ETV Bharat / city

କୋରୋନା ସତର୍କତା, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଜରୁରୀକାଳୀନ ନୋଟିସ ଜାରି - ସମ୍ବଲପୁର ବିଶ୍ବବିଦ୍ୟାଳୟ ନୋଟିସ

ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀକାଳୀନ ନୋଟିସ ଜାରି କଲା ସମ୍ବଲପୁର ବିଶ୍ବବିଦ୍ୟାଳୟ। ଏଣିକି ଛାତ୍ରଛାତ୍ରୀଙ୍କୁ ସନ୍ଧ୍ୟା ସାଢ଼େ 7ଟା ପୂର୍ବରୁ ହଷ୍ଟେଲକୁ ଫେରିବାକୁ ହେବ। ଅଧିକ ପଢ଼ନ୍ତୁ...

କୋରୋନା ସତର୍କତା, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଅର୍ଜେଣ୍ଟ ନୋଟିସ ଜାରି

author img

By

Published : Mar 2, 2021, 5:22 PM IST

ସମ୍ବଲପୁର: ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀକାଳୀନ ନୋଟିସ ଜାରି କଲା ସମ୍ବଲପୁର ବିଶ୍ବବିଦ୍ୟାଳୟ । ଏଣିକି ଛାତ୍ରଛାତ୍ରୀଙ୍କୁ ସନ୍ଧ୍ୟା ସାଢ଼େ 7ଟା ପୂର୍ବରୁ ହଷ୍ଟେଲକୁ ଫେରିବାକୁ ହେବ । ଏହାକୁ ନେଇ ନୋଟିସ ଜାରି କରିଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ବୁର୍ଲା କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ଜରୁରୀକାଳୀନ ନୋଟିସ ଜାରି କଲା ସମ୍ବଲପୁର ବିଶ୍ବବିଦ୍ୟାଳୟ ।

କୋରୋନା ସତର୍କତା, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଅର୍ଜେଣ୍ଟ ନୋଟିସ ଜାରି
କୋରୋନା ସତର୍କତା, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଅର୍ଜେଣ୍ଟ ନୋଟିସ ଜାରି

ପିଜି ହଷ୍ଟେଲ ଓାର୍ଡେନ ପ୍ରଫେସର ବି. ଶତପଥୀ ଏହି ନୋଟିସ ଜାରି କରିଛନ୍ତି। କୋଭିଡ ନିୟମ କଡାକଡି କରିବା ପାଇଁ ନୋଟିସରେ ଉଲ୍ଲେଖ କରାଯାଇଛି। ଛାତ୍ରୀଙ୍କୁ ମହିଳା ହଷ୍ଟେଲକୁ ସାଢ଼େ 7ଟା ପୂର୍ବରୁ ଫେରିବା ନେଇ ନୋଟିସରେ ଉଲ୍ଲେଖ ରହିଛି। ସେହିପରି ସନ୍ଧ୍ୟା ୭.୩୦ ଭିତରେ ଛାତ୍ରଙ୍କୁ ମଧ୍ୟ ହଷ୍ଟେଲକୁ ଫେରିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି।

ଜରୁରୀକାଳିନ କାମ ନଥିଲେ ହଷ୍ଟେଲରୁ ବାହାରକୁ ନ ବାହାରିବା ପାଇଁ ଜରୁରୀକାଳୀନ ପତ୍ରରେ ଉଲ୍ଲେଖ ରହିଛି । ସେହିପରି କୋରୋନା ଲକ୍ଷଣ ଜଣାପଡିଲେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏହାସହ ବୁର୍ଲା ଭୀମସାରକୁ ସ୍ଥାନାନ୍ତର ହୋଇ କୋଭିଡ ପରୀକ୍ଷଣ ପାଇଁ ନିର୍ଦେଶ ଦିଆଯାଇଛି।

ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଜରୁରୀକାଳୀନ ନୋଟିସ ଜାରି କରିବା ସହ ଏଥିରେ ଆମ୍ବୁଲାନ୍ସ ଡ୍ରାଇଭର, ମେଡିକାଲ ଅଫିସର ଓ ଭୀମସାର ନିର୍ଦ୍ଦେଶକଙ୍କ ଫୋନ ନମ୍ବର ଦେଇଛନ୍ତି। କୋରୋନାକୁ ପ୍ରତିହତ କରିବାକୁ ସମସ୍ତ ପ୍ରକାର ସତର୍କତା ଆପଣାଉଛନ୍ତି କର୍ତ୍ତୃପକ୍ଷ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.