ସମ୍ବଲପୁର: ଜିଲ୍ଲାରେ ଚଳିତ ଖରିଫ ୠତୁରେ ଚାଷ ଜମି ପଞ୍ଜିକରଣ (Crop Land Registration Dispute )ରେ ସତ୍ୟତା ଜାଣିବା ପାଇଁ ଆରମ୍ଭ ୭ଟି ଜିଲ୍ଲାର ହୋଇଛି ସାଟେଲାଇଟ ସର୍ଭେ (Satellite Survey ) ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅର୍ଥାତ ଧାନ ବିକ୍ରି ପାଇଁ ପଞ୍ଜିକୃତ ଚାଷୀ (Sambalpur Farmers) ଯେଉଁ ସବୁ ପ୍ଲଟରେ ଧାନ ଚାଷ ପାଇଁ ପଞ୍ଜିକରଣ କରିଛି ପ୍ରକୃତରେ ସେଥିରେ ଚାଷ ହୋଇଛି ନାଁ ନାହିଁ ତାହା ଜାଣିବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ପ୍ରଥମ ଥର ପାଇଁ ସାଟେଲାଇଟ ସର୍ଭେ କରିଛନ୍ତି ।
କାରଣ ପୂର୍ବରୁ ତ୍ରୁଟିପୂର୍ଣ୍ଣ ଜମି ପଞ୍ଜିକରଣ କରି ଧାନ ବିକ୍ରି ପ୍ରକ୍ରିୟାରେ ବହୁ ଅନିୟମିତତା ହେଉଥିବା ଅଭିଯୋଗ ହୋଇ ଆସୁଥିଲା ।ଆଉ ବର୍ତ୍ତମାନ ସାଟେଲାଇଟ ସର୍ଭେ ପରେ ଚାଷ ଜମି ପଞ୍ଜିକରଣରେ ହୋଇଥିବା ଅନିୟମିତତା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । କେବଳ ସମ୍ବଲପୁର ଉପଖଣ୍ଡରେ 9100ଟି ବିବାଦୀୟ ପ୍ଲଟ ସାମ୍ନାକୁ ଆସିଛି ।
ସମ୍ବଲପୁର ଉପଖଣ୍ଡରେ ପ୍ରାୟ 1ଲକ୍ଷ 50 ହଜାର ପ୍ଲଟ ଥିବା ବେଳେ ଏଥିରୁ 9100ଟି ପ୍ଲଟ ବିବାଦୀୟ ପଞ୍ଜିକରଣ ହୋଇଛି ବୋଲି ଜଣାପଡ଼ିଛି । ଏଭଳି ସ୍ଥିତିରେ ଜମି ପଞ୍ଜିକରଣରେ ବ୍ୟାପକ ଅନିୟମିତତା ହେଉଥିବା ଜଣାପଡ଼ିଛି । ବ୍ୟବସ୍ଥା ଅନୁସାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ପଞ୍ଜିକୃତ ଚାଷୀ ମାନଙ୍କୁ ଧାନ ବିକ୍ରି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ପାଇଁ ସେମାନଙ୍କ ଚାଷ ଜମି ଯେଉଁଠି ତାହା ପଞ୍ଜିକରଣ କରିବାକୁ ଚାଷୀଙ୍କୁ କୁହାଯାଏ ।
ଏହା ପରେ RI,VAW ଓ society secretary ଦ୍ୱାରା ଏହାର ସତ୍ୟତା ନେଇ ସର୍ଭେ କରାଯାଏ ଓ ଏହି ରିପୋର୍ଟ ଆଧାରରେ ଜଣେ ଚାଷୀ କେତେ କ୍ୱିଣ୍ଟାଲ ଧାନ ବିକିବ ତାହା ନିର୍ଦ୍ଧାରିତ ହୋଇଥାଏ । ସାଟେଲାଇଟ ସର୍ଭେ ରିପୋର୍ଟ ଅନୁସାରେ ଚଳିତ ବର୍ଷ 9100 ପ୍ଲଟ ପଞ୍ଜିକରଣ ହୋଇଛି ଯାହା ବିବାଦୀୟ ଯେଉଁଠି ଚାଷ ହୋଇ ନାହିଁ । ଏହି ରିପୋର୍ଟ ଆସିବା ପରେ ବର୍ତ୍ତମାନ ସମବାୟ ସମିତିର ଉପନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ତନା ଘନା ଆରମ୍ଭ ହୋଇଛି ।
ଅନ୍ୟପଟେ ଚାଷୀ ମାନେ ସାଟେଲାଇଟ ସର୍ଭେ ବ୍ୟବସ୍ଥାକୁ ବିରୋଧ କରିଛନ୍ତି । ଏହା ତ୍ରୁଟିପୂର୍ଣ୍ଣ ଅଟେ । ଏହା ଦ୍ୱାରା ବହୁ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇ କ୍ଷତିଗ୍ରସ୍ତ ହେବେ ବୋଲି କହିଛନ୍ତି ଚାଷୀ । ଏହାସହ ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ଅଗଷ୍ଟ ମାସରେ ଯେତେବେଳେ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିନଥିଲା ସେତେବେଳେ ରାଜ୍ୟ ସରକାର ଚାଷୀଙ୍କୁ ବାଧ୍ୟତାମୂଳକ ଭାବେ ଜମି ପଞ୍ଜିକରଣ କରିବାକୁ ବାଧ୍ୟ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ବର୍ଷାର ଅଭାବ ଯୋଗୁଁ ସେହି ପଞ୍ଜିକୃତ ଜମି ମଧ୍ୟରୁ କିଛିରେ ଚାଷ କରିପାରିନଥିଲେ । ତାହା ପରବର୍ତ୍ତୀ ସମୟରେ ସାଟେଲାଇଟ ସର୍ଭେରେ ଚାଷ ହୋଇନଥିବା ଦର୍ଶାଯାଇଛି ।
ତେବେ ଏଥିରେ ଚାଷୀର କଣ ଭୁଲ ରହିଛି ବୋଲି ଚାଷୀ ନେତା କହିଛନ୍ତି । ଏହା ସହ ରେଙ୍ଗାଲି ବିଧାୟକ ମଧ୍ୟ ଏହି ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଉପଖଣ୍ଡରେ 9100ଟି ପ୍ଲଟ, କୁଚିଣ୍ଡା ଉପଖଣ୍ଡରେ 15,800ଟି ପ୍ଲଟ ଓ ରେଢାଖୋଲ ଉପଖଣ୍ଡରେ 1709 ଟି ବିବାଦୀୟ ପଞ୍ଜିକରଣ ପ୍ଲଟ ଚିହ୍ନଟ ହୋଇଥିବା ସାଟେଲାଇଟ ସର୍ଭେରୁ ଜଣାପଡିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ