ETV Bharat / city

ସମଲେଶ୍ବରୀଙ୍କ ଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ବାଣ୍ଟିଲେ ଜାତୀୟ ପତାକା

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତରେ ଆସି ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି । ପରେ ସେ ଆଜାଦି କା ଅମୃତ ମହୋତ୍ସବ(Azadi Ka Amrit Mahotsav)ଅବସରରେ ଜାତୀୟ ପତାକା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

author img

By

Published : Aug 14, 2022, 7:33 AM IST

ସମଲେଶ୍ବରୀଙ୍କ ଦର୍ଶନ କଲେ କେନ୍ଦ୍ରଶିକ୍ଷାମନ୍ତ୍ରୀ,ବାଣ୍ଟିଲେ ଜାତୀୟ ପତାକା

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମ୍ବଲପୁର ଗସ୍ତ । ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତରେ ଆସି ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି । ସମଲେଶ୍ବରୀଙ୍କୁ ପୂଜା ଅର୍ଚ୍ଚନା କରିଥିଲେ । ପରେ ସେ ଆଜାଦି କା ଅମୃତ ମହୋତ୍ସବ(Azadi Ka Amrit Mahotsav)ଅବସରରେ ଜାତୀୟ ପତାକା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍ଵାଧୀନତା ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ହର ଘର ତ୍ରିରଙ୍ଗା ନାରାକୁ ଅନୁସରଣ କରି ସମ୍ବଲପୁର ପ୍ରଖ୍ୟାତ ବ୍ୟକ୍ତି ବିଶେଷଙ୍କୁ ତ୍ରିରଙ୍ଗା ପ୍ରଦାନ କରିଥିଲେ ।

କବି ବିନୋଦ ପଶାୟତ, ଲେଖକ ଶ୍ୟାମ ସୁନ୍ଦର ଧର, ସଙ୍ଗୀତ ନିର୍ଦ୍ଦେଶକ ତୁଲାରାମ କଲେତ, କଣ୍ଠଶିଳ୍ପୀ ପଦ୍ମିନୀ ଦୋରା, ଲାୟନ୍ସ କ୍ଲବ ସଦସ୍ୟ ଯସବୀର ସିଂ ହୁରା ପ୍ରମୁଖଙ୍କୁ ଜାତୀୟ ପତାକା ଦେଇଥିଲେ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋ ଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘‘ପୁରା ଦେଶରେ ଉତ୍ସାହ ଦେଖାଦେଇଛି । ନାଗରିକମାନେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଆପଣେଇଛନ୍ତି । କେନ୍ଦ୍ର ସରକାରଙ୍କ ହରଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବାରେ ଲାଗିଛନ୍ତି ସଭିଏଁ’’ ବୋଲି ସେ କହିଛନ୍ତି ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.