ETV Bharat / city

ଦୋକାନ ସିଲିଂରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି - ଇଲେକ୍ଟ୍ରିକ ମିସ୍ତ୍ରୀ

ଯୁବକଙ୍କ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ପରୀକ୍ଷା ନିରୀକ୍ଷା ଜାରି ରଖିଛି । ଅଧିକ ପଢନ୍ତୁ...

ଦୋକାନ ସିଲିଂରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

author img

By

Published : Sep 8, 2021, 5:34 PM IST

Updated : Oct 4, 2021, 6:54 PM IST

ସମ୍ବଲପୁର: ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପାଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଧୁତୁରାପଡ଼ା ଅଞ୍ଚଳରେ । ସହରର ଏକ ଦୋକାନର ସିଲିଂ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ସୂଚନାନୁସାରେ ମୃତ ଯୁବକ ଜଣକ ସ୍ଥାନୀୟ ବହାଲପଡ଼ାର ଅମରଜିତ ଠାକୁର ବୋଲି ଜଣାପଡିଛି । ତାଙ୍କ ଘର ବିହାରରେ ହୋଇଥିବା ବେଳେ ସେ କିଛି ବର୍ଷ ଧରି ସମ୍ବଲପୁରରେ ରହି ଇଲେକ୍ଟ୍ରିକ ମିସ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଥିଲେ । ତେବେ ଆଜି (ବୁଧବାର) ତାଙ୍କର ମୃତଦେହ ଦୋକାନର ସିଲିଂରେ ଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର ସହାୟତାରେ ସିଲିଂରୁ ମୃତଦେହକୁ ଉଦ୍ଧାର କରାଯାଇଛି ।

ଏନେଇ ଟାଉନ ଥାନା ପୋଲିସର ଉପସ୍ଥିତିରେ ସାଇଣ୍ଟିଫିକ ଟିମ ପହଞ୍ଚି ପରୀକ୍ଷା ନିରୀକ୍ଷା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ମୃତ ଅମରଜିତ ଶରୀରରେ ବିଦ୍ୟୁତ ଆଘାତର ଚିହ୍ନ ଥିବା ନେଇ ପୋଲିସ ସୂଚନା ଦେଇଛି ।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା, ଇଟିଭି ଭାରତ

Last Updated : Oct 4, 2021, 6:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.