ETV Bharat / elections

ଯାଜପୁରରେ ବିଜେଡିର ମିଶ୍ରଣ ପର୍ବ, ସାମିଲ ହେଲେ ଶତାଧିକ କଂଗ୍ରେସ କର୍ମୀ - election

କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ 300ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା କଂଗ୍ରେସ କର୍ମୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Apr 28, 2019, 4:11 AM IST

ଯାଜପୁର: ସରିଲା 3ୟ ପର୍ଯ୍ୟାୟ ନିର୍ବାଚନ । ଆଉ ଦିନକ ପରେ ହେବାକୁ ଯାଉଛି 4ର୍ଥ ପର୍ଯ୍ୟାୟ ଭୋଟଦାନ । ଇତିମଧ୍ୟରେ ଜାରି ରହିଛି ଦଳ ଡିଆଁ କାର୍ଯ୍ୟକ୍ରମ । ଯାଜପୁର ଜିଲ୍ଲା ସୁକିନ୍ଦାରେ ଚାଲିଛି ବିଜୁ ଜନତା ଦଳର ମିଶ୍ରଣ ପର୍ବ । କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ 300ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା କଂଗ୍ରେସ କର୍ମୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଗୋବରଘାଟି ପଞ୍ଚାୟତରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରିତିରଞ୍ଜନ ଘଡାଇ ଓ ତାଙ୍କ ବାପା ତଥା ବିଜେଡି ରାଜ୍ୟ ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଉପସ୍ଥିତ ଥିଲେ । କଂଗ୍ରେସୱ କର୍ମୀମାନଙ୍କୁ ଦଳୀୟ ଉତରୀୟ ଓ ପୁଷ୍ପଗୁଛ ଦେଇ ବିଜୁ ଜନତା ଦଳରେ ସାମିଲ କରାଇଥିଲେ । ବିଜେଡିରେ ସାମିଲ ହୋଇଥିବା ଏହି କର୍ମୀମାନଙ୍କ ମଧ୍ୟରୁ ଅଧିକାଂଶ ବିସ୍ଥାପିତ ଆଦିବାସୀ ପରିବାର ସଦସ୍ୟ ।

ତେବେ ନବୀନ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଓ ପ୍ରିତିରଞ୍ଜନ ଘଡାଇଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଏମାନେ କହିଛନ୍ତି । ସେପଟେ ଏହି ଲୋକମାନେ ଦୀର୍ଘଦିନ ଧରି କଂଗ୍ରସ ଦଳରେ ରହିଥିବା ବେଳେ ନବୀନ ସରକାରଙ୍କ ବିକାଶ ପ୍ରତି ଆକୃଷ୍ଟ ହୋଇ ବିଜେଡିରେ ସାମିଲ ହୋଇଥିବାରୁ ଗୋବରଘାଟି ଓ ଚାନ୍ଦିଆ ପଞ୍ଚାୟତରେ ବିଜେଡି ଅଧିକ ସଂଖ୍ୟକ ଭୋଟ ହାତେଇବ ବୋଲି ଉଭୟ ପ୍ରିତିରଞ୍ଜନ ଓ ପ୍ରଫୁଲ୍ଲ ଘଡାଇ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.