ଭଦ୍ରକ: ବିଜେପି ମୁହାଁ ବିଜେଡି କର୍ମୀ । ଚାଲିଛି ମିଶ୍ରଣ ପର୍ବ। ଏହି କ୍ରମରେ ଭଦ୍ରକ ଜିଲ୍ଲାର 28 ନମ୍ବର ଜୋନ୍ ଅନ୍ତର୍ଗତ ପାଞ୍ଚଟି ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ବିଜେପିରେ ମିଶିଛନ୍ତି। ଏହି ଜୋନ୍ର ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ପାଢୀଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଏବଂ ବହୁ ବିଜେଡି କର୍ମୀ, ବିଜେପିରେ ମିଶିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ବିଜେପି ପକ୍ଷରୁ ଆୟୋଜିତ ଏକ ମିଶ୍ରଣ ପର୍ବରେ ବରମପୁର, ଗୁଜିଦରଡ଼ା, ବେନ୍ତାଳ, ଖଣ୍ଡତଡା ଏବଂ ବଣିଆ ପଞ୍ଚାୟତର ଶତାଧିକା ବିଜେଡି କର୍ମୀ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ଉପସଭାପତି ବିଷ୍ନୁ ସେଠୀ, ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ସହ ଦଳର ବରିଷ୍ଠ ନେତା ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବିଜେଡିର ପ୍ରାର୍ଥୀ ଚୟନ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ଛାଡି ବିଜେପିରେ ଯୋଗ ଦେଇ ଥିବା 28 ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ପାଢୀ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ