ETV Bharat / crime

ରାଜଧାନୀରେ ଜୁଆ ଆଡ୍ଡା ଉପରେ ଚଢାଉ, ୬ ଗିରଫ

author img

By

Published : Oct 3, 2022, 4:52 PM IST

Updated : Oct 3, 2022, 5:29 PM IST

ଅନ୍ଧାର ଆଢୁଆଳରେ ରାଜଧାନୀରେ ଜୁଆ ଖେଳ ଚାଲିଥିବାବେଳେ, ମାଡି ବସିଲା ଲିଙ୍ଗରାଜ ଥାନା ପୋଲିସ । ୬ଜଣଙ୍କୁ ଗିରଫ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ରାଜାଧାନୀରେ ଜୁଆ ଆଡ୍ଡା ଚାଲିଥିବାବେଳେ ମାଡିବସିଲା ପୋଲିସ,୬ ଗିରଫ

ଭୁବନେଶ୍ବର: ରାଜଧାନୀରେ ଜୁଆ ଆଡ୍ଡାର ଆସର । ରାତି ହେଲେ ଜୁହା ଖେଳରେ ମସଗୁଲ ଜୁଆଡିଆ । ଅନ୍ଧାରରେ ଜୁଆ ଖେଳ ଚାଲିଥିବାବେଳେ ମାଡି ବସିଲା ଲିଙ୍ଗରାଜ ଥାନା ପୋଲିସ ( Lingaraj Police) । ଭୁବନେଶ୍ବରର ସାନିଟାରି ଛକ ପଛପଟ ପଡିଆରେ ଜୁଆ ଆଡ୍ଡା ଉପରେ ଚଢାଉ କରି ୬ଜଣଙ୍କୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ସାନିଟାରି ଛକ ପଛପଟେ ପଡିଆରେ ଜୁଆ ଆଡ୍ଡା ଚାଲିଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା କମିଶନରେଟ ପୋଲିସ । ଏହାପରେ ସେଠାରେ ରେଡ୍‌ କରି ୬ଜୁଆଡିଙ୍କୁ ଗିରଫ କରିଥିଲା ପୋଲିସ । ଏଥିସହ ତିନିମୁଠା ତାସ ୧୧ ହଜାର ୩ ଶହ ଟଙ୍କା ସମେତ ୪ଟି ମୋବାଇଲ ଫୋନ୍‌ ଜବତ କରିଛି ଲିଙ୍ଗରାଜ ଥାନା ପୋଲିସ । ସମସ୍ତ ଅଫିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ତରଫରୁ ସୂଚନା ମିଳିଛି ।

ତେବେ ଦଶହରାରେ ଭୁବନେଶ୍ବରକୁ ଅନେକ ଲୋକଙ୍କ ସମାଗମ ହେଉଥିବାରୁ ଭିଡ ଭିତରେ ଲୋକଙ୍କଠାରକୁ ଲୁଟ ପାଇଁ ଏଭଳି ଜୁଆ ଆଡ୍ଡାର ଆସର ଜମାଇଥାନ୍ତି ଜୁଆଡିଆ । ତେଣୁ ଜୁଆ ଆଡ୍ଡା ଚାଲୁଥିବାବେଳେ, ଗଣ୍ଡଗୋଳ ହୋଇଥିବା ନେଇ ପୋଲିସ ସୂଚନା ପାଇଥିଲା । ଯାହାକୁ ଆଧାର କରି ଲିଙ୍ଗରାଜ ଥାନା ଅଞ୍ଚଳରେ ପାଟ୍ରୋଲିଂବେଳେ ଜଣଙ୍କୁ ଗିରଫ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଯୁବକଙ୍କୁ ଜୀଅନ୍ତା ଜାଳି ଦେଲେ, ନ୍ୟାୟ ମାଗୁଛି ପରିବାର

ଦଶହରାକୁ ନେଇ ରାଜଧାନୀରେ ଏବେ ଠାରୁ ଭିଡ ଜମିଲାଣି, ଲୋକଙ୍କ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ପାର୍ବଣ ସମୟରେ ନିଶା କାରବାର ବଢୁଥିବାରୁ ଏହା ଉପରେ କିପରି ରୋକ ଲଗାଯାଇପାରିବ ସେ ଦିଗରେ କମିଶନରେଟ ପୋଲିସ ବିଶେଷ ପଦକ୍ଷପ ଗ୍ରହଣ କରିଛି । କିଛି ଦିନ ପୂର୍ବରୁ ଏନେଇ ସୂଚନା ଦେଇଥିଲେ ଟ୍ବିନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି (Durga puja in twin city)। ସମସ୍ତ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଯିବା ସହିତ ଛିନତାଇ ଗ୍ୟାଙ୍ଗ ଉପରେ କଡା ନଜର ରଖାଯାଇଛି । ପେଶାଦାର ଅପରାଧୀ ତଥା ଅଭ୍ୟାସଗତ ଅପରାଧୀମାନଙ୍କ ଉପରେ ତୀକ୍ଷ୍ଣ ନଜର ରହିଥିବା କହିଥିଲେ ଟ୍ବିନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Last Updated : Oct 3, 2022, 5:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.