ETV Bharat / crime

ସାଇବର ଠକେଇର ଶିକାର ହେଲେ ଯୁବତୀ, ଦାମୀ ଗିଫ୍ଟ ଆଶାରେ ଦେଲେ ୮ଲକ୍ଷ - କଟକ ନ୍ୟୁଜ୍

ସାଇବର ଠକେଇର ଶିକାର ହେଲେ ଯୁବତୀ । କଟକର ଜଣେ ଯୁବତୀଙ୍କ ଠାରୁ ପ୍ରାୟ ୮ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ । ଯୁବତୀ ଜଣକ ଇନଷ୍ଟାଗ୍ରାମ ମାଧ୍ୟମରେ ସାଇବର ଠକ ସହ କଥା ହୋଇ ୮ଟି ପର୍ଯ୍ୟାୟରେ ଦେଇଥିଲେ ୭ ଲକ୍ଷ ୯୫ ହଜାର ଟଙ୍କା । ଅଧିକ ପଢନ୍ତୁ

ସାଇବର ଠକେଇର ଶିକାର ହେଲେ ଯୁବତୀ, ଦାମୀ ଗିଫ୍ଟ ଆଶାରେ ଦେଲେ ୮ଲକ୍ଷ

author img

By

Published : Sep 16, 2022, 4:56 PM IST

କଟକ: ପୁଣି ମାତିଲେ ସାଇବର ଠକ(Cyber Fraud), ଆଖି ପିଛୁଳାକେ ନେଇଗଲେ ପାଖାପାଖି ୮ଲକ୍ଷ ଟଙ୍କା । ସାଇବର ଠକାମିର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇଲେ କଟକର ଜଣେ ଯୁବତୀ । ଇନଷ୍ଟାଗ୍ରାମ ମାଧ୍ୟମରେ ସାଇବର ଠକ ସହ କଥା ହୋଇ ୮ଟି ପର୍ଯ୍ୟାୟରେ ଦେଇଥିଲେ ୭ ଲକ୍ଷ ୯୫ ହଜାର ଟଙ୍କା । ସାଇବର ଠକାମିର ଶିକାର ହୋଇଥିବା ଜାଣିପାରି ସାଇବର ଥାନାରେ ଅଭିଯୋଗ କଲେ ଯୁବତୀ । ସାଇବର ଠକ ଟଙ୍କା ଲୁଟିବା ପାଇଁ ନୂଆ ତରିକା ଆପଣେଇଛନ୍ତି । ଫ୍ରେଣ୍ଡସିପ ଆଳରେ ଇମୋସନାଲ ଟ୍ରାପ କରୁଛନ୍ତି ସାଇବର ଠକ ।

ସାଇବର ଠକେଇର ଶିକାର ହେଲେ ଯୁବତୀ, ଦାମୀ ଗିଫ୍ଟ ଆଶାରେ ଦେଲେ ୮ଲକ୍ଷ

କିପରି ଠକାମିର ଶିକାର ହେଲେ ଯୁବତୀ ?

କଟକର ଯୁବତୀ ଜଣଙ୍କ ସହ ପ୍ରଥମେ ଇନଷ୍ଟାଗ୍ରାମ ଜରିଆରେ ବନ୍ଧୁତା କରିଥିଲା ସାଇବର ଠକ । ନିଜକୁ ସ୍କଟଲ୍ୟାଣ୍ଡ ବାସିନ୍ଦା ବୋଲି ପରିଚୟ ଦେଇ ଚାଟ କରୁଥିଲା, ଏଥି ସହ ନିଜକୁ ସିପ ମ୍ୟାନେଜର ବୋଲି ପରିଚୟ ଦେଇଥିଲା । କିଛିଦିନ କଥା ହେବା ପରେ ପ୍ରେମ ଜାଲରେ ଫସାଇ ବିବାହ କରିବା ପାଇଁ ପ୍ରତିଶୃତି ଦେଇଥିଲା ଠକ । ଏପରିକ ଆକର୍ଷଣୀୟ ଉପହାର ଦେବା ପାଇଁ ମଧ୍ୟ କହିଥିଲା, ଯାହାକୁ ଆଳକରି ଯୁବତୀଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିଥିଲା ଠକ ।

ଏହା ମଧ୍ୟ ପଢନ୍ତୁ-ବିହାରରେ ୧୧ ଜଣଙ୍କୁ ଗୁଳି କଲେ ସାଇକୋ କିଲର୍

କଟକ ସାଇବର ଥାନା ଆଇଆଇସି ଚନ୍ଦ୍ରିକା ସ୍ବାଇଁ କହିଛନ୍ତି, "ଗତକାଲି ବିଡାନାସୀ ଥାନା ଅଞ୍ଚଳର ଜଣେ ମହିଳା ଅଭିଯୋଗ କରିଛନ୍ତି । ଗତ ଜୁଲାଇ ମାସରେ ଡାନିଏଲ ନାମକ ଯୁବକ ଇନଷ୍ଟାଗ୍ରାମରେ ତାଙ୍କ ସହ ବନ୍ଧୁତା କରି ଚାଟିଂ କରିଥିଲେ । କିଛିଦିନ ଚାଟିଂ ପରେ ମହିଳାଙ୍କୁ ଇମୋସନାଲ ଟ୍ରାପ କରିଥିଲେ । ତାଙ୍କ ଘର ସ୍କଟଲାଣ୍ଡରେ ସେ ଲଣ୍ଡନରେ ସିପ ମ୍ୟାନେଜର ଭାବେ କାମ କରୁଛନ୍ତି କହି ଯୁବକ ଜଣକ କେତେକ ଫୋଟ ପଠାଇ ବିଶ୍ବାସ ଜନ୍ମେଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଫ୍ରେଣ୍ଡସିପରୁ ପ୍ରେମ ପରେ ବିବାହ ଯାଏଁ କଥା ଯାଇଥିଲା । ଯୁବକ ଜଣକ ଖୁବ ଶୀଘ୍ର ଇଣ୍ଡିଆ ଆସି ବିବାହ କରିବେ ବେଲି କହିଥିଲେ । ତାପରେ ଯୁବତୀଙ୍କ ପାଇଁ ଲଣ୍ଡନରୁ କିଛି ଗିଫ୍ଟ ଯେମିତିକି ସୁନା ଚେନ, ବ୍ରେସ୍‌ଲେଟ, ଜୋତା, ବ୍ୟାଗ ଏବଂ ୨୦ହଜାର ଆମେରିକାନ ଡଲାର ପଠାଇବ ପାଇଁ କିହିଥିଲେ । କିଛି ଦିନ ପରେ ଗିଫ୍ଟ ଇଣ୍ଡିଆ ଆସି ଯାଇଥିବା କହିଥିଲେ ।

ପରେ ଏହାକୁ କଷ୍ଟମ ଡିପାର୍ଟମେଣ୍ଟ ଅଟକାଇ ଦେଇଥିବା କହି ଏହାକୁ ମୁକୁଳାଇବା ପାଇଁ ଯୁବତୀଙ୍କୁ ଟଙ୍କା ମାଗିଥିଲା ଠକ । ଏପରିକି ଆକାଉଣ୍ଟରେ ଟଙ୍କା ଜମା କରିବା ପାଇଁ କହିଥିଲା । ପ୍ରଥମେ ୫୦ ହଜାର, ପରେ ୫୦ ହଜାର ଏମିତି ୮ ଟି ପର୍ଯ୍ୟାୟରେ ମୋଟ ୭ଲକ୍ଷ ୯୫ହଜାର ଟଙ୍କା ଯୁବତୀଙ୍କ ଠାରୁ ଠକି ନେଇଥିଲା ।" ତେବେ ଗିଫ୍ଟ ଆସିନଥିଲା । ଯୁବତୀ ଜଣକ ଯେତେବେଳେ ଜାଣିବାକୁ ପାଇଲେ ଯେ ସେ ଠକେଇର ଶିକାର ହୋଇଛନ୍ତି ତାପରେ କଟକ ସାଇବର ଥାନାକୁ ଆସି ଏନେଇ ଅଭିଯୋଗ କରିଛନ୍ତି । ଯୁବତୀ ଜଣଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କଟକ ସାଇବର ଥାନା ପୋଲିସ । ସାଇବର ଠକ ଜଣଙ୍କ ନାଇଜେରିଆନ ବା ଜାମତରା ଗ୍ୟାଙ୍ଗର ଠକ ବୋଲି ସନ୍ଦେହ କରାଯାଉଥିବା ସୂଚନା ଦେଇଛନ୍ତି ସାଇବର ଥାନା ଅଧିକାରୀ । ଯୁବତୀ ଜଣଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ: ଅବସରପ୍ରାପ୍ତ କର୍ମଚାରୀଙ୍କୁ ହନିଟ୍ରାପ ଘଟଣା, ଆଉ ୨ଜଣ ଗିରଫ

ଗତ ଅଗଷ୍ଟ ମାସରେ ବାଲେଶ୍ବରର ଜଣେ ଅବସରପ୍ରାପ୍ତ କର୍ମଚାରୀ ସାଇବର ଠକେଇର ଶିକାର ହୋଇଥିଲେ । ସାଇବର ଠକ ତାଙ୍କ ଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ବିଭିନ୍ନ ସମୟରେ ଲୁଟିଥିଲା । ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ସୋସିଆଲ ମିଡିଆରେ ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ବନ୍ଧୁତା କରିବା ପରେ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା । ଏନେଇ ସେ ସାଇବର ଥାନାରେ ଗତ ଏପ୍ରିଲ ମାସ 13 ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରି ନାଇଜେରିଆର ଜଣେ ଠକକୁ ଗିରଫ କରିଥିଲା । ଏହି ଘଟଣାରେ ମୋଟ ୩ଜଣ ଗିରଫ ହୋଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.