ETV Bharat / elections

ମାଓଭୟ-ଖରାପ ଇଭିଏମରେ ସରିଲା ମାଲକାନଗିରିରେ ମତଦାନ - first phase

ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ମାଲକାନଗିରି ଜିଲ୍ଲାରେ ୫୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିର ୧୫ଟି ବୁଥରେ ଆଦୌ ମତଦାନ ହୋଇନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Apr 11, 2019, 10:09 PM IST

ମାଲାକାନଗିରି: ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ମଧ୍ୟ ସୁରୁଖୁରୁରେ ଶେଷ ହୋଇଛି ନିର୍ବାଚନ । ଏସଓଜି(sog), ଡିଭିଏଫ(dvf) ଓ ବିଏସଏଫ(bsf) ଯବାନଙ୍କ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଓ ପ୍ରବଣ ଅଞ୍ଚଳ ଉପରେ ତୀଖ୍ନ ନଜର ରଖିଥିଲା ବାୟୁସେନାର ଏକ ସ୍ବତନ୍ତ୍ର ହେଲିକ୍ୟାପ୍ଟର । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ୯ଟି ବୁଥକୁ ପୋଲିଂ ପାର୍ଟି ନେଇ ଯାଇଥିଲା ଏହି ହେଲିକ୍ୟାପ୍ଟର ।

ତେବେ ନକ୍ସଲଙ୍କ ଧମକ ଯୋଗୁଁ ସେଠାରେ ଆଦୌ ମତଦାନ ହୋଇ ନଥିବା ବେଳେ ପୁଣି ସେମାନଙ୍କୁ ସୁରକ୍ଷିତ ଅବସ୍ଥାରେ ମାଲକାନଗିରି ଫେରାଇ ଆଣିଛନ୍ତି ବାୟୁସେନାର ଯବାନ । ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିର କରାପାଲ୍ଲି ଗାଁ ଲୋକେ ମତଦାନ କେନ୍ଦ୍ରର ଦୂରତାକୁ ନେଇ ଭୋଟ ବର୍ଜନ କରିଥିବା ବେଳେ ତେମୁରୁପାଲ୍ଲି ପଞ୍ଚାୟତର ଲୋକେ ନକ୍ସଲ ଭୟରେ ଭୋଟ ଦେଇ ନଥିଲେ ।

ବିଭିନ୍ନ ସମସ୍ୟାକୁ ନେଇ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିର ଅନେକ ବୁଥରେ ଠିକ ଭାବେ ମତଦାନ ହୋଇନଥିବା ବେଳେ ମାଲକାନଗିରି ନିର୍ବାଚନ ମଣ୍ଡଳିର ସମସ୍ତ ବୁଥରେ ହୋଇଛି ମତଦାନ। ତେବେ ସକାଳ ୭ଟାରୁ ମନଦାନ ଆରମ୍ଭ ହୋଇଥିବା ବେଳେ ୪୦ ରୁ ଊର୍ଦ୍ଧ୍ବ ବୁଥରେ ଇଭିଏମ ଖରାପ ଯୋଗୁଁ ସେଠାରେ ୩ ରୁ ୪ ଘଣ୍ଟା ପରେ ମତଦାନ ଆରମ୍ଭ ହୋଇଥିଲା ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଦେଖା ଦେଇଥିଲା ଉତ୍ତେଜନା । ଜିଲ୍ଲାର ମୋଟ ୧୫ଟି ବୁଥରେ ମତଦାନ ହୋଇନାହିଁ ।

ତେବେ ପ୍ରଶାସନ ସବୁଠି ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଫଳରେ ମାଲାକାନଗିରିରେ ସର୍ବମୋଟ ୫୦ ପ୍ରତିଶତ ମତଦାନ ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.