ସମ୍ବଲପୁର: ସମ୍ବଲପୁର ହୋମିଓ ପ୍ୟାଥିକ କଲେଜରୁ ଆସିଛି ରାଗିଂ ଅଭିଯୋଗ । ରାଗିଂ ନାଁରେ ଦ୍ବିତୀୟ ବର୍ଷର ୪ ଜଣ ଛାତ୍ରୀଙ୍କୁ ସିନିୟରମାନେ ନିଯ୍ୟାତନା ଦେଉଥିବା ଅଭିଯୋଗ ଆସିଛି । ଏନେଇ ଦିଲ୍ଲୀ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିବା କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।
ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ଅଭିଯୋଗ ହୋଇନଥିବା ଅଧ୍ୟକ୍ଷ କହିଛନ୍ତି। ଦିଲ୍ଲୀ ଆଣ୍ଟି ରାଗିଂ ସେଲରୁ ନିର୍ଦ୍ଦେଶ ଆସିବା ପରେ ଏକ ଟିମ ଗଠନ କରାଯାଇ ତଦନ୍ତ କରାଯାଉଛି ବୋଲି ଅଧ୍ୟକ୍ଷ କହିଛନ୍ତି । ତେବେ 2 ଛାତ୍ର ଗୋଷ୍ଠୀ ବିବାଦ ଯୋଗୁ ଏମିତି ହୋଇ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ତଦନ୍ତ ରିପୋର୍ଟ ଆସିଲା ପରେ ସ୍ପଷ୍ଟ ଚିତ୍ର ସାମନାକୁ ଆସିବ ବୋଲି ଆଶା କରାଯାଉଛି।
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ