ETV Bharat / city

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଶେଷ: ତଦାରଖ କଲେ ସମ୍ବଲପୁର ଜିଲ୍ଲାପାଳ - ପଞ୍ଚାୟତ ନିର୍ବାଚନ 2022

ଆସନ୍ତା ୧୬ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏ କ୍ରମରେ ସମ୍ବଲପୁର ଜିଲ୍ଲାର ୨ଟି ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଆଜି ଶେଷ ହୋଇଛି । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ଶେଷ : ତଦାରଖ କଲେ ସମ୍ବଲପୁର ଜିଲ୍ଲାପାଳ

author img

By

Published : Feb 14, 2022, 8:34 PM IST

ସମ୍ବଲପୁର : ଆସନ୍ତା ୧୬ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏ କ୍ରମରେ ସମ୍ବଲପୁର ଜିଲ୍ଲାର ୨ ଟି ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଆଜି ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଜିଲ୍ଲାର ୨ଟି ବ୍ଲକ ଯଥା ଜୁଜୁମୁରା ଓ ରେଢାଖୋଲରେ ୧୬ ତାରିଖରେ ଭୋଟ ଗ୍ରହଣ ହେବ ।

ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ଶେଷ : ତଦାରଖ କଲେ ସମ୍ବଲପୁର ଜିଲ୍ଲାପାଳ

ଏହାବି ପଢନ୍ତୁ : Panchayat Poll: ଶେଷ ଦିନ ପ୍ରଚାରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ବିଜେଡି ନେତା

୨ ଟି ବ୍ଲକର ୩୨ ଟି ପଞ୍ଚାୟତରେ ଭୋଟ ଗ୍ରହଣ ହେଉଥିବା ଵେଳେ ୧ ଲକ୍ଷ ୧୧ ହଜାର ୯୭୧ ଭୋଟର ମତଦାନ କରିବେ । ସମ୍ବଲପୁର ଜିଲ୍ଲାପାଳ ଦିବ୍ୟାଜ୍ୟୋତି ପରିଡା ନିଜେ ୨ ଟି ବ୍ଲକ ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତି ପରଖିବା ସହ ବ୍ଲକ ନିର୍ବାଚନ ଅଧିକ‍ାରୀଙ୍କ ସହିତ ଆଲୋଚନା କରିଛନ୍ତି। ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ଚେକିଙ୍ଗ କରାଯାଉଛି । ସମ୍ବେଦନଶୀଳ ବୁଥ ଗୁଡିକରେ ପୋଲିସ କଡାନଜର ରଖିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସମ୍ବଲପୁରରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.