେ ସକାଳ 8ଟାରୁ ଆସି ବିତରଣ କେନ୍ଦ୍ରରେ ନାମ ପଞ୍ଜିକରଣ କରିଥିଲେ । ସେମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନଥିବା ବେଳେ ପାନୀୟ ଜଳର ମଧ୍ୟ ଅସୁବିଧା ରହିଥିବା ଅଭିଯୋଗ ହୋଇଥିଲା । ଏହାପରେ ବି ପୋଲିଂ କର୍ମଚାରୀମାନେ ମୁହଁ ନ ଖୋଲି ସବୁ ସହି ଯାଇଥିଲେ । ସହରର ଉତ୍କଳ ବାଳାଶ୍ରମରେ ବସ୍ତା ଓ ବାଲେଶ୍ବର ନିର୍ବାଚନ ମଣ୍ଡଳୀ ପାଇଁ ବିତରଣ କେନ୍ଦ୍ର ଖୋଲାଯାଇଥିଲା । ସକାଳ ଠାରୁ ପୋଲିଂ କର୍ମଚାରୀମାନେ ଆସି ଦିନ ତମାମ ଭୋକ ଶୋଷରେ ପଡ଼ିଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ କିମ୍ବା ପାନୀୟ ଜଳର ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ହୋଇଛି । ସନ୍ଧ୍ୟା ଯାଏ ସେମାନଙ୍କୁ ବିତରଣ କେନ୍ଦ୍ରରେ ଇଭିଏମ ଯୋଗାଇ ନ ଦେବା ଓ ବୁଥକୁ ପଠା ନ ଯିବାକୁ କେନ୍ଦ୍ର କରି କର୍ମଚାରୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେମାନଙ୍କ ଅସୁବିଧା ସମ୍ପର୍କରେ କୌଣସି ପ୍ରଶାସନିକ ଅଧିକାରୀ ଦୃଷ୍ଟି ନଦେବାରୁ ସେମାନେ ବାଲେଶ୍ବରର ରେମୁଣା ରାସ୍ତା ଅବରୋଧ କରିଥିଲେ । ଦୀର୍ଘ ସମୟ ରାସ୍ତା ଅବରୋଧ ପରେ ପ୍ରଶାସନିକ ଅଧିକାରୀମାନେ ଧାରଣା ସ୍ଥଳରେ ପହଞ୍ଚିଥିଲେ । ପୋଲିଂ କର୍ମଚାରୀଙ୍କୁ ବୁଝାସୁଝା କରି କାର୍ଯ୍ୟରେ ଯୋଗ ଦେବାପାଇଁ ଅନୁରୋଧ କରିଥିଲେ । ପ୍ରଶାସନର ଅନୁରୋଧ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.